IBN ଓଡ଼ିଶା ବ୍ୟୁରୋ

ମହିଳାମାନେ ଭୁଲରେ ବି କାଟନ୍ତୁ ନାହିଁ ଏହି ପରିବା,ମାଡି ଆସିବ ମହାବିପଦ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାମାନେ ଭୁଲରେ ବି କାଟନ୍ତୁ ନାହିଁ ଏହି ପରିବା। ମହାବିପଦ ଆସିବ। ବନ୍ଧୁଗଣ ଆସନ୍ତୁ ଏହି ପୋଷ୍ଟରେ ଜାଣିବା ଯେ ଘରର ମହିଳାମାନେ ସେ ଝିଅ ହୁଅନ୍ତୁ ଅବା ବହୁ ହୁଅନ୍ତୁ କେଉଁ ସବୁ ପରିବା କାଟିବା ଅନୁଚିତ ହୋଇଥାଏ

ବନ୍ଧୁଗଣ ହିନ୍ଦୁ ଧର୍ମ ଶାସ୍ତ୍ରରେ ବହୁତ ସାରା କାର୍ଯ୍ୟ ଅଛି ଯାହା ମହିଳା ମାନଙ୍କ ପାଇଁ ବର୍ଜିତ ଅଟେ। ତେଣୁ କୌଣସି ମହିଳା ଜଣାତରେ ହେଉ ଅବା ଅଜଣାତରେ ହେଉ ଏହିସବୁ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ। ଯେଉଁଭଳି ଭାବେ ମହିଳାମାନେ ଘର ସମ୍ଭାଳିବା କାମ ନିଜ ହାତରେ କରିଥାନ୍ତି ଠିକ ସେହିପରି ମହିଳାମାନେ ନିଜର କିଛି ଟା ଭୁଲ ଦ୍ୱାରା ନିଜ ଘରକୁ ବର୍ବାଦି ଆଡ଼କୁ ଟାଣି ନେଇଯାଇଥାନ୍ତି।

ତେବେ ସେହି ସବୁ ଭୁଲ ମଧ୍ୟରେ ଗୋଟିଏ ଭୁଲ ହେଉଛି ପରିବା କଟିବାକୁ ନେଇ। ତେବେ ଆସନ୍ତୁ ଜାଣିନେବା ଘରର ମହିଳାମାନେ ପରିବା କାଟିବା ସମୟରେ କେଉଁ ସବୁ ପନିପରିବା ନିଜ ହାତରେ ଦୁଇ ଖଣ୍ଡ କରିବା ଅନୁଚିତ ବା କାଟିବା ଅନୁଚିତ। ତେବେ ଆସନ୍ତୁ ଜାଣିନେବା।

ପାଣି କଖାରୁ। ବନ୍ଧୁଗଣ ଓଡ଼ିଶାରେ ପାଣି କଖାରୁକୁ କେତେକ ସ୍ଥାନରେ କଖାରୁ ନାମରେ କହିଥାନ୍ତି କିନ୍ତୁ ଏହି ପାଣି କଖାରୁ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି। ରୋଷେଇ କରିବା ସମୟରେ ଘରର ମହିଳାମାନେ ଏହି ପାଣି କଖାରୁ କେବେହେଲେ ନିଜ ହାତରେ କାଟିବା ଅନୁଚିତ। ଏହା ଆମ ଓଡ଼ିଆ ପରମ୍ପରାରେ ଅଛି।

ତେଣୁ ଏହାକୁ ରୋଷେଇ କରିବା ପାଇଁ ଘରର ପୁରୁଷ ମାନଙ୍କ ଠାରୁ ଦୁଇ ଖଣ୍ଡକରି କାଟି ସାରିବା ପରେ ମହିଳାମାନେ କାଟିବା ଉଚିତ। ଶାସ୍ତ୍ର ଅନୁସାରେ ମହିଳାମାନେ ଏହାକୁ କାଟିବାର ଅର୍ଥ ବଡ଼ ପୁଅକୁ କାଟିବା ବା ବଳିଦାନ ଦେବା ଭଳି ହୋଇଥାଏ। ତେଣୁ ଯଦି ଘରର ମହିଳାମାନେ କଖାରୁ କାଟନ୍ତି ତେବେ ଘର ଉପରେ ବିପଦ ପଡିଥାଏ। ଘରର ବଡ଼ ପୁଅ ଉପରେ ସବୁ ଅସୁବିଧା ଏବଂ ଦୁଃଖର ପାହାଡ଼ ପଡିଥାଏ। ତେଣୁ କଖାରୁ ଏବଂ ପାଣି କଖାରୁ କି ଘରର ମହିଳାମାନେ କାଟନ୍ତି ନାହିଁ।

ନଡ଼ିଆ ଭାଙ୍ଗିବା। ବନ୍ଧୁଗଣ ନଡ଼ିଆର ଅନ୍ୟ ନାମ ହେଉଛି ନାରିକେଳ। ଆପଣ ମାନେ ନିଶ୍ଚୟ ମନ୍ଦିର ଗୁଡିକରେ ଦେଖିଥିବେ ଯେ ଅଧିକାଂଶ ସମୟରେ ପୁରୁଷ ମାନେ ନଡ଼ିଆ ଭାଙ୍ଗିଥାନ୍ତି। ଏପରି କି କୌଣସି ଶୁଭ କାର୍ଯ୍ୟରେ ମଧ୍ୟ ମହିଳାମାନେ ନଡ଼ିଆ ଭାଙ୍ଗନ୍ତି ନାହିଁ କାରଣ ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମୀ ନିଜ ସହିତ ନାରିକେଳ ବୃକ୍ଷ ଏବଂ କାମଧେନୁ ଗାଈକି ଧରାପୃଷ୍ଠକୁ ଆଣିଥିଲେ। ତେଣୁ ନଡ଼ିଆକୁ ମା ଲକ୍ଷ୍ମୀ ଓ ଉର୍ବରାର ପ୍ରତୀକ ଭାବେ ବିବେଚନା କରାଯାଏ।

ସେହିପରି ନଡ଼ିଆକୁ ସୃଷ୍ଟିର ମୂଳ ବୋଲି କୁହାଯାଏ। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ସୃଷ୍ଟିରେ ହେଉଥିବା ପ୍ରଥମ ଫଳ ହେଉଛି ନଡ଼ିଆ। ଯେଉଁଠାରେ ନଡ଼ିଆର ବିଧି ଅନୁସାରେ ସ୍ଥାପନ କରାଯାଏ ସେଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ତେଣୁ ଏହି କାରଣ ପାଇଁ ମହିଳା ମାନଙ୍କୁ ନଡ଼ିଆ ଭାଙ୍ଗିବାକୁ ଶାସ୍ତ୍ରରେ ବାରଣ କରାଯାଇଛି। ତେଣୁ ବନ୍ଧୁଗଣ ଘରର ମହିଳାମାନେ ଏହି ପରିବା ବା ଫଳ ନିଜ ହାତରେ ଦୁଇ ଖଣ୍ଡ କରିବା ଅଶୁଭ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button