ମନୋରଞ୍ଜନ

ସ୍ୱପ୍ନରେ ଆସୁଛନ୍ତି କି ପୂର୍ବତନ ପ୍ରେମିକ, ଜାଣନ୍ତୁ କ’ଣ ରହିଛି କାରଣ

ଆପଣ ଯଦି କୌଣସି ଲୋକ ସହିତ ଅନେକ ଦିନ କିମ୍ବା ସମୟ ଅତିବାହିତ କରିଛନ୍ତି, ତେବେ ତାଙ୍କ ବିଷୟରେ ଭାବିବା ସ୍ୱାଭାବିକ କଥା। କିନ୍ତୁ ଯଦି ସେହି ବ୍ୟକ୍ତି ଆପଣଙ୍କ ସହିତ ନଥାନ୍ତି ଏବଂ ତାଙ୍କ କଥା ଆପଣଙ୍କର ବାରମ୍ବାର ମନେ ପଡେ। ତେବେ କ’ଣ ରହିଛି ଏହାର ଅର୍ଥ। ଯଦି ଆପଣ ଭାବୁଥାନ୍ତି ନିଜର ପୂର୍ବତନ ପ୍ରେମିକକୁ ଆପଣ ଭୁଲିଯାଇଛନ୍ତି, କିନ୍ତ ହଠାତ୍‌ ସେ ଆପଣଙ୍କ ସ୍ୱପ୍ନରେ ଆସିଯାନ୍ତି। ଯଦି ଆପଣ ନିଜର ବର୍ତ୍ତମାନ ପାଟର୍ନରଙ୍କୁ ଛାଡି ପୂର୍ବତନ ପ୍ରେମିକଙ୍କୁ ସ୍ୱପ୍ନରେ ଅଧିକ ଦେଖନ୍ତି, ତେବେ କ’ଣ କରିବେ। ଆପଣଙ୍କ ସହିତ ଏପରି ଘଟୁଥିଲେ, ଚିନ୍ତିତ ହୁଅନ୍ତୁ ନାହିଁ। ଏହି ସବୁ ସ୍ୱପ୍ନର କାରଣ କିଛି ଏପରି ଥାଇପାରେ।

 

ଆପଣ ଭାବନ୍ତୁନି କି ଆପଣ ନିଜର ପୂର୍ବତନ ପ୍ରେମିକକୁ ଏପର୍ଯ୍ୟନ୍ତ ଭଲପାଉଛନ୍ତି। ଆପଣଙ୍କ ସ୍ୱପ୍ନର ଅର୍ଥ ବିଲକୁଲ କିଛି ନୁହେଁ। ସବୁବେଳ ନିଜର ବର୍ତ୍ତମାନର ପ୍ରେମିକ ପ୍ରତି ସଚ୍ଚୋଟତା ଦେଖାନ୍ତୁ। ହୁଏତ ଆପଣ ତାଙ୍କ ବିଷୟରେ କିଛି ଭାବିଛନ୍ତି, ତେଣୁ ସେ ଆପଣଙ୍କ ସ୍ୱପ୍ନରେ ଆସିଥାଇପାରନ୍ତି।

ଯଦି ଆପଣଙ୍କ ସ୍ୱପ୍ନରେ ପୂର୍ବତନ ପ୍ରେମିକ ଆସିଥାନ୍ତି, ତେବେ ଏହାର ଅର୍ଥ ଆପଣଙ୍କୁ ସେ ବହୁତ ଆଘାତ ଦେଇଥାଇପାରନ୍ତି। ଯାହାକୁ ଆପଣ ଏପର୍ଯ୍ୟନ୍ତ ଭୁଲିପାରୁନାହାନ୍ତି।

boy frnd

ପୂର୍ବତନ ପ୍ରେମିକ ସହିତ ଅତିବାହିତ କରିଥିବା ସବୁ ସମୟ ଯେ ବେକାର ତାହା ଭାବନ୍ତୁ ନାହିଁ। ଯଦି ଆପଣ ଏପରି ଭାବିବେ ତେବେ କେବେ ବି ତାଙ୍କୁ ଭୁଲି ପାରିବେ ନାହିଁ। ଏଥିପାଇଁ ହୁଏତ ସେ ଆପଣଙ୍କ ସ୍ୱପ୍ନରେ ଆସିଥାଇପାରନ୍ତି। ନିଜର ପୂର୍ବତନ ପ୍ରେମିକଙ୍କ ସହିତ ହୋଇଥିବା ଝଗଡା ଯୋଗୁଁ ହୁଏତ ସେ ଆପଣଙ୍କ ସ୍ୱପ୍ନରେ ଆସିଥାଇପାରନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button