IBN ଓଡ଼ିଶା ବ୍ୟୁରୋ

ସବୁବେଳେ ମୁଣ୍ଡବିନ୍ଧା ହେଉଛି କି ? ହୋଇ ଯାଆନ୍ତୁ ସା-ବ-ଧାନ ! ହୋଇଥାଇପାରେ ଏହି ମା-ରାତ୍ମ-କ ରୋଗ

ଶରୀର ରେ ଦେଖା ଯାଉଥିବା ବିଭିନ୍ନ ରୋଗ ମାନଙ୍କ ମଧ୍ୟରୁ ମୁଣ୍ଡ ବିନ୍ଧା ଅନ୍ୟତମ। ଅଧିକାଂଶ ବ୍ୟକ୍ତିଙ୍କ ପାଖରେ ଏହି ସମସ୍ୟା ପ୍ରାୟତଃ ଦେଖିବାକୁ ମିଳିଥାଏ। ବେଳେବେଳେ ବିନା କିଛି କାରଣରୁ ମଧ୍ୟ ମୁଣ୍ଡ ବିନ୍ଧା ବିନ୍ଧା ହେବା ଦେଖିବାକୁ ମିଳିଥାଏ। ତେବେ ଡାକ୍ତରଙ୍କ ମତରେ ଏଭଳି ସମସ୍ୟା ନିମ୍ନ ରକ୍ତଚାପ କାରଣରୁ ମଧ୍ୟ ହୋଇଥାଏ।ଏହା ଲୋ ବ୍ଲଡ଼ ପ୍ରେସର୍ ର ଲକ୍ଷଣ ଅଟେ। ତେବେ ଏହି ସମସ୍ୟା ଏବେ ଅନେକ ଲୋକଙ୍କୁ ହାଇରଣ କରୁଛି। ଯାହା ଦ୍ୱାରା ପୀଡ଼ିତ ରୋଗୀଙ୍କ ଶରୀରରେ ରକ୍ତ ପ୍ରବାହ କମି ଯାଇଥାଏ। ଯାହାକୁ ହାଇପୋଟେନ୍ସନ୍ ବୋଲି କୁହାଯାଏ ଏବଂ ଏଥିରେ ରକ୍ତଚାପ ସ୍ତରର ପଠନ ୯୦ ଏବଂ ୬୦ ପାଖାପାଖି ରହିଥାଏ।

ଙ୍କ ପାଖରେ ଏହି ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ।ଆଉ ସବୁଠାରୁ ବଡ କଥା ହେଉଛି ଏଥିପାଇଁ ଏହାର ଲକ୍ଷଣ ପ୍ରଥମେ ଜାଣିବା ଦରକାର୍। ଆସନ୍ତୁ ଜାଣିବା ସେହି ସବୁ ଲକ୍ଷଣ ବିଷୟରେ।

କଣ ରହିଛି ଲକ୍ଷଣ- ନିମ୍ବ ରକ୍ତ ଚାପ ରୋଗୀଙ୍କ ପାଖରେ ଭୋର୍ଟିଗୋ ଜନିତ ସମସ୍ୟା ରହିଥାଏ। ଏମାନଙ୍କ ପାଖରେ ଶୁଷ୍କ ଚର୍ମ, ଥଣ୍ଡା ଲାଗି ରହିଥିବାର ଦେଖାଯାଏ। ଅନ୍ୟମନସ୍କ ରହିବା, ସର୍ବଦା ଦ୍ଵନ୍ଦ ରେ ରହିବା, କୌଣସି ଜିନିଷରେ ଧ୍ୟାନ ନଦେବା ଆଦି ଲକ୍ଷଣ ଏମାନଙ୍କ ପାଖରେ ଦେଖାଯାଏ। ଏସବୁ ଲକ୍ଷଣ ଦେଖିଲେ ଆପଣ ରକ୍ତ ଚାପ ର ଯାଞ୍ଚ କରିନେବା ନିହାତି ଆବଶ୍ୟକ।

କଣ ରହିଛି କାରଣ- ରୋଗୀର ଶିରାରେ ରକ୍ତଚାପ ହ୍ରାସ ହେବା। ଫଳରେ ରୋଗୀ ନିକଟରେ ଛାତି ଯନ୍ତ୍ରଣା, କଠିନ ବେକ, ଅନିୟମିତ ଆଘାତ କିମ୍ବା ଉଚ୍ଚ ଜ୍ୱରରେ ପଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ। ଏହାଛଡା ନିମ୍ନ ରକ୍ତଚାପ ରୋଗୀ ମାନଙ୍କ ପାଖରେ ଝାଡ଼ା, ବାନ୍ତି, ଥକାପଣ ଏବଂ ବାନ୍ତି ହେବା ସହିତ ଏହା କାରଣରୁ ନିଶ୍ୱାସ ବେଗରେ ପରିବର୍ତ୍ତନ, ଦୁର୍ବଳ ନାଡ ଏବଂ ଥକ୍କା ର ସମସ୍ୟା ମଧ୍ୟ ଦେଖାଯାଏ।

କେମିତି କରିବେ ନିୟନ୍ତ୍ରଣ- ଏଥିପାଇଁ ଆପଣଙ୍କୁ ବିଶେଷ କରି ଖାଦ୍ୟ ଉପରେ ଗୁରୁତ୍ବ ଦେବାକୁ ପଡିଥାଏ। ତେଣୁ ସୋଡିୟମ୍ ଯୁକ୍ତ ଖାଦ୍ୟ ପ୍ରାକୃତିକ ଉପାୟରେ ନିଅନ୍ତୁ। ପ୍ରତିଦିନ ୨/୩ ଥର କଫି ପିଅାନ୍ତୁ। ତେବେ ଆପଣଙ୍କୁ କହି ରଖୁଛୁ ଯେ ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୁଯାୟୀ, କମ୍ ବିପି ଥିବା ରୋଗୀ କମ୍ କାର୍ବସ୍ ଖାଇବା ଉଚିତ୍। ବିଶେଷ କରି ଆପଣ ଉପବାସ ଠାରୁ ଦୂରେଇ ରୁହନ୍ତୁ ଏବଂ ଖାଇ ସାରିବା ପରେ ଖାଇବା ମଧ୍ୟରେ ଦୀର୍ଘ ସମୟ ଧରି ବ୍ୟବଧାନ ରଖନ୍ତୁ ନାହିଁ।

ଆପଣ ନିମ୍ନ ରକ୍ତ ଚାପ ସମସ୍ୟା କୁ ଯଥା ସମ୍ଭବ ଦୂର କରିବାକୁ ଚେଷ୍ଟା କରନ୍ତୁ। କ୍ରମାଗତ ଭାବରେ ଆପଣଙ୍କ ନିକଟରେ ନିମ୍ବ ରକ୍ତଚାପ ଜନିତ ସମସ୍ୟା ଦେଖାଦେବା କାରଣରୁ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଏଥିପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button