IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଦ୍ୱିତୀୟ ବିଶ୍ୱ ଯୁଦ୍ଧର ମୂକସାକ୍ଷୀ ହାଓଡା ବ୍ରିଜ, ଉଦଘାଟନ ନହେବା ପଛରେ ରହିଛି ଏହି ବିଶେଷ ମୁଖ୍ୟ ଆଶ୍ଚର୍ଯ୍ୟକର କାରଣ

କୋଲକାତାର ହାଓଡା ବ୍ରିଜ , କେବଳ ଭାରତରେ ନୁହେଁ ସାରା ଦୁନିଆରେ ପ୍ରସିଦ୍ଧ । ଏହି ଐତିହାସିକ ବ୍ରିଜ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ର ମୂକସାଖୀ ମଧ୍ୟ , 1942 ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯାପାନ ର ଏକ ବମ ଏହି ବ୍ରିଜ ଠାରୁ ମାତ୍ର କିଛି ଦୂରରେ ପଡିଥିଲା । କୋଲକାତା ଏବଂ ହାଓଡାକୁ ସଂଯୋଗ କରୁଥବା ଏହି ନିଆରା ବ୍ରିଜ ଭଳି ବିଶ୍ୱରେ ମାତ୍ର ହାତ ଗଣତି ଅଳ୍ପ କେତୋଟି ବ୍ରିଜ ଅଛି ଯାହା ପାଲଟିଛି ଆକର୍ଷଣ ର କେନ୍ଦ୍ରବିନ୍ଦୁ । ଗତ 75 ବର୍ଷ ହେବ ଏହି ବ୍ରିଜ ପାଲଟିଛି କୋଲକାତାର ପରିଚୟ , ହେଲେ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏ ପର୍ଯ୍ୟନ୍ତ ଏହି ବ୍ରିଜ ଉଦଘାଟନ ହୋଇ ନାହିଁ ।

ବ୍ରିଟିଶ ଇଣ୍ଡିଆ ସରକାର ଲୋକମାନଙ୍କ ପାଇଁ କୋଲକାତା ଏବଂ ହାଓଡା ମଧ୍ୟରେ ଥିବା ହୁଗୁଳି ନଦୀ ଉପରେ ବ୍ରିଜ ନିର୍ମାଣ କରିବାର ଯୋଜନା କରିଥିଲେ । କାରଣ ହୁଗୁଳିରେ ପ୍ରତିଦିନ ଏକାଧିକ ଜାହାଜ ଯିବା ଆସିବା କରୁଥିଲା । ଲୁହାରେ ବ୍ରିଜ ନିର୍ମାଣ ହେବା ଦ୍ୱାରା ଜାହାଜର ଯିବା ଆସିବାରେ ଅସୁବିଧା ନହେବା ପାଇଁ 1871 ମସିହାରେ ହାଓ଼ଡା ବ୍ରିଜ ଆକ୍ଟ ପାସ ହୋଇଥିଲା । କିନ୍ତୁ ଏହି ଯୋଜନା ଲାଗୁ ହେବାରେ ଅନେକ ଦଶନ୍ଦି ଲାଗି ଯାଇଥିଲା । ଶେଷରେ 1937 ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ 1942 ରେ ଶେଷ ହୋଇଥିଲା । 1943 ମସିହାରେ ଏହାକୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଖୋଲି ଦିଆଯାଇଥିଲା ।

ଫେବୃଆରୀ 4 ତାରିଖ 1948 ମସିହାରେ ମହାତ୍ମାଗାନ୍ଧୀ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ପାଇଁ ଏଠାରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ । କିନ୍ତୁ ହୋଇ ପାରି ନଥିଲା ଏହି ବ୍ରିଜର ଉଦ୍ଘାଟନ । ହାଓଡା ବ୍ରିଜ ଏକମାତ୍ର ବ୍ରିଜ , ଯାହା ଉଦ୍ଘାଟନ ଏପର୍ଯ୍ୟନ୍ତ ହୋଇପାରି ନାହିଁ , କାରଣ ଯେଉଁ ସମୟରେ ଏହି ବ୍ରିଜ ତିଆରି ହୋଇଥିଲା , ସେହି ସମୟରେ ଚାଲିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ତେଣୁ ନିଷ୍ପତ୍ତି ନିଆଯାଇଥିଲା ଏହାର ଉଦ୍ଘାଟନ ସମୟରେ କୌଣସି ଉତ୍ସବ କିମ୍ୱା ଧୁମଧାମ୍ ହେବ ନାହିଁ । ଏହି ଐତିହାସିକ ବ୍ରିଜ କେବଳ ଦ୍ୱିତୀୟ ବିଶ୍ୱଯୁଦ୍ଦ ର ବମ ବିସ୍ଫୋରଣ ସହି ନାହିଁ ବରଂ ସ୍ୱାଧୀନତା ଆନ୍ଦୋଳନ ଏବଂ ବଙ୍ଗାଳର ଅକାଳ ଭୟାବହକୁ ଅକାଳକୁ ମଧ୍ୟ ଦେଖିଛି ।

କୋଲକାତା ଏବଂ ହାଓଡାକୁ ଯୋଡୁଥିବା ଏହି ବ୍ରିଜ ତିଆରି ହେବା ପରେ ଏହାର ନାମ ନ୍ୟୁ ହାଓଡା ବ୍ରିଜ କୁହାଯାଇଥିଲା । 14 ଜୁନ 1965 ମସିହାରେ ଗୁରୁ ରବିନ୍ଦ୍ରନାଥ ଟାଗର ଙ୍କ ନାମରେ ରବୀନ୍ଦ୍ର ସେତୁ କରାଯାଇଥିଲା । କିନ୍ତୁ ଆଜି ବି ଲୋକ ଏହାକୁ ହାଓଡା ବ୍ରିଜ ନାମ ରେ ଡାକନ୍ତି , , ହାଓଡା ବ୍ରିଜର ଲମ୍ୱ 1528 ଫୁଟ ଏବଂ ଚଉ଼ଡା 62 ଫୁଟ ।

ଏହାକୁ ତିଆରି କରିବାରେ ଦେଢକୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ବ୍ରିଜକୁ ତିଆରି କରିବାରେ 265 ହଜାର ଟୋନ ଷ୍ଟିଲ ବ୍ୟବାହର କରାଯାଇଥିଲା । ଯେଉଁଥିରୁ 235 ହଜାର ଟନ ଷ୍ଟିଲର ସପ୍ଲାଏ ଟାଟାଷ୍ଟିଲ କରିଥିଲା । ସେହି ସମୟରେ ଏହି ବ୍ରିଜ ବିଶ୍ୱର ତୃତୀୟ ସବୁଠାରୁ ଲମ୍ୱା ବ୍ରିଜ ଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button