IBN ଓଡ଼ିଶା ବ୍ୟୁରୋ

ଯେଉଁ ଘରେ ରହିଥାଏ ଏହି ୫ ଗୋଟି ଜିନିଷ, ସେଠାରେ କେବେବି ଦାରିଦ୍ର୍ୟତା ଗ୍ରାସ କରେ ନାହିଁ। ଜାଣନ୍ତୁ କଣ ସେହି ଜିନିଷ ?

ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ୱ ରହିଛି।ଘରେ ଆମେ ବାସ୍ତୁ ଅନୁସାରେ ଅନେକ ଜିନିଷ ଆଣି ରଖିଥାଉ।ଏଭଳି କରିବା ଦ୍ୱାରା ଘର ପାଇଁ ଶୁଭ ସାବ୍ୟସ୍ତ ହୋଇଥାଏ ଏବଂ କେବେବି ଅଭାବର ସମ୍ମୁଖୀନ ହେବାକୁ ପଡ଼େ ନାହିଁ। ଘରେ ଥିବା ପ୍ରତ୍ୟେକ ଜିନିଷର କିଛି ଖାସ ମହତ୍ୱ ରହିଥାଏ।

ଯଦି ଆପଣ ସେହି ଜିନିଷ ଗୁଡ଼ିକୁ ସଠିକ ସ୍ଥାନରେ ରଖିବେ ନାହିଁ, ତାହେଲେ ଏହାର ଖରାପ ପ୍ରଭାବରୁ ଘରେ ନକାରାତ୍ମକ ଉର୍ଜା ବୃଦ୍ଧି ପାଇବ। ଏହାଦ୍ବାରା ଘରେ ଅଶାନ୍ତି ସୃଷ୍ଟି ହେବା ସହିତ ଆର୍ଥିକ ସମସ୍ୟା ମଧ୍ୟ ସୃଷ୍ଟି ହେବ। ତେବେ ଆସନ୍ତୁ ଜାଣିବା ସେହି ୫ ଗୋଟି ଜିନିଷ ବିଷୟରେ, ଯାହାକୁ ଘରେ ରଖିବା ଦ୍ଵାରା ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।

– ପ୍ରଥମ ଜିନିଷଟି ହେଉଛି ଶ୍ରୀଗଣେଶଙ୍କ ମୂର୍ତ୍ତି। କୌଣସି ବି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଆମେ ପ୍ରଭୁ ଗଣେଶଙ୍କ ଆରାଧନା କରିଥାଉ। ପ୍ରଭୁ ଶ୍ରୀ ହେଉଛନ୍ତି ପ୍ରଥମ ପୂଜ୍ୟ ଓ ସହିତ ବିଘ୍ନ ବିନାଶକ। ଆପଣ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ଘରର ମୁଖ୍ୟ ଦୁଆର ସାମ୍ନାରେ ସ୍ଥାପନ କରନ୍ତୁ। ଦେଖିବେ ଆପଣଙ୍କ ଘରେ ରହିଥିବା ନକାରାତ୍ମକ ଉର୍ଜା ନଷ୍ଟ ହୋଇଯିବ ଏବଂ ଘରେ ସୁଖଶାନ୍ତି ବଜାୟ ରହିବ। ଏହାସହିତ ଆପଣଙ୍କ ଘରର ସମସ୍ତ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଯିବ।

– ଦ୍ଵିତୀୟ ଜିନିଷଟି ହେଉଛି ବଇଁଶୀ। ବଇଁଶୀ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ଅତିପ୍ରିୟ ଜିନିଷ ଅଟେ। ପ୍ରଭୁଙ୍କ ବଇଁଶୀର ସ୍ୱରରେ ସେ ସମସ୍ତ ପ୍ରାଣୀ ଜଗତକୁ ମନ୍ତ୍ରମୁଗ୍ଧ କରି ଦେଇଥାନ୍ତି। ଏହି ବଇଁଶୀକୁ ଘରେ ଆଣି ରଖନ୍ତୁ। ଦେଖିବେ ଆପଣଙ୍କ ଘରର ବାତାବରଣ ସକାରାତ୍ମକ ଉର୍ଜାରେ ଭରି ଯିବ।ଏହାସହିତ ଦେବୀ ଲକ୍ଷ୍ମୀ ମଧ୍ୟ ତାଙ୍କର କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରଖିବେ।

– ତୃତୀୟ ଜିନିଷଟି ହେଉଛି ଶଙ୍ଖ। ଶାସ୍ତ୍ରରେ ଶଙ୍ଖକୁ ଏକ ପବିତ୍ର ଜିନିଷ ଯାଇଛି। ପ୍ରାୟତଃ ପ୍ରତ୍ୟେକ ଦେବାଦେବୀ ଏହାକୁ ଧାରଣ କରିଥାନ୍ତି।ଶଙ୍ଖର ଧ୍ଵନି ବହୁତ ପବିତ୍ର ଅଟେ।ପ୍ରତ୍ୟେକ ହିନ୍ଦୁଲୋକ ଠାକୁରଙ୍କୁ ପୂଜା କରିବା ସମୟରେ ଶଙ୍ଖ ବଜାଇ ଥାଆନ୍ତି। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ନଷ୍ଟ ହୋଇ ସକରାତ୍ମକ ଉର୍ଜା ସୃଷ୍ଟି ହୁଏ ଏବଂ ମନକୁ ଶାନ୍ତି ମଧ୍ୟ ମିଳିଥାଏ।ଘରେ ଶଙ୍ଖକୁ ପୂଜା କରିବା ଉଚିତ।

– ଚତୁର୍ଥ ଜିନିଷଟି ହେଉଛି ଦେବୀ ଲକ୍ଷ୍ମୀ ଏବଂ କୁବେର ମହାରାଜଙ୍କ ମୂର୍ତ୍ତି।ପ୍ରାୟତଃ ସମସ୍ତଙ୍କ ଘରେ ଦେବୀ ଲକ୍ଷ୍ମୀଙ୍କର ମୂର୍ତ୍ତି ନିଶ୍ଚିତ ଭାବରେ ରହିଥାଏ। କିନ୍ତୁ ଘରେ ଦେବୀ ଲକ୍ଷ୍ମୀ ଏବଂ କୁବେର ମହାରାଜଙ୍କର ଏକାଠି ବିରାଜମାନ କରିଥିବା ମୂର୍ତ୍ତି ବା ଫଟୋ ସ୍ଥାପନ କରିବା ଉଚିତ। ଏହାଦ୍ଵାରା ଘରେ କେବେବି ଧନର ଅଭାବ ହୋଇ ନଥାଏ ଏବଂ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସର୍ବଦା ଘର ଉପରେ ରହିଥାଏ।

– ପଞ୍ଚମ ଜିନିଷଟି ହେଉଛି ଘରେ ମାଛ ରଖିବା। କୁହାଯାଏ କି ଯେଉଁ ଘରେ ମାଛ ରଖା ଯାଇଥାଏ, ସେହି ଘରେ କେବେବି ଧନର ଅଭାବ ହୁଏ ନାହିଁ। ବ୍ୟବସାୟରେ ସର୍ବଦା ଲାଭ ମିଳିଥାଏ। ଆପଣ ଘରେ କିମ୍ବା ନିଜର କର୍ମ କ୍ଷେତ୍ରରେ ମାଛ ଆଣି ରଖନ୍ତୁ। ଏହାଦ୍ଵାରା ସେହି ପରିବେଶ ସକାରାତ୍ମକ ଓ ଶାନ୍ତିମୟ ହୋଇ ଯାଇଥାଏ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button