IBN ଓଡ଼ିଶା ବ୍ୟୁରୋ

ଏହି ରହସ୍ୟମୟୀ ପୋଲ ଉପରେ ପହଁଞ୍ଚିବା ମାତ୍ରେ ହିଁ ଡେଇଁ ଆତ୍ମହତ୍ୟା କରି ଦେଇଥାନ୍ତି କୁକୁର, ଜାଣନ୍ତୁ କ’ଣ କାରଣ ?

ଦୁନିଆରେ ଏମିତି ଅନେକ ରୋଗ ରହିଛି ଯେଉଁଥିରେ ଲୋକମାନେ ପିଡିତ ଅଟନ୍ତି। କିନ୍ତୁ, ଗୋଟିଏ ଏମିତି ଅଦୃଶ୍ୟ ମହାମାରୀ ରହିଛି ଯାହା ଲୋକମାନଙ୍କୁ ଧିରେଧିରେ ନିଜ କବଳରେ ନେବାକୁ ଲାଗିଛି। ଆଜିକାଲିକା ସମୟରେ କିଛି ବ୍ୟକ୍ତି ଚିନ୍ତା, ଡିପ୍ରେଶନରେ ଆସି ନିଜ ଜୀବନକୁ ଶେଷ କରି ନେଇଥାନ୍ତି ଅର୍ଥାତ ଆତ୍ମ-ହତ୍ୟା କରି ଦେଇଥାନ୍ତି।ନିଜେ ହିଁ ନିଜକୁ ହତ୍ୟା କରିବା ବିଷୟରେ ଚିନ୍ତା କରିବା ମାତ୍ରେ ହିଁ ହୃଦୟ କମ୍ପି ଉଠିଥାଏ, କିନ୍ତୁ ଲୋକମାନେ ଏମିତି କରିଥାନ୍ତି।

କିନ୍ତୁ, ମନୁଷ୍ୟ ଆତ୍ମହତ୍ୟା କରିଥାଏ ତ ତାର କାରଣ ବୁଝା ପଡ଼ିଥାଏ, କିନ୍ତୁ ଯେତେବେଳେ କୈାଣସି ପଶୁ ଆତ୍ମହତ୍ୟା କରିଥାଏ ତ ଆଶ୍ଚର୍ଯ୍ୟ ଲାଗିଥାଏ। ଆଜ୍ଞା ହଁ,ଏହି ଦୁନିଆରେ ଗୋଟିଏ ଏମିତି ପୋଲ ଅଛି ଯେଉଁଠାରେ କୁକୁରମାନେ ଡିଆଁ ମାରି ଆତ୍ମ-ହତ୍ୟା କରି ଦେଇଥାନ୍ତି। ଏହିକଥା ଶୁଣିବା ପାଇଁ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ କି କୁକୁର ଏବଂ ପୋଲ ମଧ୍ୟରେ ଏହା କେମିତି ସମ୍ପର୍କ ଅଟେ କି ପୋଲ ଉପରେ ଚଢ଼ିବା ମାତ୍ରେ ହିଁ କୁକୁର ମୃତ୍ୟୁକୁ ଆଲିଙ୍ଗନ କରି ନେଇଥାଏ। ଆସନ୍ତୁ ଜାଣିବା ଏହି ପୋଲ କେଉଁଠାରେ ରହିଛି ଏବଂ କୁକୁର ମାନଙ୍କ ଆତ୍ମ-ହତ୍ୟାର କାରଣ କ’ଣ ଅଟେ…

ଏହି ରହସ୍ୟମୟୀ ପୋଲ ହେଉଛି ସ୍କଟଲାଣ୍ଡରେ ଯାହାକୁ କୁକୁର ମାନଙ୍କ ଆତ୍ମ-ହତ୍ୟା ପାଇଁ ଜଣା ଯାଇଥାଏ। ଏହି ପୋଲକୁ ଡଗ୍ସ ସୁଇସାଇଡ ବ୍ରିଜ ନାମରେ ମଧ୍ୟ ଜଣା ଯାଇଥାଏ ଏବଂ ଏହି ପୋଲର ଉଚ୍ଚତା ୫୦ଫୁଟ ଅଟେ। ଏହି ପୋଲ ଉପରକୁ କୈାଣସି ବି କୁକୁର ବୁଲିବା ପାଇଁ ଆସିଥାଏ ନିଜେ ନିଜେ ହିଁ ପୋଲ ଉପରୁ ଡିଆଁ ମାରି ଦେଇଥାଏ। ଏପର୍ଯ୍ୟନ୍ତ ଏହି ପୋଲ ଉପରୁ ଶହଶହ କୁକୁର ଡିଆଁ ମାରି ଆତ୍ମ-ହତ୍ୟା କରି ଦେଇଛନ୍ତି।

ଗୋଟିଏ ମିଡ଼ିଆ ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ଏହି ପୋଲର କଣ ରହସ୍ୟ ରହିଛି କାହାକୁ ଜଣା ପଡି ପାରିନାହିଁ। ଏପର୍ଯ୍ୟନ୍ତ ଏହି ପୋଲ ରହସ୍ୟ ହୋଇ ହିଁ ରହିଛି କି ବାସ୍ତବରେ କୈାଣସି ବି କୁକୁର ଏହି ପୋଲ ଉପରକୁ ଆସି ଆତ୍ମ-ହତ୍ୟା କଣ ପାଇଁ କରିଥାଏ? ସ୍ଥାନୀୟ ଲୋକ କହିଛନ୍ତି କି ଏପର୍ଯ୍ୟନ୍ତ ପୋଲରୁ ଡିଆଁ ମାରୁଥିବା କୁକୁର ମାନଙ୍କ ମଧ୍ୟରୁ ୫୦ ମୃତ୍ୟୁ ମଧ୍ୟ ହୋଇ ସାରିଛି।

କୁକୁର ମାନଙ୍କ ଆତ୍ମ-ହତ୍ୟାକୁ ଦେଖି ଏହା ସହିତ ଯୋଡା ଗୋଟିଏ ନୋଟିସ ମଧ୍ୟ ଏଠାରେ ଲଗାଇ ଦିଆଯାଇଛି ଯାହାଦ୍ଵାରା ଯିବା ଆସିବା କରିବା ଲୋକଙ୍କୁ ଜଣା ପଡି ପାରିବ। ଏହି ପୋଲର ନିର୍ମାଣ ବର୍ଷ ୧୯୫୦ରେ ହୋଇଥିଲା। ଲୋକମାନେ କହିଛନ୍ତି କି ଯେବେଠାରୁ ପୋଲର ନିର୍ମାଣ ହୋଇଛି ଏହି ପ୍ରକାରର ଘଟଣା ଦେଖା ଯାଇଛି।

ଅନେକ କାହାଣୀ ଅଟେ ପ୍ରସିଦ୍ଧ

ଏହି ପୋଲ ସହିତ ଯୋଡା ଅନେକ ଗୁଡ଼ିଏ କଥା-କାହାଣୀ କୁହା ଯାଇଥାଏ। କିଛି ଲୋକ ଏହି ପୋଲକୁ ଭୂତ-ପ୍ରେତ ସହିତ ଯୋଡି ମଧ୍ୟ ଦେଖିଥାନ୍ତି। ଅନେକ ଲୋକଙ୍କର କହିବା କଥା ହେଉଛି କି ପୋଲ ଉପରେ ଚଢ଼ିବା ମାତ୍ରେ ହିଁ କୁକୁରଙ୍କ ଭିତରେ ଭୂତ ଆସି ଯାଇଥାଏ ଏବଂ ସେ ନିଜେ ପୋଲରୁ ଡେଇଁ ନିଜ ଜୀବନ ଦେଇ ଦେଇଥାନ୍ତି। ଯେଉଁ ଲୋକମାନଙ୍କ କୁକୁର ଏଠାରୁ ଡେଇଁ ମରିଛନ୍ତି ସେହି ଲୋକମାନଙ୍କର ମଧ୍ୟ କହିବା କଥା ହେଉଛି କି ଏଠାରେ କିଛି ତ ଅଜବ ରହିଛି ଯେଉଁ କାରଣରୁ ଏହି ପ୍ରକାରର ଘଟଣା ହୋଇଥାଏ।

ସେଠାରେ କିଛି ଲୋକ କହିଛନ୍ତି କି ପୋଲ ଉପରେ ଲେଡି ଅଫ ଓବରଟନଙ୍କ ଆତ୍ମା ରହିଥାଏ, ଯିଏ ନିଜ ସ୍ବାମୀଙ୍କ ମୃତ୍ୟୁ ପରେ ଏଠାରେ ୩୦ବର୍ଷ ପର୍ଯ୍ୟନ୍ତ ଏକୁଟିଆ ହିଁ ରହୁଥିଲେ। କିନ୍ତୁ, ଏପର୍ଯ୍ୟନ୍ତ ଏସବୁ କାହାଣୀ ହିଁ ଅଟେ ଏବଂ ପୋଲରୁ କୁକୁର ମାନଙ୍କ ଡେଇଁବା ପଛର ରହସ୍ୟ ହେଉଛି ଏପର୍ଯ୍ୟନ୍ତ ଏହାର ସତ୍ୟତା ଦୁନିଆ ସାମ୍ନାକୁ ଆସିବା ବାକି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button