IBN ଓଡ଼ିଶା ବ୍ୟୁରୋ

କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଆଜିକାଲି ଅଧିକାଂଶ ଲୋକମାନେ ଲିଭର ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭାରତରେ ପ୍ରାୟତ ୩୦% ଲୋକ ଲିଭର ରୋଗରେ ପୀଡିତ ହେଉଛନ୍ତି । ସାଧାରଣତ ଏହି ସମସ୍ୟାକୁ ଫ୍ୟାଟି ଲିଭର କୁହାଯାଏ । ଯଦି ଅଧିକ ଚର୍ବି ଲିଭର ସେଲରେ ରହିବ ତା ହେଲେ ଫ୍ୟାଟି ଲିଭର ସମସ୍ୟା ହୋଇଥାଏ ।

ଫ୍ୟାଟି ଲିଭର ସମସ୍ୟା କେଉଁମାନଙ୍କ କ୍ଷେତ୍ରରେ ଅଧିକ ହେବାର ସମ୍ଭାବନା ରହିଥାଏ ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯେଉଁମାନେ ଅଧିକ ମାତ୍ରାରେ ମଦ୍ୟପାନ କରନ୍ତି ସେମାନଙ୍କ କ୍ଷେତ୍ରରେ ଫ୍ୟାଟି ଲିଭର ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ ।

Bob Marley: One Love (2024)
Bitcoin FX Trading

ଏହା ଛଡା ଡାଇବେଟିସ, କୋଲେଷ୍ଟ୍ରୋଲ, ମୋଟାପଣ ଓ ଅଧିକ ମେଡ଼ିସିନ ଖାଉଥିଲେ ଫ୍ୟାଟି ଲିଭର ସମସ୍ୟା ଦେଖା ଯାଇଥାଏ । ଲିଭର ଜନିତ ସମସ୍ୟା ହେଲେ କିଛି ଖାସ ଲକ୍ଷଣ ଶରୀରରେ ଦେଖା ଯାଇଥାଏ । ଏଭଳି କ୍ଷେତ୍ରରେ ଶରୀର ଦୁର୍ବଳ ଲାଗିବା ସହ ଡାହାଣ ପଟ ପେଟରେ ହାଲକା ଯନ୍ତ୍ରଣା ଅନୁଭବ ହୁଏ ।

ମଦ୍ୟପାନ କରୁଥିବା ଲିଭର ରୋଗର ଲକ୍ଷଣ ଗୁଡିକ ହେଉଛି ବାନ୍ତି ହେବା, ଭୋକ କମିଯିବା, ଜଣ୍ଡିସ ହେବା, ରକ୍ତ ବାନ୍ତି ହେବା ସହ କଳା ଝାଡା ହେବା । ଅନ୍ୟ କିଛି ବିଶେଷ କାରଣ ପାଇଁ ଲିଭର ରୋଗ ଦେଖା ଯାଇଥାଏ । ସେହି ସବୁ କାରଣ ଗୁଡିକ ହେଉଛି ଶୀଘ୍ର ଓଜନ ହ୍ରାସ ପାଇବା, ଡାକ୍ତରଙ୍କ ବୀନା ପରାମର୍ଶରେ ମେଡ଼ିସିନ ନେବା, ଅନେକ ସମୟରେ ଅପରେସନ ପରେ ଯକୃତରେ ଚର୍ବି ଜମା ହୁଏ ଓ ରକ୍ତରେ ଅଧିକ କୋଲେଷ୍ଟ୍ରୋଲ ଜମା ହେବା ଇତ୍ୟାଦି ।

ତେଣୁ ମଦ୍ୟପାନ ଜନିତ ଲିଭର ନ ହେବାର ଏକ ଉପାୟ ରହିଛି । ସେଥିପାଇଁ ମଦ୍ୟପାନ ଛାଡିବାକୁ ହେବ । ଫ୍ୟାଟି ଲିଭର ସମସ୍ୟା ହେବା ଆରମ୍ଭ ହେଲେ ଆପଣ ମଦ୍ୟପାନ ସେବନ ବନ୍ଦ କରି ଦେଲେ ଏହି ସବୁ ସମସ୍ୟା ଗୁଡିକ ଆଉ ଆଗକୁ ହେବ ନାହିଁ । ଯଦି ଲିଭର ଜନିତ କୌଣସି ସମସ୍ୟା ଆପଣ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ଏହା ସହ ଖାଦ୍ୟପେୟ ଓ ଜୀବନଶୈଳୀରେ ଧ୍ୟାନ ଦିଅନ୍ତୁ । ଅଧିକ ତେଲ ଜାତୀୟ ଖାଦ୍ୟ ଖାଇବା ବନ୍ଦ କରନ୍ତୁ । ଶରୀରରେ ଅଧିକ ମୋଟାପଣ କମ୍ କରିବା ପାଇଁ ଯୋଗ ଓ ବ୍ୟାୟାମ ଅଭ୍ୟାସ କରନ୍ତୁ । ଏହା ସହ ଦିନକୁ ୪ରୁ ୫ ଲିଟର ପାଣି ପିଅନ୍ତୁ । ଏହି ସବୁ କଥା ପ୍ରତି ଯଦି ଆପଣମାନେ ଧ୍ୟାନ ଦେବେ ତେବେ ଆପଣଙ୍କୁ କେବେ ବି ଲିଭର ଜନିତ ସମସ୍ୟା ହେବ ନାହିଁ ।

ଖାଦ୍ୟ ବାଣ୍ଟିବାବେଳେ ଲୋକମାନେ ସାଧାରଣତଃ ପରସ୍ପରର ଅଇଁଠା ଖାଆନ୍ତି । ଯଦି ଆପଣ ମଧ୍ୟ କାହାର ଅଇଁଠା ଖାଇବାକୁ ମୁକ୍ତ ମନେ କରନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ସତର୍କ ହେବା ଆବଶ୍ୟକ ଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button