IBN ଓଡ଼ିଶା ବ୍ୟୁରୋ

ଶୀତଦିନରେ କେଶ ସମସ୍ୟାରୁ ମୁକ୍ତି ଦେବ ଏହି ତେଲ, ଜାଣନ୍ତୁ କିପରି ଘରେ କରିବେ ପ୍ରସ୍ତୁତ

ଧୀରେ ଧୀରେ ଶୀତର ଆଗମନ ହେଉଛି। ଏହିଦିନରେ ତ୍ୱଚା ଶୁଷ୍କ ହେବା ସହ ଏହାର ପ୍ରଭାବ ମଧ୍ୟ କେଶ ଉପରେ ପଡିଥାଏ। ବଦଳୁଥିବା ପାଣିପାଗ ସହିତ ଯେପରି ଆପଣ ନିଜର ତ୍ୱଚାର ଧ୍ୟାନ ରଖୁଛନ୍ତି, ସେହିପରି କେଶର ମଧ୍ୟ ଯତ୍ନ ନେବା ଆବଶ୍ୟକ। ଶରୀର ସହିତ କେଶମୂଳ ମଧ୍ୟ ଶୁଷ୍କ ହୋଇଥାଏ। ଯେଉଁଥିପାଇଁ ରୂପି ହେବା ସହ କେଶ ଝଡିବା ସମସ୍ୟା ଦେଖାଦିଏ। କିନ୍ତୁ ଆଜି ଆପଣଙ୍କୁ ଆମେ କିଛି ଘରେ ପ୍ରସ୍ତୁତ କରିଥିବା ତେଲ ବିଷୟରେ ଜଣାଇବୁ, ଯାହା ଆପଣଙ୍କ ଏହି ସମସ୍ୟାକୁ ଦୂର କରିବ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ତେଲ..

 

ଏଥିପାଇଁ ଜଡା ତେଲ( ୨ ଚାମଚ), ଲାଭେଣ୍ଡର ତେଲ (୧/୨ ଚାମଚ), ମେହନ୍ଦୀ ତେଲ (୧/୪ ଚାମଚ), ନଡିଆତେଲ ( ୧ ଚାମଚ) ଆବଶ୍ୟକ।

କିପରି କରିବେ ପ୍ରସ୍ତୁତ :

ପ୍ରଥମେ ଏହିସବୁ ତେଲକୁ ଏକ ପାତ୍ରରେ ଭଲଭାବେ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବେ ମିଶାଇବା ପରେ ଖରାରେ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖଦିଅନ୍ତୁ। ଏହାକୁ ଏବେ ଏକ ବୋତଲରେ ଭର୍ତ୍ତି କରି ରଖନ୍ତୁ। ଦରକାର ସମୟରେ କେଶରେ ଲଗାନ୍ତୁ। ସବୁବେଳେ କେଶରେ ତେଲ ଲଗାଇବା ବେଳେ ଏହାର ମୂଳରେ ଳଗାନ୍ତୁ। ଏହି ତେଲକୁ ଲଗାଇବାର ଏକ ଘଣ୍ଟା ପରେ ଭଲ ଭାବେ କେଶକୁ ମସାଜ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button