IBN ଓଡ଼ିଶା ବ୍ୟୁରୋ

କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ…

କ୍ୟାନସର ନାଁ ଶୁଣିଲେ ଡର ଲାଗେ । କ୍ୟାନସରର କାରଣ, ଚିକିତ୍ସା ଆଦି ପାଇଁ ଏବେବି ଗବେଷଣା ଜାରି ରହିଛି । କ୍ୟାନସର ବା ରକ୍ତ କର୍କଟ । ଏହି ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଭିନ୍ନ କର୍କଟ ରୋଗରେ ପୀଡ଼ିତ ହୋଇ ଅନେକ ଲୋକଙ୍କ ଜୀବନ ଯାଉଛି । ହେଲେ ଆପଣ ଜାଣନ୍ତି କି ? କାହିଁକି ହୁଏ ରକ୍ତ କର୍କଟ ବା ବ୍ଳଡ୍‌ କ୍ୟାନସର ? ଏହି ରୋଗ ମୁଖ୍ୟତଃ କେତେ ପ୍ରକାରର ରହିଥାଏ ? ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ…

ସାଧାରଣତଃ ରକ୍ତ କର୍କଟ ତିନି ପ୍ରକାରର । ଯଥା ଲିମ୍ଫୋମା, ମାଇଲୋମା, ଏବଂ ଲ୍ୟୁକେମିଆ । ଏହି ତିନି ପ୍ରକାରର ରକ୍ତ କର୍କଟ ଭିନ୍ନ ଭିନ୍ନ ହୋଇଥା’ନ୍ତି । ଲିମ୍ଫୋମା ରକ୍ତ କର୍କଟ ଜଣେ ରୋଗୀଙ୍କ ଲିମ୍ଫୋ ସିଷ୍ଟମ ଉପରେ ବିଶେଷ ପ୍ରଭାବ ପକାଇଥାଏ । ଯେଉଁଥିରେ ଲସିକା ଗ୍ରନ୍ଥି ଓ ସ୍ନାୟୁ ଗୁଡ଼ିକ ଉପରେ ବିଶେଷ ପ୍ରଭାବ ପଡ଼ିଥାଏ । ମାଇଲୋମା ରକ୍ତ କର୍କଟ ଜଣେ ରୋଗୀଙ୍କ ଅସ୍ଥି ସଜ୍ଜାର ପ୍ଲାଜମା କୋଷ ଗୁଡ଼ିକୁ ପ୍ରଭାବିତ କରେ । ଫଳରେ ରୋଗୀର ଶରୀରରେ ହାଡ଼, ରକ୍ତ ଓ କିଡନୀକୁ କ୍ଷତି ପହଞ୍ଚାଇଥାଏ । ଲ୍ୟୁକେମିଆ ରକ୍ତ କର୍କଟ ରୋଗୀର ଶରୀରରେ ଶ୍ୱେତ ରକ୍ତ କଣିକା ଅଧିକ ଉତ୍ପାଦନ କରିଥାଏ । ଯାହାଫଳରେ ବ୍ୟକ୍ତିଜଣକ ରୋଗ ସହ ଲଢ଼ିବାରେ ଅସମର୍ଥ ହୋଇଥାଏ ।

ଜ୍ୱର ଲାଗି ରହିବା, ଶରୀରର ଓଜନ କମିବା, ଭୋକ ନଲାଗିବା, ନାକରୁ ରକ୍ତ ପଡ଼ିବା, ହାଡ଼ରେ ଯନ୍ତ୍ରଣା ହେବା, ମହିଳାମାନଙ୍କ ପ୍ରବଳ ରକ୍ତସ୍ରାବ ହେବା, ରାତିରେ ଶୋଇବାବେଳେ ଝାଳ ବାହାରିବା, ପରିଶ୍ରମ ନକରି ମଧ୍ୟ କ୍ଲାନ୍ତ ଅନୁଭବ କରିବା ଏଭଳି ସମସ୍ୟା ଲାଗି ରହିବା ହେଉଛି ଏହି ରୋଗର ପ୍ରମୁଖ ଲକ୍ଷଣ । ଯଦି ଏପରି ଲକ୍ଷଣ ଦେଖାଦିଏ ତେବେ ଡାକ୍ତରଙ୍କ ପରାମର୍ଶନେବା ନିହାତି ଆବଶ୍ୟକ ।

ଆହୁରି ପଢନ୍ତୁ :

Related Articles

Leave a Reply

Your email address will not be published. Required fields are marked *

Back to top button