ଅପରାଧରାଜ୍ୟ

ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୯ ଗିରଫ

କନ୍ଧମାଳର:ଫୁଲବାଣୀ : ଚର୍ଚ୍ଚାରେ ଫୁଲବାଣୀ ଥାନା।ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବହୁଚର୍ଚ୍ଚିତ ନାବାଳିକା ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୯ ଜଣକୁ ଗିରଫ କରାଯାଇଛି। ଗିରଫ ହୋଇଥିବା ୯ ଜଣ ଅଭିଯୁକ୍ତ ହେଲେ ଡକାଙ୍ଗି ଗ୍ରାମର ରାଜେନ୍ଦ୍ର ମଲିକ, ଟୁକୁନା ମଲିକ, ଲମ୍ବୋଦର ମଲିକ, ଅନିଲ ମଲିକ, ବତି ବେହେରା, ଶୁକ୍ରୁ ମଲିକ, ସୁମନ ମଲିକ, ସାନନ୍ଦ ମଲିକ ଓ ବିଶ୍ବନାଥ ମଲିକ। ଏହା ପୂର୍ବରୁ ଜଣକୁ ପୁଲିସ ଗିରଫ କରିଥିଲା। ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି।ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡ଼ପଡ଼ା ଗ୍ରାମର ଜଣେ ୧୪ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଡକାଙ୍ଗି ଗାଁର ଯୁବକମାନେ ଦୁଷ୍କର୍ମ ଓ ହତ୍ୟା କରି ଆଇଟିଆଇ ଛକ ନିକଟସ୍ଥ ଏକ ଆମ୍ବ ଗଛରେ ଝୁଲାଇ ଦେଇଥିଲେ। ଏହି ଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୁଲିସ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ମାତ୍ର, କଂଗ୍ରେସ, ଏବିଭିପି ଏବଂ କୁଇ ସମାଜ ପକ୍ଷରୁ ଆନ୍ଦୋଳନ ଜୋରଦାର ହେବାରୁ ପୁଲିସ ଚାପରେ ପଡ଼ି ଶେଷରେ ୯ ଜଣଙ୍କୁ ଗିରଫ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button