IBN ଓଡ଼ିଶା ବ୍ୟୁରୋ

ଏଣିକି ବାହାଘର ପୂର୍ବରୁ କରିବାକୁ ହେବ ଟେଷ୍ଟ, ଏହି ରୋଗ ଥିଲେ ବିବାହ ମନା, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ରୋଗଟିର ନାମ ହେଉଛି ସିକଲସେଲ । ଏ କଥା ଆମେ ନୁହେଁ ବରଂ କହିଛନ୍ତି ସରକାର । ଯଦି ପୁଅ କିମ୍ବା ଝିଅ ଠାରେ ଦେଖାଯିବ ଏହି ରୋଗ ତେବେ ବାହାଘର ନକରିବାକୁ ପରାମର୍ଶ । ବାହାଘର ପୂର୍ବରୁ ସିକଲସେଲ ପରୀକ୍ଷା ହେବା ବାଧ୍ୟତାମୂଳକ । ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଏହି ରୋଗ ମୂଳୋତ୍ପଟନ ପାଇଁ ନେଉଛନ୍ତି ମିଳିତ ପଦକ୍ଷେପ ।

ସାଧାରଣଃ ଲୋହିତ ରକ୍ତକଣିକା ଗୋଲାକାର ଓ ନମନୀୟ ।ମାତ୍ର ଏହି ରୋଗ ହୋଇଥିବା ବ୍ୟକ୍ତି ମାନଙ୍କଠାରେ ରକ୍ତ କଣିକା ଗୁଡ଼ିକ ଗହମ କାଟିବା ପାଇଁ ବ୍ୟବହୃତ ଦାଆ ପରି ଦେଖାଯାଏ । ଏହି ଅସାଧାରଣ ଆକୃତିର କୋଷ ଗୁଡ଼ିକ ରୋଗର ନାମ ନିଅନ୍ତି । ଏହି ରୋଗର ଲକ୍ଷଣ ହେଉଛି ରକ୍ତହୀନତା, ଭୀଷଣ ଯନ୍ତ୍ରଣା, ବାରମ୍ବାର ସଂକ୍ରମଣ ହେବା, ବିଳମ୍ବ ବୃଦ୍ଧି, ହାତ ଏବଂ ପାଦର ଫୁଲା ।

Beuatiful girls looking for a date
Trade Forex & CFDs

2047 ସୁଦ୍ଧା ସିକଲ ସେଲ ମୁକ୍ତ ଦେଶ କରିବାର ଲକ୍ଷ୍ୟ ରଖିଛନ୍ତି ସରକାର । ଏହା ଯେପରି ଆଗାମୀ ପିଢ଼ିକୁ ନ ବ୍ୟାପେ, ସେଥିପାଇଁ ନୂତନ ପଦକ୍ଷେପ ନେଇପାରନ୍ତି ସରକାର । ଓଡ଼ିଶାର 20 ଜିଲ୍ଲାରେ ଆରମ୍ଭ ହେବ ଏହି ପରୀକ୍ଷା । କେତେକ ରାଜ୍ୟରେ କେନ୍ଦ୍ର ସରକାର ବ୍ୟୟ କରୁଥିବା ବେଳେ ଆଉ କେତେକ ରାଜ୍ୟ ରିଲିଫ ପାଣ୍ଠିରୁ ବ୍ୟୟ କରି କରାଇବ ପରୀକ୍ଷା । ଓଡ଼ିଶାର ଅନ୍ୟ ରାଜ୍ୟ ତୁଳନାରେ ପଶ୍ଚିମ ଓ ଦକ୍ଷିଣରେ ପ୍ରଭାବ ଅଧିକ ଦେଖାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button