ଦେଶ

ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କଲା ବିଜେଡି – Ibnodisha

[ad_1]

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର କହିଛନ୍ତି ଯେ ବିଜେଡିର ମୁଖ୍ୟ ତଥା ଆମ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ, ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଧନ୍ୟବାଦ ଜଣାଉଛି । ଉତ୍କଳମଣି ପଣ୍ଡିତ ଗୋପାବନ୍ଧୁ ଦାସଙ୍କ ଉଦ୍ଧେଶ୍ୟରେ ସେ ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଏବଂ ଧନ୍ୟବାଦ ଜଣାଇଛନ୍ତି। ଡକ୍ଟର ପାତ୍ର ମୋସନ ଭାଷଣ ଦେବାବେଳେ ବିଚାରାଧୀନ କଟକ-ସମ୍ବଲପୁର ଜାତୀୟ ରାଜପଥ, ଭୁବନେଶ୍ୱର ବାହ୍ୟ ରିଙ୍ଗ ରୋଡ ଏବଂ ଉପକୂଳ ରାଜପଥକୁ ନେଇ ଓଡିଶାର ଆବଶ୍ୟକତା ସମ୍ପର୍କରେ କହିଥିଲେ। ଓଡିଶା ପାଇଁ ୭ ଲକ୍ଷ ପିଏମଏୱାଇ ଘରର ଆବଶ୍ୟକତା, ବିଚାରାଧୀନ ଏସଟି ପ୍ରସ୍ତାବକୁ ଏସଟି ତାଲିକାରେ ଅନ୍ତର୍ଭୁକ୍ତ କରିବା, ହୋ, ମୁଣ୍ଡାରି, ଭୁମିଜ, କୁଇ ଏବଂ ସାଓରାକୁ ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ କରିବା,କୃଷକଙ୍କ କଲ୍ୟାଣ ସହିତ କେନ୍ଦୁ ପତ୍ର ରେ ଜିଏସ୍ଟି ପ୍ରତ୍ୟାହାର ବିଷୟରେ ସେ କହିଛନ୍ତି। ସେ ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ବ୍ୟତୀତ ତିନି ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଭାବରେ ଯୁଦ୍ଧ ବିମାନରେ ଉଡ଼ାଣ ପାଇଁ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିବା ସହ ନିଜ ବକ୍ତବ୍ୟକୁ ଶେଷ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button