ପୁଣି ଅଡୁଆରେ ଛନ୍ଦିହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ – Ibnodisha

[ad_1]
ନୂଆଦିଲ୍ଲୀ : ଦିଲ୍ଲୀ ଲିକୋର ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଅଫିସରେ ହାଜର ହେବାକୁ ପାଞ୍ଚଥର ସମନ ପଠାଇଥିଲେ ମଧ୍ୟ ସେ ଥରେବି ଇଡି କାର୍ଯ୍ୟଳୟରେ ହାଜର ହୋଇନଥିଲେ । ବର୍ତ୍ତମାନ ଇଡି ତାଙ୍କୁ ଷଷ୍ଠ ଥର ପାଇଁ ହାଜର ହେବାକୁ ସମନ ପଠାଇଛି । ସେ ଆଜି ରାଉସ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି । ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ କୋର୍ଟରେ ହାଜର ହୋଇଥିଲେ । ୧୭ ଫେବୃଆରିରେ କୋର୍ଟ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୧୬ ରେ ରାଉସ ଆଭେନ୍ୟୁ କୋର୍ଟରେ ଅନୁଷ୍ଠିତ ହେବ । ଯେଉଁଥିରେ କେଜ୍ରିୱାଲ ଦି ୧୦ ଟାରେ ହାଜର ହେବେ । ମଦ ଦୁର୍ନିତି ମାମଲାରେ ଇଡି ଦ୍ୱାରା ଜାରି କରାଯାଇଥିବା ପାଞ୍ଚଁଟି ସମନକୁ ସେ କାହିଁକି ଉତ୍ତର ଦେଇନାହାନ୍ତି ତାହାର ଉତ୍ତର ଆଜି କୋର୍ଟରେ ରଖିବେ । ସେ କହିଛନ୍ତି ସେ ହାଜର ହେବାକୁ ଚେଷ୍ଟା ରିଥିଲେ ମଧ୍ୟ ବଜେଟ କାମରେ ବ୍ୟସ୍ତ ରହିଯିବାରୁ ସେ ହାଜର ହୋଇ ପାରିନଥିଲେ । ସେପଟେ ଆଜି ଦିଲ୍ଲୀ ବିଧାନସଭାରେ ଟ୍ରଷ୍ଟ ଭୋଟ ଉପରେ ଆଲୋଚନା ହେବ ।
The post ପୁଣି ଅଡୁଆରେ ଛନ୍ଦିହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ appeared first on ONA KHABAR.
[ad_2]