IBN ଓଡ଼ିଶା ବ୍ୟୁରୋ

ବିବାହର ୨ମାସ ପରେ ଆଲିଶାନ ବଙ୍ଗଳା ବିକ୍ରି କରିବେ ସୋନାକ୍ଷୀ, ୟୁଜର୍ସ କହିଲେ-ଏମିତି କ’ଣ ହେଲା

ମୁମ୍ଵାଇ ୨୧।୦୮: ବଲିଉଡ୍ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ୨ ମାସ ପୂର୍ବରୁ ଜହିରଙ୍କ ବିବାହ କରିଥିଲେ । ଦୁହେଁ ତାଙ୍କ ପରିବାର ଓ ସାଙ୍ଗମାନଙ୍କ ମଧ୍ୟରେ ବିବାହ କରିଥିଲେ। ବର୍ତ୍ତମାନ ସୋନା ସ୍ଵାମୀ ଜହିରଙ୍କ ସହ କ୍ଵାଲିଟି ଟାଇମ୍ ବିତାଉଛନ୍ତି। ଏବେ ଖବର ଆସୁଛି ଯେ ସୋନାକ୍ଷୀ ତାଙ୍କ ଫ୍ଲାଟ ବିକ୍ରି କରିବାକୁ ଯାଉଛି ।

ଏନେଇ ଏକ ରିଏଲ୍ ଇଷ୍ଟେଟ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ସୂଚନା ଗ୍ରହଣ କରାଯାଇଛି।

କିଛି ବର୍ଷ ପୂର୍ବେ ସୋନାକ୍ଷୀ ସିହ୍ନା ମୁମ୍ବାଇରେ ତାଙ୍କ ପିତାମାତାଙ୍କ ଘର ରାମାୟଣ ଛାଡି ନିଜ ଘର କିଣିଥିଲେ। ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। ସୋନାକ୍ଷୀ ଏହି ଘରେ ଜହିରଙ୍କୁ ବିବାହ କରିଥିଲେ। ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ ସାଙ୍ଗମାନେ ଉପସ୍ଥିତ ଥିଲେ । ଏଭଳି ପରିସ୍ଥିତିରେ ଏହି ଦମ୍ପତି ଘର ବିକ୍ରି କରୁଛନ୍ତି ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button