IBN ଓଡ଼ିଶା ବ୍ୟୁରୋ

ପାଟିରୁ ଦୁର୍ଗନ୍ଧ (Bad Breath) ବାହାରୁଛି କି ?

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ବହୁତ ପ୍ରକାରର ଖାଦ୍ୟ ଖାଇଥାନ୍ତି । ଘରେ ଖାଦ୍ୟ ଖାଇ ସାରିଲା ପରେ ଯଦି ପାଟି ଭଲରେ କୁଳି କରନ୍ତି ନାହିଁ, ଏବଂ ଅଫିସରେ କିମ୍ବା ସିନେମା ହଲରେ ବାହାରେ ବୁଲିଲା ବେଳକୁ ବହୁତ ପ୍ରକାରର ଜଙ୍କ ଫୁଡ ଖାନ୍ତି ଏବଂ ତାହା ପରେ ପାଟି କୁଳି  କରନ୍ତି ନାହିଁ । ଏହି କେସେସ ରେ ଖାଦ୍ୟ ଅଂଶ ଗୁଡିକ ପାଟି ଭିତରେ ଜମିଯାଏ ତାହା ଗୋଟିଏ ବାୟୋ ଫିଲ୍ମ ହୋଇ ତିଆରି ହୋଇଯାଏ।ଯାହାକୁ ଡେଣ୍ଟାଲ ପ୍ଲାକ ବୋଲି କୁହାଯାଏ ।

ଏହି ଡେଣ୍ଟାଲ ପ୍ଲାକ କଲର ଲେସ ଲୋକ ମାନଙ୍କୁ ତାହା ଆଖିରେ ଦେଖାଯାଏ ନାହିଁ । ତେବେ ତାହା ଯେତେବେଳେ ୨ ଦାନ୍ତ ମଝିରେ ଅଥବା ଦାନ୍ତ ଏବଂ ମାଢି ମଝିରେ ଜମି ଜମି ଯାଏ, ତେବେ ସେତେବେଳେ ତାହା ପଥର ରକମ ର ହୋଇଯାଇଥାଏ ଯାହାକୁ ଡେଣ୍ଟାଲ କାଲ୍କୁଲେସ ବୋଲି କୁହାଯାଇଥାଏ ।

ସେହି ପଥର ଧୀରେ ଧୀରେ ହଳଦୀଆ ରଙ୍ଗର ହେବାକୁ ଲାଗିଥାଏ ଏବଂ ତାହା ନର୍ମାଲ ବ୍ରସିଙ୍ଗରେ ବାହାରେ ନାହିଁ । ମାତ୍ର ତାହା ଯେତେବେଳେ ଆମ୍ଭ ମାଢି କୁ ଇନଫେକ୍ଟ କରେ ମାଢି ନାଲି ହେବାକୁ ଲାଗେ, ଫୁଲିଯାଏ ମାଢି ଏବଂ ସେଥିରୁ ରକ୍ତ ବାହାରିବା ଆରମ୍ଭ ହୋଇଥାଏ । ଏହି କେସେସ ରେ ପାଟିରେ ଦୁର୍ଗନ୍ଧ ହେବା ମଧ୍ୟ ଆରମ୍ଭ ହୋଇ ଯାଇଥାଏ ।
ତେବେ ତାହାକୁ ହାନିଟୋସିସ ମଧ୍ୟ କୁହନ୍ତି ।

ସେହି ଜାଗାରେ ଇମିଡିଏଟ ଟ୍ରିଟମେଣ୍ଟ ନହେଲେ ସ୍କେଲିଙ୍ଗ ଟ୍ରିଟମେଣ୍ଟ ଯେଉଁଥିରେ କି ଅଲ୍ଟ୍ରାସୋନିକ ସ୍କେଲର ବ୍ୟବହାର କରି ଯେଉଁ ମଇଳା ପଥର ଭଳି ବନିଯାଇଥାଏ, ତାହାକୁ ସଂପୂର୍ଣ୍ଣ ଭାବରେ କ୍ଲୀନ କରାଯାଇଥାଏ । ଏହାପରେ ମେଡିଟେସ କରାଯାଇଥାଏ ଯାହାକୁ ଲଗାଇଲେ ମାଢି ପୁଣି ରି-ଆଟାଜ କରିଯାଏ ଦାନ୍ତ ସହିତ କିନ୍ତୁ ସେଇ କେସେସ ରେ ମଧ୍ୟ ଯଦି ଲୋକ ମାନେ ତାକୁ ଟ୍ରିଟ କରନ୍ତି ନାହିଁ ତଥା ବିଭିନ୍ନ ପ୍ରକାରର ହର୍ବାଲ ଟ୍ରିଟମେଣ୍ଟ ଅଥବା ଅନ୍ୟ ପ୍ରକାରର ଟିଭି ଅଥବା ୟୁଟ୍ୟୁବ ଦେଖି ଅଲଗା ପ୍ରକାରର ଟ୍ରିଟମେଣ୍ଟ କରନ୍ତି ତେବେ ତାହା କେବେ ମଧ୍ୟ ବାହାରେ ନାହିଁ ।

ତେବେ ତାହା ଧୀରେ ଧୀରେ ତଳକୁ ଯାଇଥାଏ, ତାହା ପଥର ରକମ କାଲ୍କୁଲେସ ଏବଂ ଦାନ୍ତ ମୂଳ ଏବଂ ହାଡକୁ କନେକ୍ଟ କରିକି ରଖିଥାଏ । ଦାନ୍ତ ଏବଂ ମାଢି ମଝିରେ ମଇଳା ଜମିଥାଏ ତାହାକୁ ରିମୁଭ କରିବା ନିହାତି ଆବଶ୍ୟକ ନଚେତ ତାହା ବହୁତ ଦୁର୍ଗନ୍ଧ ଦେଇ ଦାନ୍ତ କୁ ଖରାପ କରିଥାଏ । ଏଣୁ ଟିକିଏ ଅସୁବିଧା ଦେଖିଲେ ଆପଣ ତୁରନ୍ତ ଡାକ୍ତର ସହିତ ପରାମର୍ଶ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button