ରାଜ୍ୟ

ସଚିବଙ୍କ ଜିଲ୍ଲା ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି : ମୋହନ ମାଝୀ – Ibnodisha

[ad_1]

୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ : ଦୀପାଳି ଦାସ

ଭୁବନେଶ୍ବର: ଗୃହ ବାହାରେ ବିରୋଧୀଦଳ ମୂଖ୍ୟ ସଚେତକ ମୋହନ ଚରଣ ମାଝୀ ସୋମବାର କହିଛନ୍ତି ସଚିବଙ୍କ ଜିଲ୍ଲା ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏ ସଂକ୍ରାନ୍ତରେ ବିଜେପି ସଦସ୍ୟମାନେ ପ୍ରଶ୍ନ ପଚାରିଥିବା ବେଳେ ରିଜେକ୍ଟ କରାଯାଇଛି। ମୁଲତବି ପ୍ରସ୍ତାବ ବି ଗ୍ରହଣ କରାଯାଇନାହିଁ କି ପୂର୍ବରୁ ଅବଗତ କରାଯାଇ ନାହିଁ। ଗଣତନ୍ତ୍ରର ହତ୍ୟା କରାଯାଇଥିବା ଅଭିଯୋଗ କରିଛି ବିଜେପି।

ବିଜେଡି ବିଧାୟିକା ଦୀପାଳି ଦାସ କହିଛନ୍ତି ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ପଶ୍ଚିମ ଓଡ଼ିଶାରୁ କଟକକୁ ସଂଯୋଗ କରୁଥିବା ଏହି ରାଜପଥରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ସଂସଦରେ ବିଜେଡି ଏ ପ୍ରସଙ୍ଗ ଉଠାଇ ଥିଲେ ବି କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ବିଜେଡି-ବିଜେପି ଏକ। ଆଲୋଚନା ପାଇଁ ଅନେକ ପ୍ରସଙ୍ଗ ରହିଥିଲା। ଶିକ୍ଷକଙ୍କ ସମସ୍ୟାଠୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିଲା। ଆଲୋଚନା ହେଲେ ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପଡ଼ିଯିବ ବୋଲି ଉଭୟ ବିଜେଡି- ବିଜେପି ମିଶି ଗୃହକୁ ଅଚଳ କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button