ଭଗବାନ ବ୍ରହ୍ମାଙ୍କୁ କାହିଁକି ପୂଜା କରାଯାଏ ନାହିଁ ? କ’ଣ ରହିଛି ଏହା ପଛର ବଡ କାରଣ…?

ଏହା ସମସ୍ତେ ଜାଣନ୍ତି ଯେ ବ୍ରହ୍ମାଙ୍କ ପୂଜା କରାଯାଏ ନାହିଁ, କିନ୍ତୁ କ’ଣ ପାଇଁ ଭଗବାନ ବ୍ରହ୍ମାଙ୍କ ପୂଜା କରାଯାଏ ନାହିଁ ତାହା ହୁଏତ ଅନେକ ଲୋକ କହି ପାରିବେ ନାହିଁ । ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ବ୍ରହ୍ମା ଭଗବାନ ଏହି ସୃଷ୍ଟି ରଚନା କରିଛନ୍ତି ଓ ବିଷ୍ଣୁ ଠାକୁର ଏହାର ପାଳନକର୍ତ୍ତା ଅଟନ୍ତି ଏବଂ ଭଗବାନ ଶିବ ଏହି ସଂସାରର ସଂହାରକ ଅଟନ୍ତି । କିନ୍ତୁ ଏହି ତିନୋଟି ଠାକୁରଙ୍କ ମଧ୍ୟରୁ କେବଳ ବ୍ରହ୍ମାଙ୍କ ପୂଜା କରାଯାଏ ନାହିଁ ଏହା ଶୁଣିବାରେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ।
ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହେବ ଯେ ପୁରା ଦୁନିଆରେ ବ୍ରହ୍ମାଙ୍କ ଗୋଟେ ମାତ୍ର ମନ୍ଦିର ଅଛି ଯାହା ପୁଷ୍କରରେ ଅଛି । ଶାସ୍ତ୍ର ଅନୁଯାଇ ଭଗବାନ ବ୍ରହ୍ମା ପ୍ରାଣୀର ମଙ୍ଗଳ ପାଇଁ ଗୋଟେ ଯଜ୍ଞ କରିବା ପାଇଁ ଭାବିଲେ ଓ ଏମିତିରେ ଦୁନିଆରେ କେଉଁଠି ଯଜ୍ଞ କରାଯିବ ବୋଲି ନିଶ୍ଚିତ କରିବା ପାଇଁ ବ୍ରହ୍ମା ନିଜ ହାତ କମଳକୁ ପୃଥିବୀ ଉପରେ ପଠାଇଲେ ଓ ପୁରା ସଂସାର ବୁଲିବା ପରେ କମଳ ପୁଷ୍କର ଆସିଲେ କିନ୍ତୁ ସେଠି ଜଳ ନଥିଲା ସେଥିପାଇଁ ଗୋଟେ ପୋଖରୀ ନିର୍ମାଣ କରାଗଲା ଯେଉଁଠି କମଳ ରହିଲେ ।
ରାଗରେ ମାଁ ଶ୍ରାପ ଦେଇଦେଲେ କିନ୍ତୁ ରାଗ ଶାନ୍ତ ହେଲା ପରେ ତାଙ୍କୁ ଅନୁଭବ ହେଲା ଯେ ତାଙ୍କୁ ଏମିତି କରିବା ଉଚିତ ନଥିଲା ଓ ଏହା ପରେ ମାଁ କହିଲେ ବ୍ରହ୍ମାଙ୍କ ପୂଜା କେବଳ ପୁଷ୍କର ରେ ହେବ ଏହା ଛଡା ଯଦି ଦୁନିଆର କୌଣସି କଣରେ ବ୍ରହ୍ମାଙ୍କ ପୂଜା ହେବ । ତେବେ ସେହି ଜାଗା ଓ ଲୋକଙ୍କ ସର୍ବନାଶ ହୋଇଯିବ । ସେଥିପାଇଁ ବ୍ରହ୍ମାଙ୍କ ମନ୍ଦିର ପୁରା ଦୁନିଆରେ ଗୋଟେ ଅଛି ଏବଂ ତାହା ପୁଷ୍କରରେ ହିଁ ଅଛି ।