IBN ଓଡ଼ିଶା ବ୍ୟୁରୋ

ଆପଣଙ୍କ ଭାବୀ ସ୍ୱାମୀଙ୍କ ବିଷୟରେ ଜାଣିବାକୁ ଚାହୁଁଥିଲେ, ହସ୍ତରେଖାରୁ ଏମିତି ଲଗାନ୍ତୁ ପତ୍ତା

ହସ୍ତରେଖା ବିଷୟରେ ସମସ୍ତେ ଜାଣିଥିବେ। ହସ୍ତରେଖା ଦେଖି ବ୍ୟକ୍ତିର ସ୍ୱଭାବ ଏବଂ ଭବିଷ୍ୟତ ବିଷୟରେ ଜାଣିହେବ। କିନ୍ତୁ କଣ ଆପଣ ଜାଣନ୍ତି ଏହି ହସ୍ତ ରେଖାରୁ ଆପଣଙ୍କ ଭାବୀ ସ୍ୱାମୀ ବିଷୟରେ ଆପଣ ଜାଣିପାରିବେ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହା ସହ ଜଡିତ କିଛି ସୂଚନା ଦେବୁ , ଯାହାଦ୍ୱାରା ଆପଣ ଜାଣିପାରିବେ ଆପଣଙ୍କ ଜୀବନସାଥିଙ୍କ ସ୍ୱଭାବ କେମିତି।

-ଯେଉଁ ଜାତକରେ ଦୁଇଟି ହାତରେ ବିବାହ ରେଖା ଏକ ସମାନ ଲମ୍ବା ଯାଇଥାଏ ଏପରି ବ୍ୟକ୍ତିଙ୍କ ବୈବାହିକ ଜୀବନ ବହୁତ ସୁଖମୟ ହୋଇଥାଏ। ହାତରେ ଏମିତି ଲକ୍ଷଣ ଥିଲେ ଜୀବନସାଥିଙ୍କ ସାଥିରେ ତାଳମେଳ ଦର୍ଶାଇଥାଏ।

-ଯଦି କୌଣସି ଜାତକରେ ବିବାହ ରେଖା ହୃଦୟ ରେଖା ତଳେ ରହିଥାଏ ତେବେ ସେମାନଙ୍କର ବିବାହର ବହୁତ କମ ଯୋଗ ରହିଥାଏ। ହାତରେ ଅଧା ଥିବା ବିବାହ ରେଖା ପାଇଁ ଦାମ୍ପତ୍ୟ ଜୀବରେ ଉଚ୍ଚ ନିଚ ହୋଇପାରେ। ଏହି ପରି ଭାବରେ ପାପୁଲିର ତଳ ଆଡକୁ ଏକ ରେଖା ଯାଇ ଯଦି ମଝିରୁୁ କଟି ଥାଏ ତେବେ ଏହା ବୈବାହିକ ଜୀବନରେ ବାଧା ଉତ୍ପନ୍ନ ହେବାର ସଂକେତ ଦେଇଥାଏ।

vivah-ଯେଉଁ ଜାତକଙ୍କ ପାପୁଲିରେ ବିବାହ ରେଖା ହୃଦୟ ରେଖାର ପାଖରେ ଥାଏ ସେମାନଙ୍କ ବିବାହ ବହୁତ କମ୍‌ ବୟସରେ ହୋଇଥାଏ। ଏମିତି ଜାତକ ଥିବା ବ୍ୟକ୍ତିଙ୍କର ବିବାହ ୨୦ ବର୍ଷ ବୟସରେ ହୋଇଯାଇଥାଏ। ଯେଉଁ ଜାତକରେ ବିବାହ ରେଖା ଛୋଟ ଆଙ୍ଗୁଳି ଏବଂ ହୃଦୟ ରେଖା ମଝିରେ ଥାଏ ତେବେ ତାଙ୍କ ବିବାହ ୨୨ ବର୍ଷ ପରେ ହୋଇଥାଏ।

-ହସ୍ତରେଖା ଶାସ୍ତ୍ର ଅନୁସାରେ ଯେଉଁ ଜାତକରେ ଡାହାଣ ହାତରେ ଦୁଇଟି ବିବାହ ରେଖା ଆଡକୁ ବାମ ହାତରେ ଯଦି ଗୋଟିଏ ରେଖା ଥାଏ ତେବେ ସେମାନଙ୍କ ଜୀବନସାଥି ସର୍ବଗୁଣ ସମ୍ପନ୍ନ ହୋଇଥାନ୍ତି। ଏମିତି ଜାତକର ଜୀବନସାଥି ତାଙ୍କର ଏବଂ ତାଙ୍କ ପରିବାରର ବହୁତ ଯତ୍ନ ନେଇଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button