IBN ଓଡ଼ିଶା ବ୍ୟୁରୋ

ବିଲେଇ ପାଳିବା ଶୁଭ ନା ଅଶୁଭ ! ଜାଣନ୍ତୁ ବିଲେଇଙ୍କୁ ନେଇ ଭୟଙ୍କର ରହସ୍ୟ

ବନ୍ଧୁଗଣ ବିରାଡି ସାଥିରେ ଆମେ ମାନେ ସମସ୍ତେ ବେଶ ପରିଚିତ । କାରଣ ଆମେ ଯେଉଁ ସ୍ଥାନକୁ ମଧ୍ୟ ଯାଇଥାଉ । ସେଠାରେ ଆମେ ବିରାଡିକୁ ଦେଖିବାକୁ ପାଇଥାଉ । ତେବେ ବିରାଡିକୁ ନେଇ ଅନେକ ଲୋକଙ୍କ ମନରେ ଅନେକ କିଛି ଭ୍ରାନ୍ତ ଧାରଣା ରହିଥାଏ । କେତେକ ଲୋକ ବିରାଡିକୁ ଅଶୁଭ ମାନୁଥିବା ବେଳେ କେତେକ ଲୋକ ବିରାଡିକୁ ଶୁଭ ବୋଲି ମାନିଥାନ୍ତି । କେତେକ ଲୋକ ବିରାଡିକୁ ନିଜ ଘରେ ପାଳୁଥିବା ବେଳେ ଆଉ କିଛି ଲୋକଙ୍କ ଘରକୁ ଯଦି ବିଲେଇ ଚାଲି ଆସିଥାଏ, ତେବେ ସେମାନେ ବିରାଡିକୁ ଯଥା ଶୀଘ୍ର କାଢି ଦେଇଥାନ୍ତି ।

ତେବେ ପ୍ରକୃତରେ ବିରାଡି ଶୁଭ ନା ଅଶୁଭ ସେ ସମ୍ପର୍କରେ ବନ୍ଧୁଗଣ ଆଜି ଏଠାରେ ଜାଣିବା । ବିରାଡି ହେଉଛି ମାତା ଷଠି ଙ୍କର ବାହାନ । ଅନ୍ୟ ସବୁ ଦେବାଦେବୀଙ୍କ ଭଳି ଷଠି ମାତାଙ୍କର ବାହାନ ହେଉଛି ବିଲେଇ । ତେବେ ବିଲେଇ ରାସ୍ତା କ୍ରଶ କରି ଚାଲିଗଲେ । ତାହା ଆମ ପାଇଁ ଶୁଭ ନା ଅଶୁଭ ତାହା ଚାଲନ୍ତୁ ଜାଣିବା । ଯଦି ଆମେ କୌଣସି କାମରେ ଗଲାବେଳେ ରାସ୍ତାରେ ବିଲେଇଟି ବାମ ପଟରୁ ଡାହାଣ ପଟକୁ ଚାଲିକି ଯାଇଥାଏ ।

ତେବେ ସେହି କାର୍ଯ୍ୟରେ ବା ଆଗକୁ ଯାଇ ଆପଣଙ୍କର କିଛି ବିଘ୍ନ ହେବାକୁ ଯାଉଛି ବୋଲି ବିରାଡିଟି ଆପଣଙ୍କୁ ସଂକେତ ଦେଇଥାଏ । ତେଣୁ ଆପଣ ସେହି ସ୍ଥାନରେ କିଛି ସାୟ ପାଇଁ ଅଟକି ରହିଯିବା ଉଚିତ । ହେଲେ ବହୁତ ଲୋକ ଏହି କଥାକୁ ଅନ୍ଧ ବିଶ୍ବାସ ମନେ ମନେ ବିରାଡି ଉପରେ ଓଲଟି ଚିଡିଯାଇଥାନ୍ତି । ସେହି ସ୍ଥାନରେ ଆଉ ନଅଟକି ପୁଣି ଆଗକୁ ଚାଲିଯାଇଥାନ୍ତି । ହେଲେ ଯଦି ବିରାଡିଟି ରାସ୍ତାର ବାମରୁ ଡାହାଣକୁ ଯାଉଥିବାର ଦେଖୁଥାନ୍ତି । ତେବେ କିଛି ସମୟ ପାଇଁ ସେଠାରେ ଅଟକି ଯିବା ହିଁ ଶୁଭ ଅଟେ ।

ଅପର ପକ୍ଷରେ ଯଦି ରାସ୍ତାର ଡାହାଣରୁ ବାମକୁ ବିଲେଇଟି ରାସ୍ତା ପାର କରି ଯାଇଥାଏ । ତେବେ ଏଭଳି କ୍ଷେତ୍ରରେ ସେହି ବ୍ୟକ୍ତିର ଯାତ୍ରାରେ କୌଣସି ବିଘ୍ନ ନଥାଏ । ସେଇ ବ୍ୟକ୍ତିର କାର୍ଯ୍ୟ ମଧ୍ୟ ସୁଫଳ ହୋଇଥାଏ । ତେବେ ବିଲେଇ ଏକ ନିରୀହ ପ୍ରାଣୀ ହୋଇଥାଏ । ସେ ଘର ପାଇଁ ଅଶୁଭ ହୋଇନଥାଏ ।

ହେଲେ ବିଲେଇ ଆଗତ ଭବିଷ୍ୟତ ବିଷୟରେ ଜାଣି ପାରୁଥିବାରୁ ସେ ବିଭିନ୍ନ ମାଧ୍ୟମ ଦ୍ଵାରା ଲୋକଙ୍କୁ ଆଗତ ଭବିଷ୍ୟତ ପାଇଁ ସୂଚନା ଦେଇଥାଏ । ଯଦି କୌଣସି ଲୋକ ଶୋଇଥିବା ବେଳେ ତା’ ର ଉପର ଦେଇ ବିଲେଇଟି ଡେଇଁ କି ଚାଲି ଯାଇଥାଏ । ତେବେ କୌଣସି କର୍ମ ନିଯୁକ୍ତି ମିଳିବାର ସମ୍ଭାବନା ରହିଥାଏ ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button