କୋଲକାତା ହରର୍: ସେହି ରାତିରେ କଣ ଘଟିଥିଲା , କିଭଳି ପୀଡିତାଙ୍କୁ କରିଥିଲା ହତ୍ୟା, ସବୁ ସତ କହିଲା ସଞ୍ଜୟ

କୋଲକାତା: ଅଭୟାଙ୍କୁ ନ୍ୟାୟ ଦେବାକୁ ଆଜି ମମତାଙ୍କ ଗଡ଼ରେ ମହା ବିକ୍ଷୋଭ। ଟିଏମସି ସରକାର ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନର ଡାକରା ଦେଇଛି ଛାତ୍ର ସଙ୍ଗଠନ । ଆଜି କୋଲକାତାରେ ବିଶାଳ ଜନ ସମାବେଶର ଡାକରା ଦେଇଛି ଛାତ୍ର ସମାଜ। ଏପଟେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ପଚରାଉଚରା ବେଳେ ଅପରାଧ ସ୍ୱୀକାର କରିଛି ।
ଯଦି ସିବିଆଇ ସୂତ୍ରରୁ ବିଶ୍ୱାସ କରାଯାଏ, ତେବେ ହତ୍ୟାକାରୀ ସଞ୍ଜୟ ରୟ ସିବିଆଇ ପଚରାଉଚରା ବେଳେ ସ୍ୱୀକାର କରିଛନ୍ତି ଯେ ସେ ହିଁ ମହିଳା ଡାକ୍ତରଙ୍କୁ ହତ୍ୟା କରିଛନ୍ତି। ସେ କହିଛନ୍ତି , ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରିଛନ୍ତି, କାରଣ ସେ ବାରମ୍ବାର ଚିତ୍କାର କରୁଥିଲେ। ଅଗଷ୍ଟ ୯ରେ ଆର୍.ଜି କର ହସ୍ପିଟାଲର ସେମିନାର ହଲରେ ଜଣେ ଟ୍ରେନି ଲେଡି ଡାକ୍ତରଙ୍କ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ବଳାତ୍କାର ହୋଇଥିବା ସ୍ପଷ୍ଟ ହୋଇଛି।
ସୂଚନାନୁସାରେ, ଅଭିଯୁକ୍ତ ସଞ୍ଜୟ ରୟ କହିଛନ୍ତି, ପୀଡିତା ଲଗାତାର ଚିତ୍କାର କରୁଥିଲେ, ତେଣୁ ତାଙ୍କ ତଣ୍ଟିକୁ ର୍ଜୋରେ ଚିପି ରଖିଥିଲି, ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ମହିଳା ଡାକ୍ତରଙ୍କ ମୃତ୍ୟୁ ନ ହୋଇଛି। ପୀଡିତା ନିଜକୁ ରକ୍ଷା କରିବା ପାଇଁ ଚିଲାଇଥିଲେ। ହେଲେ ଧରାପଡ଼ିଯିବା ଭୟରେ ସଞ୍ଜୟ ପୀଡିତାଙ୍କୁ ନିଜ ହାତର ସମ୍ପୂର୍ଣ୍ଣ ଶକ୍ତିରେ ତଣ୍ଟିକୁ ଚିପି ରଖିଥିଲେ। ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ସଞ୍ଜୟ ରୟ ମଧ୍ୟ ତାଙ୍କର ଡାକ୍ତରୀ ଟେଷ୍ଟ ସମୟରେ ଏହା ପ୍ରକାଶ କରିଛନ୍ତି। ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସଞ୍ଜୟ ରୟ ମୁଖ୍ୟ ଅଭିଯୁକ୍ତ। ସଞ୍ଜୟ ରୟଙ୍କ ‘ପଲିଗ୍ରାଫ ଟେଷ୍ଟ’ କୋଲକାତାର ପ୍ରେସିଡେନ୍ସି ଜେଲରେ କରାଯାଇଥିଲା।
ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାୟ ସେହି ରାତିରେ ସହରର ଦୁଇଟି ରେଡ୍ ଲାଇଟ୍ ଅଞ୍ଚଳ ବୁଲିଥିଲେ ମଧ୍ୟ ଶାରୀରିକ ସମ୍ପର୍କ ରଖି ନ ଥିଲା। କିନ୍ତୁ ସେ ରାସ୍ତାରେ ଜଣେ ବାଳିକାଙ୍କୁ ଅସଦାଚରଣ କରିଥିଲା, ଯାହା ସର୍ଭେଲାନ୍ସ କ୍ୟାମେରାରେ କଏଦ ହୋଇଥିଲା। ଏହାବ୍ୟତୀତ ରାୟ ପ୍ରକାଶ କରିଛି ଯେ ସେ ତା’ ଗାର୍ଲଫ୍ରେଣ୍ଡ ସହ ଭିଡିଓ କଲ୍ କରି ତାଙ୍କୁ ନଗ୍ନ ଫଟୋ ମାଗିଥିଲା। ସୂଚନା ଅନୁଯାୟୀ, ଅଗଷ୍ଟ ୮ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସାଙ୍ଗର ଭାଇକୁ ଦେଖିବା ପାଇଁ ରାୟ ତା’ ସାଙ୍ଗ ସହ ଆର୍ଜି କର ହସ୍ପିଟାଲରେ ପହଞ୍ଚିଥିଲା। ରାତି ୧୧ଟା ୧୫ରେ ରାୟ ଓ ତା’ ସାଙ୍ଗ ଡାକ୍ତରଖାନା ଛାଡି ମଦ ପିଇବାକୁ ନିଷ୍ପତ୍ତି ନେଇଥିଲେ।
ସେମାନେ ରାସ୍ତାରେ ମଦ କିଣି ପିଇଥିଲେ। ସେମାନେ ଉତ୍ତର କୋଲକାତାର ରେଡ୍ ଲାଇଟ୍ ଅଞ୍ଚଳ ସୋନାଗାଛି ବୁଲିବାକୁ ନିଷ୍ପତ୍ତି ନେଇଥିଲେ। ସୋନାଗାଛିରେ ବିଫଳ ହେବାପରେ ସେମାନେ ଦକ୍ଷିଣ କୋଲକାତାର ରେଡ୍ ଲାଇଟ୍ ଅଞ୍ଚଳ ଚେତଲା ଯିବାକୁ ନିଷ୍ପତ୍ତି ନେଇଥିଲେ। ଚେତଲା ଯାଉଥିବା ବେଳେ ସେମାନେ ରାସ୍ତାରେ ଜଣେ ବାଳିକାଙ୍କୁ ଅସଦାଚରଣ କରିଥିଲେ।
ଚେତଲାରେ ରାୟର ସାଙ୍ଗ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ରାୟ ବାହାରେ ଛିଡ଼ା ହୋଇ ଭିଡିଓ କଲ୍ରେ ତା’ ଗାର୍ଲଫ୍ରେଣ୍ଡଙ୍କ ସହ କଥା ହୋଇଥିଲା। ରାୟ ତା’ର ଗର୍ଲଫ୍ରେଣ୍ଡକୁ ନଗ୍ନ ଫଟୋ ମାଗିଥିଲା, ଯାହାକୁ ସେ ପଠାଇଥିଲା। ରାୟ ଓ ତା’ ସାଙ୍ଗ ଡାକ୍ତରଖାନାକୁ ଫେରିଥିଲେ। ରାୟ ଚତୁର୍ଥ ମହଲାରେ ଥିବା ଟ୍ରମା ସେଣ୍ଟରକୁ ଯାଇଥିଲା।
ଭୋର ୪ଟା ୩ ମିନିଟରେ ରାୟ ତୃତୀୟ ମହଲାରେ ଥିବା ସେମିନାର ହଲ୍ ନିକଟ କରିଡରକୁ ଯାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା। ପୀଡ଼ିତା ଶୋଇଥିବା ସେମିନାର ହଲ୍ ଭିତରକୁ ପଶି ତାଙ୍କ ଗଳା ଚିପିଥିଲା। ରାୟ ପୀଡ଼ିତାଙ୍କୁ ଯୌନ ନିର୍ଯାତନା ଦେବା ପରେ ଘଟଣାସ୍ଥଳ ଛାଡ଼ି କୋଲକାତା ପୁଲିସ ଅଧିକାରୀ ବନ୍ଧୁ ଅନୁପମ ଦତ୍ତଙ୍କ ଘରକୁ ଯାଇଥିଲା।
ସିବିଆଇ ସୂତ୍ରରୁ ପ୍ରକାଶ ଯେ ସମସ୍ତ ସ୍ଥାନରେ ରାୟ ଓ ତା’ ସାଙ୍ଗର ଉପସ୍ଥିତି ସେମାନଙ୍କ କଲ୍ ଡାଟା ରେକର୍ଡ (ସିଡିଆ)ର୍ ଦ୍ୱାରା ପ୍ରମାଣିତ ହୋଇଛି। ସୂଚନା ଅନୁଯାୟୀ ସଞ୍ଜୟ ରାୟର ମୋବାଇଲ୍ ଫୋନରେ ଭାଇଭଉଣୀଙ୍କ ମଧ୍ୟରେ ଯୌନକ୍ରିୟାକୁ ଦର୍ଶାଉଥିବା ଅଶ୍ଳୀଳ ଭିଡିଓ ସମେତ ବହୁ ପରିମାଣର ଅଶ୍ଳୀଳ ବିଷୟବସ୍ତୁ ମିଳିଥିଲା। ରବିବାର ତା’ର ମିଛ ଧରା ପରୀକ୍ଷା ମଧ୍ୟ କରାଯାଇଥିଲା। ଆର୍ଜି କର ମେଡିକାଲ କଲେଜର ସେମିନାର ହଲରୁ ଡାକ୍ତରଙ୍କ ମୃତଦେହ ମିଳିବାର ଗୋଟିଏ ଦିନ ପରେ ଅଗଷ୍ଟ ୧୦ରେ କୋଲକାତା ପୁଲିସ ରାୟକୁ ଗିରଫ କରିଥିଲା।




