ଅପରାଧ

ପ୍ରେମିକାକୁ ବାହା ହେବା ପାଇଁ ବ୍ୟବସାୟୀଙ୍କ ପୁଅକୁ ଅପହରଣ – Ibnodisha

[ad_1]

ଶହଡୋଲ୍‌: ପ୍ରେମିକାକୁ ବାହା ହେବା ଲାଗି ମଧ୍ୟପ୍ରଦେଶର ଶହଡୋଲ୍‌ର ଜଣେ ୧୭ ବର୍ଷିୟ ବାଳକ ଜଣେ ବ୍ୟବସାୟୀଙ୍କ ପୁଅକୁ ଅପହରଣ କରି ନେଇ ୨୫ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି। ଗୋଟାଏ କାର୍‌ କିଣି ବଡ଼ ଘରଟିଏ ତୋଳିଲେ ଯାଇ ପ୍ରେମିକାକୁ ବାହା ହୋଇପାରିବ ବୋଲି ସେ ଏଭଳି ଅପରାଧ କରିଥିବା କଥା କୁହାଯାଉଛି। ‘ନିଉଜ୍‌ନାଇନ୍‌ଲାଇଭ୍‌’ ରିପୋର୍ଟ କରିଛି, ପୁଅକୁ ଫେରି ପାଇବାକୁ ହେଲେ ୨୫ ଲକ୍ଷ ଟଙ୍କା ଦିଅ ବୋଲି ଫୋନ୍‌ରେ ଧମକପୂର୍ଣ୍ଣ ‘ହ୍ବାଟସ୍‌ଆପ୍‌’ ମେସେଜ୍‌ ପାଇବା ପରେ ଶହଡୋଲ୍‌ ଅନ୍ତର୍ଗତ ବୁଢ଼ାର ନଗରୀର ଜଣେ ବ୍ୟବସାୟୀ ଭୟଭୀତ ହୋଇଯାଇଥିଲେ।

ପୁଅକୁ ଜୀବନ୍ତ ଦେଖିବା ଚାହୁଁଥିଲେ ଅକ୍ଟୋବର ୨୭ ତାରିଖ ଦିନ ୨୦ ଲକ୍ଷ ଟଙ୍କା ପ୍ରସ୍ତୁତି କରି ରଖନ୍ତୁ। ଥାନାକୁ ଗଲେ କି, ଆଉ କାହା ପାଖକୁ ଗଲେ କି, ଏ କଥା ଆଉ କାହାକୁ କହିଲେ ଆପଣଙ୍କ ପୁଅ ବଡ଼ ବିପଦରେ ପଡ଼ିବ। ଏଭଳି ମେସେଜ୍‌ ଦେଖି ଉକ୍ତ ବ୍ୟବସାୟୀ ଓ ତାଙ୍କ ସାନଭାଇ ଥାନାରେ ପହଞ୍ଚି ଅଭିଯୋଗ କଲେ। ଅଭିଯୋଗରେ ପଞ୍ଚବଟୀ ମହଲାର ବାସିନ୍ଦା ମକରେନ୍ଦ୍ର ଗୁପ୍ତା କହିଛନ୍ତି ଯେ, ବୁଧବାର ଦିନ ପ୍ରାୟ ୧ଟା ବେଳେ ତାଙ୍କ ମୋବାଇଲ୍‌କୁ ‘ହ୍ବାଟ୍ସ୍‌ଆପ୍‌’ ମେସେଜ୍‌ ଆସିଲା। ସେ ପୁଅ ଜୀବନ ବିନିମୟରେ ଅପହରଣକାରୀ ଅର୍ଥ ଦାବି କରିଥିଲା। ତହିଁ ଆରଦିନ ବ୍ୟବସାୟୀ ଓ ତାଙ୍କ ଭାଇଙ୍କ ପାଖକୁ ଆଉ ଗୋଟାଏ ‘ହ୍ବାଟସ୍‌ଆପ୍‌’ ମେସେଜ୍‌ ଦେଇ ଅପହରଣକାରୀ ୨୫ ଲକ୍ଷ ଟଙ୍କା ଦାବି କ‌ଲା। କହିଲା, ଆପଣ ମୋର କିଛି କରିପାରିବେ ନାହିଁ। ଦୁଇଜଣଙ୍କ ମଙ୍ଗଳ ଚାହୁଁଥିଲେ ଆଜି ସନ୍ଧ୍ୟାସୁଦ୍ଧା ୨୫ ଲକ୍ଷ ଟଙ୍କା ଦିଅନ୍ତୁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button