ରାଜ୍ୟ

ଗ୍ୟାସ୍ ମେଡ଼ିସିନ କିଡ଼ନୀ ପାଇଁ କ୍ଷତିକାରକ, ଏବେଠୁ ସିଗାରେଟ ତମାଖୁ ଭଳି ଖୋଳ ଉପରେ ଲେଖାଯିବ ବୈଧାନିକ ସତର୍କତା

ଅନେକ ସମୟରେ ଗ୍ୟାଷ୍ଟ୍ରିକ୍ କିମ୍ବା ଆଣ୍ଟିବାୟୋଟିକ ଖାଇବା ଦ୍ବାରା  ପେଟରେ ହେଉଥିବା ଗ୍ୟାସରୁ ମୁକ୍ତି ପାଇବା ପାଇଁ ଯେଉଁ ଗ୍ୟାସ ମେଡିସିନ ଆମେ ଖାଇଥାଉ ତାହା ଆମ ଶରୀର  ପାଇଁ ବହୁତ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି।ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ଏହି ସବୁ ଔଷଧକୁ ନେଇ ସାର୍ବଜନୀନ ସ୍ୱାସ୍ଥ୍ୟ ଚେତାବନୀ ଜାରି କରିଛନ୍ତି ।

ଗ୍ୟାସ୍ ବା ବଦହଜମି ହେଲେ ଆମେ ସାଧାରଣତଃ ପାଣ୍ଟାପ୍ରାଜୋଲେ (Pantaprazole), ଓମିପ୍ରାଜୋଲେ (Omiprazole), ଲଂସାପ୍ରାଜୋଲେ (Lansaprazole), ଇସୋମେପ୍ରାଜୋଲେ (Isomeprazole), ରେବିପ୍ରାଜୋଲେ (Rabiprazole) ସମେତ ଅନେକ ଔଷଧ ଖାଇଥାଉ। କିନ୍ତୁ ଏହି ଔଷଧ ବ୍ୟବହାର କରିବା ଦ୍ବାରା ଆମ ବୃକକ୍ ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ତେଣୁ ଏହିସବୁ ଔଷଧକୁ ବ୍ୟବହାର ନ କରିବା ପାଇଁ ଚେତାବନୀ ଦେଇଛନ୍ତି ସିଡିଏସସିଓ।

ଗ୍ୟାସ ମେଡିସିନରୁ  ମଣିଷ ଶରୀରରେ  ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ସମସ୍ତ ରାଜ୍ୟର ଟ୍ରଗ୍ସ କଣ୍ଟ୍ରୋଲରଙ୍କୁ ପତ୍ର ଲେଖିଛନ୍ତି। ଏହି ପତ୍ରରେ କୁହାଯାଇଛି ଯେ ଗ୍ୟାସ ମେଡିସିନ ତିଆରି କରୁଥିବା କମ୍ପାନିଗୁଡ଼ିକୁ ଔଷଧର ଖୋଳ ଉପରେ ଗ୍ୟାସ ମେଡିସିନର ହାନିକାରକ( ଗ୍ୟାସ ମେଡିସିନ ଖାଇବା ଦ୍ବାରା କିଡ଼ନୀ ଉପରେ କୁପ୍ରଭାବ ପଡିପାରେ) ବିଷୟରେ ଲେଖିବା ବାଧ୍ୟତାମୂଳକ ଭାବରେ ବୈଜ୍ଞାନିକ ସଂସ୍ଥା ଆଇପିସି ଏହି ଉପଦେଶ ଦେଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button