ମାର୍କେଟ ରେ ଅସଲି ସହ ମିଳୁଛି ନକଲି ଅଣ୍ଡା, ନକଲି ଅଣ୍ଡାକୁ ଚିହ୍ନିବେ କିପରି

ଆଜିକାଲି ସମସ୍ତ ଲୋକମାନେ ପ୍ରାୟ ନିଜ ଶରୀର ପ୍ରତି ସଜାଗ ରହୁଛନ୍ତି , ଅନେକ ବ୍ୟକ୍ତିମାନେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ଭାବରେ ବ୍ୟାୟାମ ଓ ତା ସହ ବିଶେଷ ଖାଇବା ଉପରେ ଅଧିକ ଗୁରୁତ୍ୱ ମଧ୍ୟ ଦିଅନ୍ତି । ହେଲେ ସେହି ଉତ୍ତମ ଖାଦ୍ୟକୁ ନେଇ ଅନେକ ଦ୍ୱନ୍ଦ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି , ଯାହା ଆମେ ମାନେ ଖାଉଛେ ବା ଆପଣ ମାନେ ଖାୁଛନ୍ତି ତାହା କେତେଦୁର ସ୍ୱାସ୍ଥ୍ୟକର । ଆପଣ ମାନେ ସମସ୍ତେ ଜାଣିଛନ୍ତି ଆଣ୍ଡା ଆମ ଶରୀର ପାଇଁ କେତେ ହିତକାରକ ଅଟେ , ତେଣୁ ଆପଣ ମାନେ ମଧ୍ୟ ଆପଣଙ୍କ ପିଲାକୁ ଅଣ୍ଡା ଖାଇବା ଶିଖାଇ ଦିଅନ୍ତି ।
ଏହି ଅଣ୍ଡାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି , ପୂର୍ବରୁ ଆପଣ ମାନେ ଶୁଣିଥିବେ ଅଧିକ ଅଣ୍ଡା ଖାଇଲେ ପେଟ ଗରମ ହେଇଯିବ ବା ପେଟ ଖରାପ ହେବ ଏମିତି ଅନେକ କଥା ବଡ ଲୋକମାନେ କହିଥାନ୍ତି । କିନ୍ତୁ ଆପଣ ମାନେ କେମିତି ଜାଣିବେ ଆପଣ ଖାଉଥିବା ଅଣ୍ଡାଟି ଅସଲି ନା ନକଲି , ଆପଣ ଅନେକ ଥର ନ୍ୟୁଜରେ ଶୁଣିଥିବେ ନକଲି ଅଣ୍ଡା ବିଷୟରେ । ଏହି ନକଲି ଅଣ୍ଡା ବର୍ତ୍ତମାନ ଆମ ଓଡିଶାରେ ମଧ୍ୟ ଉପଲବ୍ଧ ହେଲାଣି ।
ଆପଣ ମାନଙ୍କୁ କହି ରଖୁଛୁ କି ଅଣ୍ଡାର ଧଳା ଅଂଶ ବନାଇବା ପାଇଁ ଉଷୁମ୍ ପାଣିରେ ସୋଡିୟମ , ଆଲିଗ୍ ନେଟ , କ୍ୟାଲସିୟମ ମିଶାଯାଏ । ତା ପରେ ଏଥିରେ ଜିଲେଟିନ , ବେଞ୍ଜରକ ଏସିଡ , ଆଲମ୍ ଏବଂ ଅନ୍ୟ ରାସାୟନିକ ପଦାର୍ଥ ମିଶାଇ ଅଣ୍ଡାର ଧଳା ଅଂଶ ତିଆରି ହୁଏ । ପରେ କେଶର ତିଆରି ହୁଏ , ଯେଉଁ ମିଶ୍ରଣ ଥାଏ ସେଥିରେ କେବଳ ହଳଦିଆ ରଙ୍ଗ ମିଶାଇ ଦିଆଯାଏ । ଏହାପରେ ଧଳା ଏବଂ ହଳଦିଆ ମିଶ୍ରଣକୁ କ୍ୟାଲସିୟମ କ୍ଲୋରାଇଡ ଜିପସମ୍ ପାଉଡର , କ୍ୟାଲସିୟମ କାର୍ବୋନେଟ ସହ ମିଶାଇ ଅଣ୍ଡା ଆକାର ଦେଇ ଦିଆଯାଏ ।
ଏକ ପ୍ଲାଷ୍ଟିକର ଛାଞ୍ଚ ଥାଏ , ସେହି ଛାଞ୍ଚରେ ଏହି ସମସ୍ତ ମିଶ୍ରଣକୁ ପକାଇ ଦିଆଯାଏ ଏବଂ ଅଣ୍ଡା ର ଆକାର ହୋଇ ତାକୁ ବାହାର କରାଯାଏ । ଏହି ଅଣ୍ଡା ଶରୀରକୁ ଶକ୍ତି ତ ଆଦୁ ଦିଏ ନାହିଁ ବରଂ ବିଷ ହୋଇ ଦେହରେ ଚରିଯାଏ । କାରଣ ଏତେ କେମିକାଲ ମିଶିବା ପରେ ହିଁ ନକଲି ଅଣ୍ଡା ତିଆରି ହୋଇପାରେ । ନକଲି ଅଣ୍ଡା ଯେତେବେଳେ ଘରକୁ ଆଣିବେ ତାହା ଚିହ୍ନିବା ବହୁତ କଷ୍ଟକର କିନ୍ତୁ ଆପଣଙ୍କୁ ନକଲି ଅଣ୍ଡା ଚିହ୍ନିବା ପାଇଁ ସହଜ ଉପାୟ କହିଦେଉଛୁ ।
ନକଲି ଅଣ୍ଡାର ଧଳା ଚୋପା ଜଲଦି ନିଆଁରେ ଜଳିଯାଏ , କିନ୍ତୁ ଅସଲି ଅଣ୍ଡାର ଚୋପା ନିଆଁରେ ପକେଇବେ ଯଦି ତାର ରଙ୍ଗ କଳା ପଡିବ ଏବଂ ବହୁତ ସମୟ ଲାଗିବ ଜଳିବା ପାଇଁ । ତେବେ ଯେବେବି ଆପଣ ଅଣ୍ଡାକୁ ଘରକୁ ଆଣୁଛନ୍ତି ତାକୁ ଖାଇବା ପୂର୍ବରୁ ତାର ଚୋପାକୁ ନିଆଁରେ ପ୍ରଥମ ପରିକ୍ଷା କରି ନିଅନ୍ତୁ ତାହା ଅସଲି କି ନକଲି । ଏହା ବ୍ୟତୀତ ଆପଣ ଅଣ୍ଡା ଆଣିବା ପୂର୍ବରୁ ତାହାକୁ କାନ ପାଖରେ ବଜାନ୍ତୁ , ସେଥିରୁ କୌଣସି ଶବ୍ଦ ଆସୁଛି ତେବେ ତାହାକୁ କିଣନ୍ତୁ ନାହିଁ ।
ଆପଣ ଘରକୁ ଆଣ୍ଡା ଆଣିବା ମାତ୍ରେ ପାଣିରେ ପକାଇ ପରିକ୍ଷା କରନ୍ତୁ ଯେଉଁ ଅଣ୍ଡା ପାଣିରେ ବୁଡି ରହୁଛି ତାହା ଅସଲି କିନ୍ତୁ ଯେଉଁ ଅଣ୍ଡାଟି ଉପରକୁ ଭାସି ଉଠିଥାଏ ତାହା ନକଲି ।