IBN ଓଡ଼ିଶା ଏକ୍ସକ୍ଲୁସିଭ୍

ନିଦକୁ ସିଧା ପ୍ରଭାବିତ କରିଥାଏ ଆପଣଙ୍କ ତକିଆ, ଜାଣି ନିଅନ୍ତୁ କେବେ ଏହାକୁ ବଦଳାଇବେ

ରାତିରେ କଡ଼ ଲେଉଟାଇବା ପରେ ଆଉ ନିଦ ନ ହେବା, ଅସମୟରେ ନିଦ ଭାଙ୍ଗିଯିବା, ସକାଳେ ଉଠିଲା ପରେ ତାଜା ଅନୁଭବ ନ କରିବା, ମୁଣ୍ଡ, ବେକ ଓ କାନ୍ଧରେ ଆପଣ ଯନ୍ତ୍ରଣା ଅନୁଭବ କରୁଛନ୍ତି କି? ଯଦି ଏଭଳି ସମସ୍ୟା ଦେଖାଦିଏ, ତା’ହେଲେ ଆପଣ ନିଜ ତକିଆ ଥରେ ଯାଞ୍ଚ କରିନିଅନ୍ତୁ। କାରଣ, ତକିଆ ନିର୍ମାତା କମ୍ପାନୀଙ୍କର ଏକ ସର୍ଭେ ଅନୁସାରେ, ଖରାପ ତକିଆ ନିଦରେ ସମସ୍ୟା ସୃଷ୍ଟି କରିଥାଏ। କିନ୍ତୁ ୮୨ ପ୍ରତିଶତ ଲୋକ ଏ ବିଷୟରେ ଅବଗତ ନାହାନ୍ତି। ତେଣୁ ଏହା ଜାଣିବା ଜରୁରୀ କି, କେତେବେଳେ ଆପଣ ଆପଣଙ୍କ ତକିଆ ବଦଳାଇ ଦେବା ଉଚିତ।

pil pil

-ଯଦି ତକିଆର ତୂଳା ଗଣ୍ଠି ହୋଇଯାଏ କିମ୍ବା ତକିଆର ଗୋଟିଏ ପଟକୁ ସବୁ ତୁଳା ଆସିଯାଏ, ତା’ହେଲେ ଆପଣଙ୍କୁ ଶୋଇବା ପୂର୍ବରୁ ଏହାକୁ ସଜାଡ଼ିବାକୁ ପଡ଼ିଥାଏ। ତେବେ ଏଭଳି କରିବା ଅପେକ୍ଷା ଆପଣ ତକିଆକୁ ଯଥାଶୀଘ୍ର ବଦଳାଇ ଦିଅନ୍ତୁ।
-ଗୋଲାକାର ହୋଇ ଶୋଇଲେ, ଆପଣଙ୍କ ମୁଣ୍ଡ ଓ ବେକ ପାଇଁ ତକିଆ ଅଧିକ ଦରକାର ହୋଇ ନ ଥାଏ। ଏଥିରେ ଆପଣ ପତଳା କିମ୍ବା ନରମ ତକିଆ ବ୍ୟବହାର କରିପାରିବେ।

pillow pi

-ସିଧା ହୋଇ ଶୋଇଲେ ମଧ୍ୟମ ଆକାରର ତକିଆ ବ୍ୟବହାର କରନ୍ତୁ। ଏହା ନା ଉଚ୍ଚା ହୋଇଥିବା ଦରକାର ନା ପତଳା। କିନ୍ତୁ ତକିଆ ଅଧିକ ନରମ ନ ହେଲେ ଭଲ।
-ଡାହାଣ କିମ୍ବା ବାମ କଡ଼କୁ କଡ଼େଇ ହୋଇ ଶୋଇଲେ, ଚଉଡ଼ା ଏବଂ ଟିକେ ଶକ୍ତ ତକିଆ ବ୍ୟବହାର କରନ୍ତୁ, ଯାହାକି ଗଦି ଓ ମୁଣ୍ଡ ମଝିରେ ବେକର ହାଡ଼କୁ ସିଧା କରି ରଖିପାରିବ।

bed bed

-ସର୍ବଶ୍ରେଷ୍ଠ ତକିଆର ଚୟନ ୩ଟି କଥା ଉପରେ ନିର୍ଭର କରିଥାଏ। ପ୍ରଥମତଃ ଶୋଇବା ଶୈଳୀ, ଦ୍ବିତୀୟରେ ବେକ ଓ ମୁଣ୍ଡ ପାଇଁ ଜରୁରୀ ଆବଶ୍ୟକତା ଏବଂ ତ୍ତୀୟରେ ତକିଆ ଭିତରର ସାମଗ୍ରୀ।
-୨୪ରୁ ୩୬ ମାସ ଭିତରେ ତକିଆକୁ ବଦଳାଇ ଦେବା ଉଚିତ। ନିଦ ବିଶେଷଜ୍ଞ କହିଥାଆନ୍ତି ଯେ ୪ରୁ ୬ ଇଞ୍ଚ ଉଚ୍ଚାର ତକିଆ ମୁଣ୍ଡ, ବେକ, କାନ୍ଧକୁ ସବୁଠାରୁ ଭଲ ସର୍ପୋଟ କରିଥାଏ।
-ଖରାପ ତକିଆରେ ଶୋଇଲେ ମୁଣ୍ଡ, ବେକ ଓ କାନ୍ଧରେ ଯନ୍ତ୍ରଣା ଅନୁଭବ ହୁଏ। ଏ ସବୁ ଅଙ୍ଗ ଭାରି ଭାରି ଲାଗେ। କେତେକ କ୍ଷେତ୍ରରେ ନିଦ୍ରାହୀନତା ଓ ମୁଣ୍ଡ ବୁଲାଇବା ସମସ୍ୟା ମଧ୍ୟ ଦେଖାଦେଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button