IBN ଓଡ଼ିଶା ବ୍ୟୁରୋ

ସାବଧାନ ! ଭୁଲରେ ମଧ୍ୟ ଏହି ଜାଗାରେ ରଖନ୍ତୁ ନାହିଁ ସିଡିଘର , ନଚେତ୍ ଆସିପାରେ ଘୋର ବିପଦ

ପ୍ରତ୍ୟେକ ବ୍ୟକ୍ତି ଘର ନିର୍ମାଣ କରିବା ପୂର୍ବରୁ ଶିଡିଘର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଶିଡିଘରକୁ ଏକ ସ୍ୱର୍ଗଦ୍ୱାର ବୋଲି କୁହାଯାଇଥାଏ , ସେହି ରାସ୍ତା ଦେଇ 33 କୋଟି ଦେବା ଦେବୀ ମାନେ ଯାତାୟାତ କରିଥାନ୍ତି । ଶିଡି ଘର ସର୍ବଦା ଲକ୍ଷ୍ମୀଙ୍କର ବାସସ୍ଥାନ ବୋଲି ମାନାଯାଏ , ତେଣୁ ସିଡି ଘରେ ତଳେ କୌଣସି ଆବର୍ଜନା ବା ଭାରି ଜିନିଷ ରଖିବେ ନାହିଁ । ସିଡି ଘର ତଳେ କୌଣସି ପାଇଖାନା ଗୃହ ବା ରୋଷେଇ ଗୃହ ବା ପୂଜା ଗୃହ ନିର୍ମାଣ କରନ୍ତୁ ନାହିଁ । ସିଡି ଘରକୁ ସର୍ବଦା ସଫା ସୁତରା ରଖିବା ଆପଣ ମାନଙ୍କର ଧର୍ମ , ଏହା କରିବା ଦ୍ୱାରା 33 କୋଟି ଦେବତା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି

ସିଡିଘର ନିର୍ମାଣ ସମୟରେ ଦକ୍ଷିଣ ଏବଂ ପଶ୍ଚିମ କୋଣ ବା ନୈରୁତ କୋଣ ରେ ସିଡିଘର ନିର୍ମାଣ କରିବା ଶୁଭ ହୋଇଥାଏ । ସିଡି ଘରର କାନ୍ଥ କେବେହେଲେ ଆପଣ ପୂର୍ବ ପଟ କାନ୍ଥକୁ ଟଚ୍ କରିବେ ନାହିଁ । ଦକ୍ଷିଣ କାନ୍ଥ ଉପରେ ଟଚ୍ କଲେ ଶୁଭ ହୋଇଥାଏ , ସିଡିକୁ ଉଠିବା ସମୟରେ ଆପଣ ଦକ୍ଷିଣକୁ ମୁହଁ କରି ଉଠନ୍ତୁ ଏବଂ ଓହ୍ଲାଇବା ସମୟରେ ଉତ୍ତରକୁ ମୁଖ କରି ଓହ୍ଲାନ୍ତୁ । ସିଡି କୁ ସର୍ବଦା ସଫା ସୁତରା ରଖନ୍ତି , କାରଣ ସେଠାରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ସିଡି ଘର ଘରର ମୁଖ୍ୟ ଏଣ୍ଟ୍ରି ପାଖରେ ହେବା ବହୁତ ଶୁଭ ଦାୟକ ହୋଇଥାଏ ।

ଯେଉଁ ମାନଙ୍କର ସିଡି ଘର ଭୁଲରେ ଅଛି ଯଥା ସମ୍ଭବ ସେମାନେ ବାସ୍ତୁବିସାରଦ ମାନଙ୍କ ସହିତ ଦେଖାକରି ନିଶ୍ଚିତ ଭାବରେ ସମାଧାନର ବାଟ ବାଛିନେବା ଉଚିତ୍ । ଘରର ମୁଖ୍ୟ ରୋଗୀଣା ହୋଇଯାଆନ୍ତି , ଆର୍ଥିକ ଆନାଟନ , କୋର୍ଟକୋଚେରୀ ସମସ୍ୟା , ମାନହାନୀ ଏବଂ ଛୋଟ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିପଡ଼େ । ଯେତେବେଳେ ସିଡି କରୁଛନ୍ତି , ମନେ ରଖନ୍ତୁ ପାହାଚ ଗୁଡିକ ଅଯୁଗ୍ମ ସଂଖ୍ୟା ହେବା ଦରକାର । ତେବେ ଯାଇ ଆପଣଙ୍କ ଘର ପାଇଁ ବହୁତ ଶୁଭ ବିବେଚିତ ହୋଇଥାଏ ।

ପ୍ରତିକାର :-

ଯଦି ଆପଣଙ୍କ ସିଡି ଘର ବାସ୍ତୁ ଦୋଷ ଆଣୁଛି ବା ଭୁଲ ସ୍ଥାନରେ ସିଡି ଘର ନିର୍ମାଣ ହୋଇଛି , ତେବେ ଆପଣ ଯଥା ସମ୍ଭବ ସିଡି ଦ୍ୱାରରେ ଗୋଟିଏ ଭଲ କତା ଲଗା ନୀଳ ରଙ୍ଗର ନଡିଆ ଅର୍ଥାତ୍ କଞ୍ଚା ନଡିଆ ଆଣି ସେଥିରେ ଲାଲ ରଙ୍ଗରେ ଶ୍ରୀରାମ ବୋଲି ଲେଖି ସିଡିର ଦ୍ୱାର ଦେଶ ବା ଅଗ୍ର ଭାଗରେ ଟାଙ୍ଗି ଦିଅନ୍ତୁ । ତା ସହିତ ମା ଲକ୍ଷ୍ମୀଙ୍କର ଫୋଟ ଚିତ୍ରକୁ ରଖି ପୂଜା ଅର୍ଚ୍ଚନା କରନ୍ତୁ , ଦେଖିବେ କିଛି ମାତ୍ରାରେ ବାସ୍ତୁଦୋଷ ଦୂର ହେବ ଏବଂ ଘରେ ଉନ୍ନତି ଦେଖାଦେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା

Related Articles

Leave a Reply

Your email address will not be published. Required fields are marked *

Back to top button