ଘରେ ସ୍ଵସ୍ତିକ ଚିହ୍ନ ବନାଉଥିଲେ, ଏହି କଥାକୁ ମାନନ୍ତୁ ! ଘରକୁ ମା’ ଲକ୍ଷ୍ମୀଙ୍କ ଆଗମନ ହେବ…

ଯାହା ଫଳରେ ଆପଣ ନିଜ ଘରେ ବା କାର୍ଯ୍ୟଳୟରେ ସ୍ଵସ୍ତିକ ସଠିକ ଭାବରେ ବନେଇ ପାରିବେ ଏବଂ ଶୁଭ ଫଳାଫଳ ମଧ୍ୟ ସେଥିରୁ ପାଇପାରିବେ । ଆପଣଙ୍କ ମଧ୍ୟରୁ ବହୁତ ଲୋକଙ୍କ ମନରେ କେବେ ନା କେବେ ଏହି ପ୍ରଶ୍ନ ନିଶ୍ଚିତ ଆସି ଥିବ । ଯେ ଲୋକ ନିଜ ଘରେ ସ୍ଵସ୍ତିକ ଚିହ୍ନ କ’ଣ ପାଇଁ ବନେଇ ଥାନ୍ତି ? ସ୍ଵସ୍ତିକ ଚିହ୍ନ ହିନ୍ଦୁ ଧର୍ମରେ ବହୁତ ଶୁଭ ମାନନ୍ତି, ଏହା ଦ୍ଵାରା ଘରେ ସକାରାତ୍ମକ ଊର୍ଜା ଭରି ରହିଥାଏ ।
ଘରେ ସଠିକ ଜାଗାରେ ଏବଂ ସଠିକ ଭାବରେ ସ୍ଵସ୍ତିକ ବନେଇଲେ ସ୍ଵସ୍ତିକ ଚିହ୍ନ ଆପଣଙ୍କ ଘରକୁ ସକାରାତ୍ମକ ଊର୍ଜା ପ୍ରଦାନ କରି ଥାଏ, ଏହା ଦ୍ଵାରା ନକାରାତ୍ମକ ଊର୍ଜା ମଧ୍ୟ ଘରକୁ ଆସିପାରିନଥାଏ । ଘରେ ସକାରାତ୍ମକ ଊର୍ଜାର ସଂଚାର ହେବା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଯାହା ଫଳରେ ମାଁ ଲକ୍ଷ୍ମୀ ଘରେ ପ୍ରବେଶ କରିଥାନ୍ତି ଏବଂ ସେହି ଘରେ କେବେ ବି ଆର୍ଥିକ ଅବସ୍ତା ଖରାପ ହୋଇନଥାଏ ।
ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଥାଏ ଯେ ସ୍ଵସ୍ତିକ ଘରର କେଉଁ ଜାଗାରେ ବନେଇବା ଉଚିତ ? ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ହିନ୍ଦୁ ଶାସ୍ତ୍ର ଅନୁଯାଇ ଘରର ମୁଖ୍ୟ କବାଟ ଉପରେ ସ୍ଵସ୍ତିକ ଚିହ୍ନ ବନେଇବା ଉଚିତ ଏବଂ ଏହା ଶୁଭଦାୟକ ଅଟେ ।
ସ୍ଵସ୍ତିକ ବନାଇବା ସମୟରେ ଆପଣଙ୍କୁ ଏହିସବୁ କଥାର ଧ୍ୟାନ ରଖିବା ପାଇଁ ଜରୁରୀ ଅଟେ । ସ୍ଵସ୍ତିକ ସବୁବେଳେ ଘଣ୍ଟା ଦିଶା ଅନୁଯାଇ ବନେଇବା ଉଚିତ ଅଟେ ।
ସ୍ଵସ୍ତିକ ମୁହଁ ସବୁବେଳେ ଉତ୍ତର ଦିଗ ଅନୁଯାଇ ହେବା ଉଚିତ । କାରଣ ଏହା ଧନ ଠାକୁର ଅର୍ଥାତ କୁବେର ଭଗବାନ ଉତ୍ତର ଦିଗରେରେ ବାସ କରନ୍ତି ।
ସ୍ଵସ୍ତିକ ଚିହ୍ନ ବନେଇବା ପାଇଁ କୁମକୁମ, ହଳଦୀ ବା ଚନ୍ଦନ ଉପଯୋଗ କରିବା ଉଚିତ,ଏହି ୩ଟି ଜିନିଷ ଛାଡି ଅଲଗା ସାମଗ୍ରୀ ଦ୍ଵାରା ସ୍ଵସ୍ତିକ ବନେଇବା ଉଚିତ ନୁହେଁ ।