IBN ଓଡ଼ିଶା ବ୍ୟୁରୋ

ବୟସ ଅନୁସାରେ ମହିଳା ଏବଂ ପୁରୁଷ ଉଭୟଙ୍କ ବ୍ଲଡ଼ପ୍ରେସର କେତେ ରହିବା ଉଚିତ୍ ? ଜାଣନ୍ତୁ ଡାକ୍ତର କଣ କହୁଛନ୍ତି

ପରିବର୍ତ୍ତିତ ଜୀବନଶୈଳୀରେ ରକ୍ତଚାପକୁ ନିୟନ୍ତ୍ରଣ କରିବା ଏକ ଚ୍ୟାଲେଞ୍ଜ ପାଲଟିଛି । କାରଣ ସମସ୍ତେ ଜାଣନ୍ତି ଯେ ଯଦି ରକ୍ତଚାପ ବଢିଯାଏ ତେବେ ହୃଦୟର ବିପଦ ମଧ୍ୟ ଥାଏ । ଏଭଳି ପରିସ୍ଥିତିରେ ବିପି କୁ ସନ୍ତୁଳିତ ରଖିବା ଅତ୍ୟନ୍ତ ଜରୁରୀ ଅଟେ ଯାହା ଦ୍ୱାରା ହୃଦୟ ସମ୍ବନ୍ଧୀୟ ସମସ୍ୟା ହେବନାହିଁ ଏବଂ ବିପି ବଟିକା ଯେପରି ଖାଇବାକୁ ପଡିବ ନାହିଁ ସେଥିପାଇଁ ବିପିକୁ ସନ୍ତୁଳିତ ରଖିବା ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ବୟସ ଅନୁଯାୟୀ ମହିଳା ଏବଂ ପୁରୁଷଙ୍କ ରକ୍ତଚାପ କେତେ ହେବା ଉଚିତ ।

ବିଶ୍ୱାସ କରାଯାଏ ଯେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଉଚ୍ଚ ରକ୍ତଚାପର ସମସ୍ୟାରେ ଅଧିକ ପ୍ରବୃତ୍ତ ହୁଅନ୍ତି । ଯେତେବେଳେ କାହାର ମୁଣ୍ଡ ବୁଲାଏ ଏହା ନିମ୍ନ ରକ୍ତଚାପର ସଙ୍କେତ ହୋଇପାରେ । ଏହା ବ୍ୟତୀତ ଯେତେବେଳେ କୈଣସି ବ୍ୟକ୍ତିର ଛାତିରେ ଯନ୍ତ୍ରଣା ହୁଏ, ଏହା ମଧ୍ୟ ରକ୍ତଚାପର ଲକ୍ଷଣ ହୋଇପାରେ ।

Trade Crypto Pairs
CFDs: Trade Top Currencies

ରିପୋର୍ଟ ଅନୁଯାୟୀ ବୟସ ଅନୁସାରେ ରକ୍ତଚାପରେ ପରିବର୍ତ୍ତନ ଆସେ । ପୁରୁଷମାନଙ୍କ ବୟସ ଅନୁଯାୟୀ, ରକ୍ତଚାପ 120 ରୁ 143 ପର୍ଯ୍ୟନ୍ତ ପହଞ୍ଚିପାରେ । 21 ରୁ 25 ବର୍ଷ ବୟସରେ ରକ୍ତଚାପ 120.5 ମିମି ହେବା ଉଚିତ୍ । ସେହି ସମୟରେ 25 ବର୍ଷରୁ 50 ବର୍ଷ ପର୍ଯ୍ୟନ୍ତ ରକ୍ତଚାପ 115 ରହିବା ଉଚିତ୍ । ଏହା ବ୍ୟତୀତ 56 ରୁ 61 ମଧ୍ୟରେ ରକ୍ତଚାପ 143 ପର୍ଯ୍ୟନ୍ତ ହେବା ଉଚିତ୍ ।

ଆହୁରି ପଢନ୍ତୁ :-ମହିଳାମାନଙ୍କ ବୟସ ଅନୁସାରେ 21 ରୁ 25 ବର୍ଷ ବୟସରେ ରକ୍ତଚାପ 115.5 ମିମି ହୋଇଥିବାବେଳେ 26 ରୁ 50 ରେ ରକ୍ତଚାପ 124 ରେ ପହଞ୍ଚେ । ଏହା ବ୍ୟତୀତ 51 ରୁ 61 ବର୍ଷ ବୟସ ମଧ୍ୟରେ ରକ୍ତଚାପ 130 ପର୍ଯ୍ୟନ୍ତ ରହିବା ଉଚିତ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button