IBN ଓଡ଼ିଶା ବ୍ୟୁରୋ

ମୂଷା ଘର ଛାଡି ପଳେଇବେ, କରନ୍ତୁ ଏହି ଘରୋଇ ଉପାୟ ୯୯% ଗ୍ୟାରେଣ୍ଟି

ପରିବେଶରେ ଅନେକ ପ୍ରକାର ଜୀବଜନ୍ତୁ ରହିଥାନ୍ତି , ଯାହା ଆମ ପରିବେଶ କୁ ସୁସ୍ଥ ରଖିବା ପାଇଁ ସେମାନଙ୍କ ଉପସ୍ଥିତି ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ଏମିତି କିଛି ଜୀବ ରହିଥାନ୍ତି ଯେଉଁମାନେ ଆମକୁ ବହୁତ ହଇରାଣ କରିଥାନ୍ତି । ତେବେ ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ମୂଷା , ଯାହା ଆମକୁ ଅନେକ ହଇରାଣ କରିଥାନ୍ତି । ଆପଣଙ୍କର ଦାମି ଜିନିଷକୁ ଖରାପ କରି ଦେଇଥାନ୍ତି , ଏଥିପାଇଁ ଆପଣ ମାନେ ମାର୍କେଟ ରୁ ମୂଶା ମରା ଔଷଧ ଆଣି ଦେଇଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ଉପାୟ ବିଷୟରେ କହିବୁ , ଯାହା ସାହାର୍ଯ୍ୟରେ ଆପଣ ମାନେ ମୂଷାକୁ ମାରିବା ପରିବର୍ତ୍ତେ ଘଉଡାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ଜରଦା
2. ଶୁଦ୍ଧ ଦେଶୀ ଗାଈ ଘିଅ
3. ବେସନ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ମାନେ ଏକ ପାତ୍ର ନିଅନ୍ତୁ , ସେଥିରେ ଏକ ବା ଦୁଇଟି ଜରଦା ପ୍ୟାକେଟ ଆଣି ସେହି ପାତ୍ରରେ ଢାଳନ୍ତୁ । ଜରଦା ସେବନ କରିବା ଦ୍ୱାରା ମୂଷା ମାନେ ବେହୋସ ହୋଇ ଯାଇଥାନ୍ତି ଏବଂ ପାଣି ବିକଳରେ ବାହାରକୁ ବାହାରି ଯାଇଥାନ୍ତି । ଦ୍ୱିତୀୟ ସାମଗ୍ରୀ ଦେଶି ଗାଈର ଘିଅ ଏକ ଚାମଚ ସେହି ପାତ୍ରରେ ପ୍ରୟୋଗ କରନ୍ତୁ , ଏହାପରେ ତାହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଜରଦାକୁ ଘିଅରେ ଭଲ ଭାବରେ ମିକ୍ସ କରିଦେବା ପରେ ତୃତୀୟ ସାମଗ୍ରୀ ବେସନର ପ୍ରୟୋଗ କରନ୍ତୁ ।

ଆପଣମାନେ ଚାହିଁଲେ ଅଟାର ମଧ୍ୟ ବ୍ୟବହାର କରି ପାରିବେ । ଏଥିପାଇଁ ଆପଣ ମାନେ 2 ଚାମଚ ବେସନର ପ୍ରୟୋଗ କରନ୍ତୁ । ଏହାପରେ ଆପଣ ମାନେ ଯେମିତି ଅଟାକୁ ଦଳାନ୍ତି , ଠିକ୍ ସେହିପରି ଏକ ଗୋଳା ପ୍ରସ୍ତୁତ କରନ୍ତୁ । ଏହାପରେ ସେହି ଗୋଳା ଉପରେ ଆଉ ଟିକିଏ ଘିଅର ପ୍ରୟୋଗ କରନ୍ତୁ , ଯାହାଫଳରେ ଏହାର ସୁଗନ୍ଧ ଦ୍ୱିଗୁଣିତ କରିବ । ଯାହା ଦ୍ୱାରା ମୂଷାଙ୍କୁ ଏହାର ସୁଗନ୍ଧ ଆକର୍ଷିତ କରିବ , ବର୍ତ୍ତମାନ ଏହି ଉପାୟ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ।

ପ୍ରୟୋଗ ପ୍ରାଣାଳୀ :-

ଆପଣମାନେ ଏହି ଅଟା ଗୋଳାର ଏମିତି ଛୋଟ ଛୋଟ ଗୋଲି କରି ଦିଅନ୍ତୁ , ଆପଣ ମାନେ ଯେମିତି ମୂଷା ମରା ଔଷଧ ଦେଇଥାନ୍ତି ଠିକ ସେହିପରି ଯେଉଁଠାରେ ମୂଷାମାନେ ଅଧିକ ଥିବେ ସେହି ଜାଗାରେ ଆପଣ ମାନେ ଗୋଟେ ଗୋଲା ପକାଇ ଦିଅନ୍ତୁ । ଏହାର ସୁଗନ୍ଧରେ ମୂଷା ଆକର୍ଷିତ ହୋଇଥାଏ ଏବଂ ଆସି ଏହାକୁ ଖାଇଥାଏ । କିନ୍ତୁ ଧ୍ୟାନ ରଖିବେ ଏହାକୁ ଯେତେବେଳେ ଦେବେ ପାଣିକୁ ସମ୍ପୂର୍ଣ୍ଣ ଭାବରେ ଲୁଚାଇ ଦେବେ । ମୂଷାଙ୍କ ଠାରୁ ପାଣିକୁ ଦୂରେଇ ରଖିବେ , କାରଣ ଏହା ଦେବା ମାତ୍ରେ ମୂଷା ବେହୋସ ଅବସ୍ଥାକୁ ଆସିବେ ଏବଂ ପାଣି ଖୋଜିବେ । ସେଥିପାଇଁ ଘରେ ପାଣି ରଖନ୍ତୁ ନାହିଁ , ଯାହାଫଳରେ ମୂଷା ସବୁଦିନ ଘରୁ ବାହାରି ପଳାଇ ଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button