IBN ଓଡ଼ିଶା ବ୍ୟୁରୋ

ପ୍ରତିଦିନ ଏତିକି ମାତ୍ରାରେ ମଦ ପିଇଲେ ହେବନି ହାର୍ଟଆଟାକ୍ ଓ କୋଲେଷ୍ଟ୍ରଲ ମଧ୍ୟ ବଢ଼ିବନି, ଜାଣନ୍ତୁ ପୁରା ଖବର

କେହି କେହି ମଦ ସ୍ବାସ୍ଥ୍ୟ ପ୍ରତି ହାନିକାରକ ଓ କେହି କେହି ଏହା ସ୍ବାସ୍ଥ୍ୟ ପ୍ରତି ହିତକର ବୋଲି କହିଛନ୍ତି । ଅନେକ ସମୟ ଏଭଳି ଦ୍ୱିପାକ୍ଷିକା କଥା ଶୁଣିବାକୁ ମିଳିଥାଏ । ହେଲେ ଏହା ମଧ୍ୟ ସତ ଯେ କୌଣସି ଦ୍ରବ୍ୟର ଅତ୍ୟଧିକ ସେବନ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ । ତେବେ ଆସନ୍ତୁ ମଦ ସେବନ ସହିତ ଜଡିତ କିଛି ତଥ୍ୟ ବିଷୟରେ ଜାଣିବା । ଏହା ଆମ ପାଇଁ କେତେ କ୍ଷତିକାରକ ଓ କେତେ ଲାଭଦାୟକ ହୋଇଥାଏ । ତେବେ ମଦ୍ୟ ପାନ କ୍ଷେତ୍ରରେ ଦୁଇ ପ୍ରକାରର ଲୋକ ଦେଖା ଯାଆନ୍ତି । କିଛି ଲୋକ ପ୍ରତିଦିନ ମଦର ସେବନ କରୁଥିବା ବେଳେ କିଛି ଲୋକ ବିଶେଷ କିଛି ମୁହୂର୍ତ୍ତରେ ହିଁ ମଦର ସେବନ କରନ୍ତି । ଆମର ଏହି ସୂଚନା ଟି ପ୍ରତିଦିନ ମଦର ସେବନ କରୁଥିବା ଲୋକମାନଙ୍କ ପାଇଁ ।

ତେବେ ଆପଣ ଯଦି ଏହି ଅଭ୍ୟାସରେ ପଡ଼ି ସାରିଛନ୍ତି ତେବେ କିପରି ଆପଣ ସ୍ବାସ୍ଥ୍ୟ ସମସ୍ୟାରୁ ବଞ୍ଚି ପାରିବେ ତାହା ଜାଣି ନିଅନ୍ତୁ । ଫୋର୍ଟିସ ଏସ୍କର୍ଟିସ ହାର୍ଟ ଇନଷ୍ଟିଚ୍ୟୁଟ ଇଣ୍ଟର ଭେନସନାଲ କାର୍ଡିଓଲଜୀ ବିଭାଗର ଡାକ୍ତର ବିଶାଳ ରଷ୍ଟୋସି କହିଛନ୍ତି ଯେ ଯଦି ଏକ ବ୍ୟକ୍ତି ପ୍ରତିଦିନ ବିଶେଷ ମାତ୍ରାରେ ମଦ୍ୟ ପାନ କରେ ତେବେ ହୃଦ୍ ଜନିତ ସମସ୍ୟାରୁ ବଞ୍ଚିତ ହୋଇ ପାରିବେ । ବିଶେଷ କରି ମହିଳା ମାନଙ୍କ ପାଇଁ ପ୍ରତିଦିନ ଗୋଟିଏ ଡ୍ରିଙ୍କ ଏବଂ ପୁରୁଷ ମାନଙ୍କ ପାଇଁ ଦୁଇଟି ଡ୍ରିଙ୍କ ପିଇବା ଲାଭଦାୟକ ହୋଇଥାଏ । ଏପରି କରିବା ଦ୍ୱାରା ଶରୀରରେ କୋଲେଷ୍ଟ୍ରୋଲ ସ୍ତର ବଢିବା ସହିତ ହୃଦଘାତ ଆଶଙ୍କା ମଧ୍ୟ ହ୍ରାସ ହୋଇ ଥାଏ ।

Russian hotties wanna date
Deadpool & Wolverine: Watch Now!

ଏହି ସୂଚନା କେବଳ ଅତ୍ୟଧିକ ମଦ ପ୍ରତି ଆସକ୍ତ ବ୍ୟକ୍ତି ମାନଙ୍କ ପାଇଁ, ଯେଉଁ ମାନେ ପ୍ରତିଦିନ ମଦ ବିନା ଅସମ୍ଭାଳ ହୋଇ ପଡନ୍ତି । ଆମେରିକୀୟ ହାର୍ଟ ଆସୋସିଏସନ୍ ଅନୁଯାୟୀ ହୃଦୟକୁ ଫିଟ୍ ରଖିବା ସହିତ ଶରୀର ସୁସ୍ଥ ରଖିବାକୁ ଚାହୁଁଥିବା ବ୍ୟକ୍ତି । କିଛି ନିର୍ଦ୍ଧିଷ୍ଟ ପଦ୍ଧତିର ଅବଲମ୍ବନ କରିବା ଉଚିତ । ଯେପରିକି ଉଚିତ୍ ଓ ସ୍ବାସ୍ଥ୍ୟ ପ୍ରତି ହିତକର ଖାଦ୍ୟର ଗ୍ରହଣ, ନିୟମିତ ବ୍ୟାୟାମ ଏବଂ ତମାଖୁ ସେବନ ନ କରିବା ଏବଂ ବିଶେଷ କରି ଯେଉଁମାନେ ପୁର୍ବରୁ ହାର୍ଟ ରୋଗରେ ଆକ୍ରାନ୍ତ ସେମାନଙ୍କୁ ନିଶ୍ଚିତ ରୂପେ ଜଗି ରଖି ଚଳିବାକୁ ପଡିବ ଏବଂ ମଦ୍ୟ ପାନ ଠାରୁ ଦୂରେଇ ରହିବା ମଧ୍ୟ ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button