IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ବୟସ ଯାଏଁ ଶିଶୁଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ ଘିଅ, ଦେଖାଦେଇପାରେ ସ୍ୱାସ୍ଥ୍ୟ ସମସ୍ୟା

ଘିଅ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ, ଏହା ତ ସମସ୍ତେ ଜାଣନ୍ତି। କିନ୍ତୁ ଘିଅ ଶିଶୁଙ୍କ ପାଇଁ ଉତ୍ତମ ହୋଇଥାଏ କି ନା ତା’ ସାଧାରଣତଃ କେହି ଜାଣିନଥାନ୍ତି। ଛୋଟ ଛୁଆଙ୍କ ହଜମ ପ୍ରକ୍ରିୟା ବୟସ୍କଙ୍କ ଭଳି ହୋଇନଥାଏ, ତେଣୁ ସେମାନଙ୍କୁ ତରଳ ଓ ନରମ ଖାଦ୍ୟ ଖାଇବାକୁ ଦିଆଯାଏ। ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ସହ ଶୀଘ୍ର ଖାଦ୍ୟ ହଜମ କରାଇଥାଏ। କିନ୍ତୁ ଏହା ବି ସତ ଯେ ଶିଶୁ ଟିକେ ବଡ଼ ହେବା ପରେ ତାକୁ ଘିଅ ଖାଇବାକୁ ଦେବା ସ୍ୱାସ୍ଥ୍ୟକାରୀ ହୋଇଥାଏ।

ଛୁଆ ୬ ମାସର ହେବା ପରେ ପିତାମାତା ପିଲାକୁ କ’ଣ ଖାଇବାକୁ ଦେବେ ଭାବି ବ୍ୟସ୍ତ ହୋଇପଡ଼ିଥାନ୍ତି। ପ୍ରାରମ୍ଭିକ ଅବସ୍ଥାରେ ଶିଶୁର ବିକାଶ ପାଇଁ ପୋଷକ ତତ୍ତ୍ୱ ଓ ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ। ଘିଅ ଏକ ଏଭଳି ସ୍ୱାସ୍ଥ୍ୟକର ଖାଦ୍ୟ ଯାହା ଶରୀରକୁ ଶକ୍ତି ଯୋଗାଇଥାଏ। ଏଥିରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍‌ ଓ ଭିଟାମିନ୍‌ ଏ, ଇ ଓ ଡି ଶିଶୁର ମାନସିକ ବିକାଶ କରିବା ସହ ଓଜନ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ। ଘିଅ ତ୍ୱଚାକୁ ଚିକ୍କଣ କରିବାରେ ମଧ୍ୟ ସାହାଯ୍ୟ କରେ।

 

ଶିଶୁ କ୍ଷୀର ଛାଡ଼ିବା ପରେ ତାକୁ ସିଝା ଖାଦ୍ୟ ଦିଅନ୍ତୁ। ଅମୃତଭଣ୍ଡା, ଗାଜର, ଟମାଟୋ, କଖାରୁ ଆଦି ସିଝାଇ ଟିକେ ଲୁଣ ଓ ଦୁଇ ତିନି ବୁନ୍ଦା ଘିଅ ପକାଇ ଚକଟିକି ଦିଅନ୍ତୁ। ଶିଶୁ ବର୍ଷକର ହୋଇଗଲେ ଭୋଜନରେ ଆପଣ ୧ ଚାମଚ ଘିଅ ଦେଇପାରିବେ। ଆପଣ ଭାତ କିମ୍ବା ଡାଲିରେ ମଧ୍ୟ ଘିଅ ଗୋଳାଇ ଛୁଆକୁ ଖୁଆଇ ପାରିବେ। ତେବେ ବଜାରର ଘିଅ ଅପେକ୍ଷା ଘର ତିଆରି ଘିଅ ଶିଶୁଙ୍କ ପାଇଁ ଅଧିକ ସ୍ୱାସ୍ଥ୍ୟକର ହୋଇଥାଏ। କାରଣ ଏଥିରେ ଅପମିଶ୍ରଣର ଭୟ ଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button