ମନୋରଞ୍ଜନ

ନିଜଠାରୁ ସାନ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁବାର କାରଣ କହିଲେ ରଜନୀକାନ୍ତ – Ibnodisha

[ad_1]

ଚେନ୍ନାଇ: ନିକଟରେ ସୁପରଷ୍ଟାର ରଜନୀକାନ୍ତ ଲକ୍ଷ୍ନୌରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଦ ଛୁଇଁଥିବାର ନଜର ଆସିଥିଲେ। ଯାହାକୁ ନେଇ ବିବାଦ ମଧ୍ୟ ହୋଇଥିଲା। ରଜନୀକାନ୍ତ ଜଣେ ବୟସ୍କ ଲୋକ ହୋଇ ମଧ୍ୟ ନିଜଠାରୁ ସାନ ଲୋକଙ୍କ ପାଦ ଛୁଇଁବା କଥାକୁ ପସନ୍ଦ କରିନଥିଲେ ଲୋକ। ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁବା ନେଇ ବିବାଦ ପ୍ରସଂଗରେ ନିଜ ମତ ରଖିଛନ୍ତି ରଜନୀକାନ୍ତ।

ଏହି ପ୍ରସଂଗରେ ଏକ ପ୍ରଶ୍ନର ଉତ୍ତର ଦେଇ ରଜନୀକାନ୍ତ କହିଛନ୍ତି ଯେ ବୟସ ନିର୍ବିଶେଷରେ ସେ ଜଣେ ଯୋଗୀଙ୍କ ଚରଣ ସ୍ପର୍ଶ କରିଛନ୍ତି। ଯୋଗୀ, ସନ୍ୟାସୀମାନଙ୍କ ପାଦ ଛୁଇଁବା ତାଙ୍କର ପୁରୁଣା ଅଭ୍ୟାସ। ସେଥିପାଇଁ ସେ  ଏପରି କରିଛନ୍ତି।

ରଜନୀକାନ୍ତ କହିଛନ୍ତି, “ଜଣେ ସନ୍ୟାସୀ ହୁଅନ୍ତୁ କିମ୍ବା ଯୋଗୀ, ସେମାନେ ମୋଠାରୁ ସାନ ହୋଇଥିଲେ ମଧ୍ୟ ସେମାନଙ୍କ ପାଦତଳେ ପ୍ରଣାମ କରିବା ମୋର ଅଭ୍ୟାସ। ମୁଁ ତାହା ହିଁ କରିିଛି।’’

ସୋସିଆଲ ମିଡିଆରେ ଏବଂ ବିଶେଷକରି ତାମିଲନାଡୁରେ ରଜନୀକାନ୍ତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁବା ନେଇ ଅନେକ ବିବାଦ ଦେଖାଦେଇଥିଲା। ଅନେକ ଲୋକ ୭୨ ବର୍ଷୀୟ ରଜନୀକାନ୍ତଙ୍କୁ ତାଙ୍କଠାରୁ ସାନ ୟୁପି ସିଏମଙ୍କ ପାଦ ଛୁଇଁବା ଉପରେ ପ୍ରଶ୍ନ ଉଠାଇଥିଲେ। ଲୋକମାନେ କହିଥିଲେ ଯେ ରଜନୀକାନ୍ତ ତାଙ୍କଠାରୁ ସାନ ୟୁପି ସିଏମଙ୍କ ପାଦ ଛୁଇଁବା ଠିକ୍ ନ‌ୁହେଁ। ଏହି ସମୟରେ, ବର୍ତ୍ତମାନ ସୁପରଷ୍ଟାର ନିଜେ ନିଜ ଶୈଳୀରେ ଉତ୍ତର ଦେଇଛନ୍ତି।

ସୂଚନାଯୋଗ୍ୟ, ରଜନୀକାନ୍ତ ତାଙ୍କ ଚଳଚ୍ଚିତ୍ର ‘ଜେଲର’ର ସ୍କ୍ରିନିଂ ପାଇଁ ଲକ୍ଷ୍ନୌରେ ପହଞ୍ଚିଥିଲେ। ଏହି ସମୟରେ ସେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ସମାଜବାଦି ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ରଜନୀକାନ୍ତଙ୍କ ଅଭିନୟ ଦକ୍ଷତାକୁ ଖୁବ୍‌ ପ୍ରଶଂସା କରିଥିଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button