IBN ଓଡ଼ିଶା ବ୍ୟୁରୋ

GERD – କ’ଣ ? ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା

ବନ୍ଧୁଗଣ GERDର ଫୁଲଫର୍ମ ହେଉଛି Gastroesophageal reflux disease । ଏଇଟା ଗୋଟେ ଏମିତି ରୋଗ ଯାହା ଆମ ପାକସ୍ଥଳୀରେ ଥିବା କଣ୍ଟେଣ୍ଟ ଗୁଡାକ ଆମ ଫୁଡ ପାଇପକୁ ଆସେ ଓ ଏହା ଯୋଗୁଁ ଆମର ମ୍ୟୁକୋସେଲ ଡ୍ୟାମେଜ ହୋଇଥାଏ । ବନ୍ଧୁଗଣ ଏହାର ବହୁତ ଗୁଡିଏ କାରଣ ରହିଛି । ଅତ୍ୟଧିକ ମାତ୍ରାରେ ଓଜନ ବଢିବା, କିଛି ଲୋକଙ୍କୁ ହାଇଟେସ ହାର୍ନିଆ ଥାଏ, ଯେଉଁ ମାନେ ଅତ୍ୟଧିକ କଫି ପିଅନ୍ତି ଆଉ ଯେଉଁ ମାନେ ଅତ୍ୟଧିକ ମଦ୍ୟପାନ ଓ ଧୂମ୍ରପନ କରନ୍ତି ସେମାନଙ୍କୁ GERD ହୋଇଥାଏ ।

ଆଉ ଯେଉଁ ମାନେ ପେନ କିଲର ଖାଇଥାନ୍ତି ସେମାନଙ୍କ କେସରେ ଏହା ଅଧିକ ଦେଖା ଦେଇଥାଏ । ବନ୍ଧୁଗଣ GERD ହେଲେ କଣ ସବୁ ଲକ୍ଷଣ ଦେଖା ଦିଏ ତାହା ବିଷୟରେ ଆସନ୍ତୁ ଜାଣିବା । GERDର ଅନେକ ପ୍ରକାରର ଲକ୍ଷଣ ଅଛି ହେଲେ ଅଧିକାଂଶ ରୋଗୀଙ୍କ ମଧ୍ୟରେ ଛାତି ପୋଡିବାର ଲକ୍ଷଣ ଦେଖା ଦେଇଥାଏ । କିଛି ଲୋକଙ୍କର ଖାଦ୍ୟ ତଥା ଏସିଡ କଣ୍ଟେଣ୍ଟ ମୁହଁକୁ ଆସିଯାଏ ।

ଆଉ କିଛି ଲୋକଙ୍କୁ ଖାଦ୍ୟ ଗିଳିବା ବେଳେ ଅସୁବିଧା ହୁଏ । ଏହା ସହିତ ରାତିରେ ଶୋଇବା ସମୟରେ କିଛି ଲୋକଙ୍କୁ କାଶ ହୁଏ ଓ ଗଳାରେ କଫ ଜମିଯାଏ । ଏହା ସହିତ କଳା ଝାଡା ହେବା, ଆମ୍ବିଳା ହାକୁଡି ହେବା, ଓଜନ କମି କମି ଯିବା ଓ ଶରୀରରୁ ବ୍ଲଡ଼ ମାତ୍ରା କମିଲେ ମଧ୍ୟ ଏହି ରୋଗର ଲକ୍ଷଣ ହୋଇଥାଏ ।  ଯଦି ଅନେକ ଦିନ ଧରି ଆପଣଙ୍କୁ ଏହି ସମସ୍ୟା ଲକ୍ଷଣ ଦେଖା ଦେଉଛି ତା ହେଲେ ଆପଣ ମାନଙ୍କୁ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ଦେଖା ଦେଉଥିଲେ ଡାକ୍ତର ଏଥିପାଇଁ ଅପର୍ଜି ଇଣ୍ଡୋସ୍କୋପି କରିଥାନ୍ତି । ଯଦି ଅବସ୍ଥା ଗୁରୁତ୍ଵର ନଥିବ ତା ହେଲେ ସେମାନଙ୍କର ରକ୍ତ ପରୀକ୍ଷା କରାଯାଇଥାଏ । ବନ୍ଧୁଗଣ ଏହି ରୋଗକୁ ନିୟନ୍ତ୍ରଣ କରିହେବ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆପଣ ମେଡ଼ିସିନର ସେବନ କରି ନିଜର ଏହି ରୋଗକୁ ନିୟନ୍ତ୍ରଣ କରିପାରିବେ ।

ହେଲେ ଯଦି ଏହି ରୋଗ ମେଡ଼ିସିନରେ ନିୟନ୍ତ୍ରଣ ନହେବ ତା ହେଲେ ରୋଗୀଙ୍କର ସର୍ଜରୀ କରାଯାଇଥାଏ କିନ୍ତୁ ଏମିତି କେସ ବହୁତ କମ ଦେଖିବାକୁ ମିଳେ । ତା ହେଲେ ବନ୍ଧୁଗଣ GERD ସହ ଜଡିତ ଏହି ସବୁ କଥା ଗୁଡିକୁ ଧ୍ୟାନରେ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ, ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button