IBN ଓଡ଼ିଶା ବ୍ୟୁରୋ

ଖାଆନ୍ତୁ ଏବଂ ଖୁଆନ୍ତୁ ‘ପୋଡ଼ି ଇଡଲି’

ସକାଳୁ ସକାଳୁ ଠିକ୍ ଭାବେ ଖାଇବା ଏବଂ ସ୍ବାଦିଷ୍ଟ ଜଳଖିଆ କରିବା, ଏହି ଦୁଇଟି ଯାକ କେବେ ବି ଏକା ସାଙ୍ଗେ କରିହୁଏ ନାହିଁ। କିନ୍ତୁ ଇଡଲି ଏପରି ଏକ ଅପଶନ, ଯାହାକୁ ଆପଣ ଖୁବ୍ କମ୍ ସମୟ ମଧ୍ୟରେ ପ୍ରସ୍ତୁତ କରିପାରିବେ। ଆଉ ଏହା ବି ସମସ୍ତଙ୍କୁ ପସନ୍ଦ ଆସିପାରିବ। ତେବେ ଆସନ୍ତୁ ଜାଣିବା ଏକ ନୂଆ ରେସିପି ‘ପୋଡ଼ି ଇଡଲି’।

ଆବଶ୍ୟକ ସାମଗ୍ରୀ:
୩ ଜଣଙ୍କ ପାଇଁ ଆପଣଙ୍କୁ ଦରକାର
-ଛୋଟ ଇଡଲି ୧୦ଟି
-ଚିନାବାଦାମ ୨ରୁ ୩ ଚାମଚ
-ଚଣା ଡାଲି ୨ ବଡ଼ ଚାମଚ
-ହରଡ଼ ଡାଲି ୧ ବଡ଼ ଚାମଚ
-ନାଲି ବା ଶୁଖିଲା ଲଙ୍କା ୨/୩ଟି
-ରାଶି ୨ ଛୋଟ ଚାମଚ
-ଶୁଖିଲା ନଡ଼ିଆ କୋରା ୨ ଛୋଟ ଚାମଚ
-ଜିରା ଆଧା ଛୋଟ ଚାମଚ
-ଭୃସଙ୍ଗ ପତ୍ର ୬ରୁ ୭ଟା
-ଲୁଣ ସ୍ବାଦ ଅନୁସାରେ
-ଘିଅ ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:
ଇଡଲି ବନାଇବା ପାଇଁ ପ୍ରଥମେ କମ୍ ଆଞ୍ଚରେ ଏକ ପ୍ୟାନ ବସାଇ ସେଥିରେ ଚିନାବାଦାମ, ଶୁଖିଲା ଲଙ୍କା, ଚଣା ଡାଲି, ହରଡ଼ ଡାଲି, ରାଶି, କୋରା ନଡ଼ିଆ, ଜୀରା ଏବଂ ଭୃସଙ୍ଗ ପତ୍ର ନେଇ ଶୁଖିଲା ଭାବେ ଭାଜି ଦିଅନ୍ତୁ। ଏହାପରେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଯେତେବେଳେ ସବୁ ଜିନିଷ ଥଣ୍ଡା ହୋଇଯିବ, ସେତେବେଳେ ସେଗୁଡ଼ିକୁ ଗ୍ରାଇଣ୍ଡରରେ ପକାଇ ସ୍ବାଦ ଅନୁସାରେ ଲୁଣ ଦେଇ ପେଷି ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ପୋଡ଼ି ମସଲା। ବର୍ତ୍ତମାନ ମଧ୍ୟମ ଆଞ୍ଚରେ ଅନ୍ୟ ଏକ ପ୍ୟାନରେ ଘିଅ ଗରମ କରିବାକୁ ରଖନ୍ତୁ। ପ୍ୟାନରେ ଇଡଲି ପକାନ୍ତୁ ଏବଂ ହାଲକା ଭାଜି ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଇଡଲି ଉପରେ ପୋଡ଼ି ସମଲା ପକାଇ ତାହାକୁ ମିଶାଇ ଦିଅନ୍ତୁ। ଏବେ ସର୍ଭିଂ ପାଇଁ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ପୋଡ଼ି ଇଡଲି’।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button