IBN ଓଡ଼ିଶା ବ୍ୟୁରୋ

ମା’ର କ୍ଷୀର ନ ହେଲେ କ’ଣ କରିବେ ?

ମା’ କ୍ଷୀର ନହେଲେ କ’ଣ କରିବେ ? ବନ୍ଧୁଗଣ ଯେତେବେଳେ ଜଣେ ମହିଳା ପ୍ରଥମ କରି ମା’ ହୋଇଥାଏ । ସେତେବେଳେ ତା’ ର ଲାଇଫଷ୍ଟାଇଲରେ ଅନେକ ପ୍ରକାର ଚେଞ୍ଜସ ଦେଖିବାକୁ ମିଳିଥାଏ । ମହିଳାଟି ଶାରୀରିକ, ମାନସିକ ରୂପେ ମଧ୍ୟ ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହୋଇଯାଇଥାଏ । ତେବେ ପ୍ରସବ ପରେ ସାଧାରଣତଃ ମହିଳାମାନେ ବିଭିନ୍ନ ପ୍ରକାର ସମସ୍ଯାର ସମ୍ମୁଖୀନ ହୋଇଥାନ୍ତି । ବିଶେଷ କରି ପ୍ରସବ ହୋଇସାରିବା ପରେ ମହିଳାର ଠିକ ସମୟରେ କ୍ଷୀର ହେବ କି ନାହିଁ ତାହା ଉପରେ ମଧ୍ୟ ବହୁତ କିଛି ଦ୍ଵନ୍ଦ ମହିଳାଙ୍କ ମନରେ ରହିଥାଏ ।

 

ତେବେ ଏ ସମ୍ପର୍କରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଅଲକତା ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା । ତେବେ ଡାକ୍ତରଙ୍କ କହିବା ଆଧାରରେ ଯେଉଁ ମହିଳା ପ୍ରଥମ ଥର କରି ମା’ ହୋଇଥାଏ । ବ୍ରେଷ୍ଟ ଫିଡିଙ୍ଗ ତାଙ୍କ ପାଇଁ ଏକ ନୂଆ କଥା ହୋଇଥାଏ । ସେମାନେ ପ୍ରସବ ପରେ ତାଙ୍କ ଛୁଆକୁ ପ୍ରଥମ କରି ତାଙ୍କ କ୍ଷୀର ସେବନ କରାଇଥାନ୍ତି । ତେବେ ପ୍ରସବ ପରେ ଛୁଆକୁ ବ୍ରେଷ୍ଟ ଫିଡିଙ୍ଗ କରାଇବା ବହୁତ ଜରୁରୀ ଅଟେ ।

କାରଣ ମା’ କ୍ଷୀର ପିଲାଙ୍କ ପାଇଁ ଅମୃତ ହୋଇଥାଏ । ଯାହାଦ୍ୱାରା ପିଲାର ରୋଗପ୍ରତିରୋଧକ ଶକ୍ତି ବଢିବା ସହ ବହୁତ ପ୍ରକାର ସ୍ଵାସ୍ଥଗତ ଫାଇଦା ମଧ୍ୟ ମା’ କ୍ଷୀରରୁ ମିଳିଥାଏ । ତେବେ ଶିଶୁକୁ ସ୍ତନପାନ କରାଉଥିବା ମହିଳା ନିଜ ବ୍ରେଷ୍ଟର ଠିକ ଭାବେ ଯତ୍ନ ନେବା ମଧ୍ୟ ଦରକାର ପଡିଥାଏ । ଶିଶୁଙ୍କୁ କିଛି କିଛି ସମୟ ଛାଡି ବ୍ରେଷ୍ଟ ଫିଡିଙ୍ଗ କରାନ୍ତୁ ।

 

ଏଥିସହ ରାତି ସମୟରେ ମଧ୍ୟ ମହିଳା ମାନେ ନିଜ ଶିଶୁକୁ 3 ରୁ 4 ଥର କ୍ଷୀର ସେବନ କରାନ୍ତୁ । ଶିଶୁକୁ 6 ମାସ ନହେବା ପର୍ଯ୍ୟନ୍ତ ମା’ କ୍ଷୀର ଛଡା ଅନ୍ୟ କୌଣସି ବାହାର ଜିନିଷର ସେବନ କରାଇବା ଠାରୁ ଦୂରରେ ରୁହନ୍ତୁ । ପ୍ରସବ ପରେ ସଙ୍ଗେ ସଙ୍ଗେ କିଛି ମହିଳାଙ୍କର କ୍ଷୀର ଶିଶୁ ପାଇଁ ହୋଇନଥାଏ । ତେଣୁ ସେଥିପାଇଁ ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ବହୁତ ସମୟରେ ପ୍ରସବର 2 ରୁ 4 ଦିନ ପରେ ଯାଇ କିଛି ମହିଳାଙ୍କର ଶିଶୁ ପାଇଁ କ୍ଷୀର ହୋଇଥାଏ ।

ଶିଶୁକୁ ଯେତେ ଥର ବ୍ରେଷ୍ଟରେ ମୁହଁ ଲଗାଇ ଫିଡିଙ୍ଗ କରାଇବେ । ମା’ କ୍ଷୀର ସେତେ ଅଧିକ ପରିମାଣରେ ଶିଶୁ ପାଇଁ ବଢିଥାଏ । ବ୍ରେଷ୍ଟକୁ ପରିଷ୍କାର କରି ରଖନ୍ତୁ । ଯାହା ଦ୍ଵାରା ବ୍ରେଷ୍ଟରେ କୌଣସି ପ୍ରକାର ସମସ୍ଯା ଆସିବ ନାହିଁ । ଯଦି ବ୍ରେଷ୍ଟ ଫିଡିଙ୍ଗ ସମୟରେ କିଛି ଅଧିକ ସମସ୍ଯା ରହୁଥାଏ । ତେବେ ଡାକ୍ତରଙ୍କର ପରାମର୍ଶ ନେଇଯିବା ଜରୁରୀ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button