ରାଜ୍ୟ

ଆଜି ଠାରୁ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ – Ibnodisha

[ad_1]

ପୁରୀ: ଆଜି ଠାରୁ ଆରମ୍ଭ କାର୍ତ୍ତିକ ମାସ । ସେହି ଦିନଠାରୁ ପୁରୀରେ ଏକ ମାସ ଧରି ଚାଲିବ ହବିଷ୍ୟାଳୀ ବ୍ରତ । ଚଳିତ ବର୍ଷ ହବିଷ୍ୟାଳି ଶିବିରରେ ରହି କାର୍ତ୍ତିକ ବ୍ରତ ପାଳନ କରିବେ ଶ୍ରଦ୍ଧାଳୁ । ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିଥିବା ୩୦୨୪ ଜଣ ହବିଷ୍ୟାଳି ମାଆ ମାନଙ୍କୁ ୫ ଗୋଟି ରହଣି କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଏହି ୫ଟି କେନ୍ଦ୍ରକୁ ରବିବାର ଦିନ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଥାଉକି, ଗୁରୁବାରେ ଟାଉନ ହଲ୍ ଠାରେ ହବିଷ୍ୟାଳି ବ୍ରତ କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ନେଇ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ହବିଷ୍ୟାଳି ମାନଙ୍କର ସେବାକୁ ନିଷ୍ଠା ଓ ଧର୍ମର କାର୍ଯ୍ୟ ବୋଲି ବିବେଚନା କରି ପ୍ରତ୍ୟେକ ଦାୟିତ୍ୱ ନିର୍ବାହ ପାଇଁ ଆହ୍ୱାନ ଦେଇଥିଲେ ।

ହବିଷ୍ୟାଳି କାର୍ଯ୍ୟରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେବା ସହ ଭଲ କାମ ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କହିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button