IBN ଓଡ଼ିଶା ବ୍ୟୁରୋ

– ଘର ପାଖେ ଏହି ଗଛ ଥିଲେ ଭାରି ଅଶୁଭ, ଆଜି ହିଁ କାଟି ଦିଅନ୍ତୁ…

, ଶାସ୍ତ୍ର ଅନୁଯାୟୀ ବହୁତ କିଛି ନିୟମ ରହିଛି ଆମର ଦୈନଦିନ ଜୀବନରେ ପାଳନ କରିବା ପାଇଁ । ଯାହାକୁ ପ୍ରତ୍ୟକ ଦିନ ପାଳନ କରିବା ସମ୍ଭବ ହୋଇପାରେ ନାହିଁ ତେଣୁ ଲୋକ ତାହାକୁ ଅଣଦେଖା କରନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ଗଛର ଛାଇ ଘର ପାଇଁ ବିପଦ ଏହା ସହିତ ଏପରି କିଛି ଅନୁଚିନ୍ତା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ଯାହାକୁ ଆପଣ ମାନିବା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ବଢିଥାଏ । ତେବେ ଆସନ୍ତୁ ଜାଣିବା ।

 

1- ଆପଣ ଯାହାକୁ ବି ଯେବେ ବି ଉପହାର ଦିଅନ୍ତୁ ନାକାହିଁକି କେବେ କାହାକୁ ଧାରୁଆ କିମ୍ବା ମୁନିଆ ଜିନିଷ ଉପହାର ଦେବା ଉଚିତ ନୁହେଁ । ଏହାଦ୍ବାରା ଆପଣ ଯାହାକୁ ଉପହାର ଦେଇଥାନ୍ତି ତାଙ୍କର କ୍ଷତି ହେବା ସହ ଆପଣଙ୍କର ବି କ୍ଷତି ହୋଇଥାଏ । 2- ପୁରୁଷ ମାନେ ପୂଜା କରିବା ସମୟରେ କେବେ ଦୂର୍ଗାଙ୍କ ମୂର୍ତ୍ତିରେ କିମ୍ବା ଫଟୋରେ ସିନ୍ଦୁର ଲଗାଇବା ଉଚିତ ନୁହେଁ ।

ନାରୀମାନେ ପୂଜା କରିବା ସମୟରେ କେବେ ବି ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତିରେ ସିନ୍ଦୁର ପିନ୍ଧାଇବା ଉଚିତ ହୋଇନଥାଏ । 3- ମହିଳାମାନେ ଗାଧୋଇସାରିବା ପରେ ସିନ୍ଦୁର ଲଗାଇବା ପରେ ନିଜ ମୁଣ୍ଡର ଖୋସାରେ ଏକ ଧଳା ରଙ୍ଗର ଫୁଲ ପ୍ରତ୍ୟକ ଦିନ ଲଗାଇବା ଉଚିତ । ଏହଦ୍ଵାରା ଆପଣଙ୍କୁ ମାନସିକ ଶାନ୍ତି ମିଳିଥାଏ ।

 

4- କିଣା କିଣି କରିବା ସମୟରେ କୁଲା କିମ୍ବା ଛାଞ୍ଚୁଣି ଏକା ସାଙ୍ଗରେ କିଣନ୍ତୁ ନାହିଁ । ଏହାସହିତ ଏକା ସାଙ୍ଗରେ କୁଲା ଏବଂ ଛାଞ୍ଚୁଣି ମଧ୍ୟ ରଖିବେ ନାହିଁ । 5- ଘର ସାମ୍ନାରେ କେବେ ମଧ୍ୟ ପଥର ଜମା କରି ରଖନ୍ତୁ ନାହିଁ କିମ୍ବା କଣ୍ଟା ଜାତୀୟ ଗଛ ବି ରଖନ୍ତୁ ନାହିଁ । କ୍ଷୀର ବାହାରୁଥିବା ଗଛ ବି ଘର ଆଗରେ ରଖିବା ଉଚିତ ନୁହେଁ । ଏହା ପାଳନ କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ହେବ ।

6- ଛେଳି ଖୁରାର ଧୁଳି ଯଦି ଆପଣଙ୍କ ଘରେ ପଡେ ତେବେ ତାହା ଆପଣଙ୍କ ପାଇଁ ବହୁତ କ୍ଷତି କାରକ ଅଟେ । ଘୁଷୁରି ଗୋଡର ଧୁଳି ଆପଣଙ୍କ ଘରେ ପଡିଲେ ଧନୀ ଥିଲେ ଗରିବ ହେବେ । 7- ଯଦି ଭଣଜାର ପାଦ ଘରେ ପଡେ ତେବେ ଗରିବ ଥିଲେ ଧନୀ ହେବେ ।

 

8- ଯଦି ଜଣେ ବ୍ରାହ୍ମଣର ପାଦ ଧୁଳି ଆପଣଙ୍କ ଘରେ ପଡେ ତେବେ ଆପଣ ଗରିବ ଥିଲେ ଧନୀ ହେବେ । 9- ନିମ୍ବ ଗଛ କେବେ ହାଣନ୍ତୁ ନାହିଁ କିମ୍ବା ନିମ୍ବ ଗଛର କାଠ କେବେ ଜାଳନ୍ତୁ ନାହିଁ । ନିମ୍ବ କାଠର ଧୂଆଁ ପୁରୁଷଙ୍କ  ନାକରେ ବାଜିଲେ ନଂପୁଷକ ହୋଇଥାନ୍ତି ସେମାନେ ।

Related Articles

Leave a Reply

Your email address will not be published. Required fields are marked *

Back to top button