IBN ଓଡ଼ିଶା ବ୍ୟୁରୋ

ଯୁବକ ମାନଙ୍କୁ କାହିଁକି ଆସୁଛି ଏତେ ହାର୍ଟଟାକ ? ଭାରତୀୟ ଯବାନଙ୍କ ହୃଦୟ ଏତେ କମଜୋର କାହିଁକି ? ଜାଣନ୍ତୁ କାରଣ ଓ ଲକ୍ଷଣ

ସୂଚନା ଅନୁସାରେ ଆଜିର ବର୍ତ୍ତମାନ ସମୟରେ ଯୁବପିଢୀ ମାନଙ୍କ ଠାରେ ଅଧିକ ମାତ୍ରାରେ ହାର୍ଟ ଜନିତ ସମସ୍ଯା ଦେଖାଯାଉଛି । ୩୫ ରୁ ୫୫ ବର୍ଷର ଲୋକଙ୍କ ଠାରେ ହାର୍ଟ ସମସ୍ଯା ଅଧିକ ହେବାରେ ସମ୍ଭାବନା ରହୁଅଛି । କାରଣ ବଡ ବଡ ହାର୍ଟ ବିଶେଷଜ୍ଞଙ୍କ ମତ ଅନୁସାରେ ହାର୍ଟ ଜନିତ ସମସ୍ଯା ବା ବିଶେଷ କରି ହୃଦଘାତ ହେବା ପାଇଁ ଆଜିର ଆଧୁନିକ ଜୀବନଶୈଳୀ ଉତ୍ତରଦାୟୀ ରହୁଅଛି ।

 

ଲୋକ ମାନଙ୍କର ଜୀବନଶୈଳୀ ଆଗ ଅପେକ୍ଷା ଏହି କିଛି ବର୍ଷ ମଧ୍ୟରେ ସଂପୂର୍ଣ୍ଣ ବଦଳି ଯାଇଅଛି । ଲୋକ ମାନେ ନିଜର କାମ ବ୍ୟସ୍ତତା କାରଣରୁ ନିଜର ଖାଦ୍ୟ ଖାଇବାର ସମୟ ଅବଧି ଠିକ ରଖିପାଉନାହାନ୍ତି । ଯେତେବେଳେ ଖାଇବା କଥା ସେହି ଉପଯୁକ୍ତ ସମୟ ଅବଧି ମଧ୍ୟରେ ଖାଦ୍ୟ ଗ୍ରହଣ କରୁନାହାନ୍ତି । ଏହା ସହିତ ଯାହା ମଧ୍ୟ ଖାଉଅଛନ୍ତି ତାହା ଅତ୍ୟଧିକ ତେଲ ଓ ମସଲା ଯୁକ୍ତ ହୋଇଥିବାରୁ ତାହା ସ୍ଵାସ୍ଥ ପକ୍ଷେ ସ୍ଵାସ୍ଥ ଉପଯୋଗୀ ଖାଦ୍ୟ ହେଉପାରୁନାହିଁ ।

ଯେଉଁ କାରଣରୁ ସେହି ଖାଦ୍ୟ ଖାଇବା ଫଳରେ ଦେହ ଉପରେ ତାର କୁପ୍ରଭାବ ପକାଉଛି । ଲୋକ ମାନେ ଘର ଖାଇବା ଠାରୁ ଅଧିକ ବାହାର ଖାଦ୍ୟ ଉପରେ ରୁଚି ରଖୁଛନ୍ତି । ଯେଉଁ କାରଣରୁ ସେମାନେ ଅଧିକ ମାତ୍ରାରେ ଜଙ୍କ ଫୁଡ୍ ର ସେବନ କରୁଛନ୍ତି । ଜଙ୍କ ଫୁଡ୍ ମଧ୍ୟ ସ୍ଵାସ୍ଥ ଉପଯୋଗୀ ଖାଦ୍ୟ ନୁହେଁ । କେତେକ ଲୋକ ମାନଙ୍କର ନିଶାଦ୍ରବ୍ୟ ସେବନର ଖରାପ ଅଭ୍ଯାସ ମଧ୍ୟ ତାଙ୍କ ହାର୍ଟ ସମସ୍ଯାର ପ୍ରମୁଖ କାରଣ ପାଲଟୁଛି । କାରଣ ମଦ୍ୟପାନ ଓ ଧୂମ୍ରପାନ ହାର୍ଟ ପାଇଁ ଜମାରୁ ହିତକର ହୋଇନଥାଏ ।

 

ଯେତେବେଳେ ହଟାତ ଛାତିରେ ଅଧିକ ଭାରିପଣର ଅନୁଭବ ହୋଇ ଛାତିରେ ଯନ୍ତ୍ରଣା ହେବା ଅନୁଭୂତ ହୋଇଥାଏ । ତାହାକୁ ହୃଦଘାତ ବୋଲି କହିଥାଉ । ଯେଉଁ ମାନଙ୍କର ହୃଦଘାତ ହୋଇଥାଏ । ସେମାନଙ୍କର ଯେତେବେଳେ ଶରୀରର ଧମନୀରେ ରକ୍ତ ପ୍ରବାହ ଠିକ ଭାବରେ ହୋଇନପାରି ହାର୍ଟ ପାଖକୁ ରକ୍ତ ପହଞ୍ଚି ପାରିନଥାଏ ।

ସେତେବେଳେ ହିଁ ଜଣେ ବ୍ୟକ୍ତିକୁ ହାର୍ଟରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଇଥାଏ । ମହିଳାଙ୍କ ସେକ୍ସ ହରମୋନ କାରଣରୁ ତାଙ୍କ ପାଖରେ ପ୍ରିମେନୋପୋଜ ହାର୍ଟ ଆଟାକ୍ ହେବାର ସମ୍ଭାବନା ନଥାଏ । ଯେଉଁ ମହିଳା ମାନେ ନିଶା ଦ୍ରବ୍ୟ ସେବନ କରୁଛନ୍ତି । ଏହା ସହିତ ବାରମ୍ବାର ଯେଉଁ ମହିଳା ଗର୍ଭନିରୋଧକ ପିଲ୍ସର ସେବନ କରୁଥିବ । ତେବେ ସେହି ମହିଳାଙ୍କ କ୍ଷେତ୍ରରେ ହାର୍ଟ ଆଟାକ୍ ରୁ ବର୍ତ୍ତିବା କ୍ଷମତା କମି କମି ଯାଇଥାଏ ।

 

ହାର୍ଟ ଆଟାକ୍ ରୁ ବଞ୍ଚିବା ପାଇଁ ଯୁବପିଢୀ ମାନଙ୍କର ନିଜ ଜୀବନଶୈଳୀରେ ଅଧିକ ମାତ୍ରାରେ ପରିବର୍ତ୍ତନ ଆଣିବାକୁ ପଡିବ । ପ୍ରଥମ ହେଉଛି ଟ୍ରାନ୍ସଫାଟ ଯୁକ୍ତ ଖାଦ୍ୟର ସେବନ କରିବାରୁ ନିଜକୁ ନିବୃତ୍ତ ରଖିବେ । ଯୋଗ ବ୍ୟାୟାମ କରି ଶରୀରକୁ ଚିନ୍ତାମୁକ୍ତ ରଖନ୍ତୁ । ଯାହା ଦ୍ଵାରା ହାର୍ଟ ଆଟାକ୍ ହେବାର ସମ୍ଭାବନା ବହୁତ କମିଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button