IBN ଓଡ଼ିଶା ବ୍ୟୁରୋ

ଲଗାତାର ନବମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ନୂଆଦିଲ୍ଲୀ : ୯ମ ଥର ଲାଗି ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ। ତ୍ରୟୋମାସିକ ସମୀକ୍ଷା ପରେ ଲଗାତାର ନବମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ମନିଟାରୀ ପଲିସି କମିଟିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ମତ ରଖିଥିଲେ ।

ଏହି ଆଧାରରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବା RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ସେହିଭଳି ୨୦୨୫ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ବୋଲି ଆକଳନ କରିଛି ଆରବିଆଇ। ଅନ୍ୟପଟେ ମୁଦ୍ରାସ୍ଫିତୀ ୪.୫ ପ୍ରତିଶତ ରହିବା ଆକଳନ କରିଛି ।

ପ୍ରକାଶ ଯେ, ଗତ ଜୁନ ମାସରେ ଖୁଚୁରା ମହଙ୍ଗା ହାର ଚାରି ମାସରେ ସର୍ବାଧିକ ଉଚ୍ଚସ୍ତର ୫.୦୮ ପ୍ରତିଶତରେ ରହିଥିଲା। ତେଣୁ ଯେ ପର୍ଯ୍ୟନ୍ତ ମହଙ୍ଗା ହାର ତାଳକୁ ଖସି ନାହିଁ ସେ ପର୍ଯ୍ୟନ୍ତ ରେପୋ ରେଟ୍ ଖସିବାର କୌଣସି ସମ୍ଭାବନା ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button