ଦେଶ

ପୁଣି କୋଟରେ ଗଲା ଆଉ ଏକ ନିରୀହ ଜୀବନ – Ibnodisha

[ad_1]

ରାଜସ୍ଥାନ : ରାଜସ୍ଥାନ କୋଟାରେ ପୁଣି ଝୁଲି ପଡ଼ିଛନ୍ତି ଜଣେ ଛାତ୍ର। ଗତକାଲି ମଧ୍ୟାହ୍ନ ସମୟରେ ଛାତ୍ରଜଣକ ମେସ୍‌ରେ ଖାଇଥିଲେ। ଏହାପରେ ସେ ନିଜ ରୁମ୍‌ର କବାଟ ଖୋଲି ନ ଥିଲେ। ପରିବାର ଲୋକେ ବହୁ ଥର ଫୋନ୍‌ କରିଥିବା ସତ୍ତ୍ୱେ ଛାତ୍ରଜଣକ ଫୋନ୍‌ ଉଠାଇ ନ ଥିଲେ। ଖବର ପାଇ ହଷ୍ଟେଲ ୱାର୍ଡେନ ପହଞ୍ଚି ଛାତ୍ରଙ୍କ ରୁମ୍‌ର କବାଟ ବାଡ଼େଇଥିଲେ ବି ସେ ଖୋଲି ନ ଥିଲେ। ଏନେଇ ତୁରନ୍ତ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍‌ ପହଞ୍ଚି କବାଟ ଖୋଲି ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଛାତ୍ରଜଣକ ଉକ୍ତ ହଷ୍ଟେଲରେ ଗତ ବର୍ଷ ଜୁଲାଇରୁ ରହି ନିଟ୍‌ ପାଇଁ କୋଚିଂ ନେଉଥିଲେ। ମାତ୍ର ପରୀକ୍ଷା ଆସନ୍ତା ମେ’ ୫ ତାରିଖରେ ଥିବା ବେଳେ ଏହା ପୂର୍ବରୁ ଛାତ୍ରଜଣକ ଝୁଲି ପଡ଼ିଛନ୍ତି। ଛାତ୍ରଙ୍କ ରୁମ୍‌ରୁ କୌଣସି ସୁଇସାଇଡ ନୋଟ୍‌ ମିଳି ନ ଥିବା ବେଳେ ପରୀକ୍ଷା ଚାପ ଯୋଗୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଆଲୋଚନା ହେଉଛି। ଆତ୍ମହତ୍ୟା କରିଥିବା ଛାତ୍ରଜଣକ ହରିୟାଣାର ବୋଲି ଜଣାଯାଇଛି।

The post ପୁଣି କୋଟରେ ଗଲା ଆଉ ଏକ ନିରୀହ ଜୀବନ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button