IBN ଓଡ଼ିଶା ବ୍ୟୁରୋ

ଖାଦ୍ୟ ଖାଇବା ସମୟରେ ବାଳ ବାହାରିଲେ କଣ ସଂକେତ ମିଳିଥାଏ? ଜାଣନ୍ତୁ

ଅଧିକାଂଶ ସମୟରେ ଆମେ ଖାଦ୍ୟ ଖାଇବା ବେଳେ ବାଳ ବାହାରିଥାଏ। ଆମେ ସମସ୍ତେ ବିଜ୍ଞାନକୁ ମାନି ଆସୁଛୁ। କିନ୍ତୁ ଆମେ ଯେତେ ଆଧୁନିକ ଯୁଗରେ ଥିଲେ ମଧ୍ୟ ପୁରାଣ ଶାସ୍ତ୍ରକୁ ମଧ୍ୟ ଆମକୁ ମାନିବାକୁ ପଡ଼ିବ। ଆଜି ଆମେ ଆପଣ ମାନଙ୍କୁ ଖାଦ୍ୟରୁ ବାଳ ବାହାରିବା ଶୁଭ ନା ଅଶୁଭ ସେହି ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ବିସ୍ତାର ରୂପରେ ଜାଣିବା।

୧/ ଯେଉଁମାନେ ଖାଦ୍ୟ ଖାଇ ସାରି ଅଇଁଠା ଛାଡ଼ି ଚାଲି ଯାଇଥାନ୍ତି, ସେମାନେ ଜୀବନରେ କେବେବି ସଫଳ ହୋଇ ପାରି ନଥାନ୍ତି। ଏମାନଙ୍କୁ ସର୍ବଦା ଧନ ଅଭାବର ସମ୍ମୁଖୀନ ହେବାକୁ ପଡ଼େ।

୨/ ଯେଉଁମାନେ ସକାଳର ଜଳଖିଆ ସଠିକ ସମୟରେ ନଖାଇ ଦିନ ୧୧ ଘଟିକାରେ ଖାଇ ଥାଆନ୍ତି, ସେମାନେ ସର୍ବଦା ଦାରିଦ୍ର୍ୟତାର ସମ୍ମୁଖୀନ ହୋଇଥାନ୍ତି

୩/ ଖାଦ୍ୟ ଖାଉଥିବା ସମୟରେ ଯଦି ବାଳ ବାହାରେ, ତାହେଲେ ଭୟ ନକରି ସେହି ବାଳକୁ ଫିଙ୍ଗି ଦେଇ ଖାଦ୍ୟ ସେବନ କରନ୍ତୁ। ଖାଦ୍ୟରୁ ବାଳ ବାହାରିବା ଦ୍ଵାରା ଆପଣଙ୍କର କୌଣସି ଅନିଷ୍ଟ ହେବ ନାହିଁ।

୪/ ଯେଉଁମାନେ ସର୍ବଦା ନାକରେ ଆଙ୍ଗୁଳି ପୂରେଇ ଥାଆନ୍ତି ଏବଂ ଦାନ୍ତ ରଗଡ଼ି ଥାଆନ୍ତି, ସେମାନେ ଜୀବନରେ ସର୍ବଦା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି

୫/ ସର୍ବଦା ମୁଣ୍ଡ କୁଣ୍ଡେଇ ସାରିବା ପରେ ସେହି ଚୁଟିକୁ ନିଜ ହାତରେ ଉଠାଇ ବାହାରେ ପକାଇବା ଉଚିତ। ଏହି ଚୁଟିକୁ ଛାଞ୍ଚୁଣୀ ଦ୍ବାରା ବାହାରେ ଫିଙ୍ଗିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ।

୬/ ବାରମ୍ବାର ମୁଣ୍ଡ କୁଣ୍ଡାଇବା ଉଚିତ ନୁହେଁ। ବିଶେଷ କରି ଗୁରୁବାର ଦିନ ମୁଣ୍ଡ କୁଣ୍ଡାନ୍ତୁ ନାହିଁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ଘରେ ଅର୍ଥର ଘୋର ଅଭାବ ଦେଖା ଦେଇଥାଏ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button