IBN ଓଡ଼ିଶା ବ୍ୟୁରୋ

ସତ୍ୟନାରାୟଣ ପୂଜା ଘରେ କରାଇବାକୁ ଚାହୁଁଥିଲେ, ଏହି କଥା ନିହାତି ଜାଣନ୍ତୁ…ପୂଜା ସଫଳ ହେବ ।

ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ସବୁବେଳ ପାଇଁ ଭରି ରହିଥାଉ ବୋଲି ସମସ୍ତେ ଚାହିଁଥାନ୍ତି । ତେବେ ଘରର ଉନ୍ନତି ଚାହୁଁଥିଲେ, ଘରେ ପ୍ରତିଦିନ ପୂଜାପାଠ କରିବା ସହ ମଝିରେ ମଝିରେ କୌଣସି ଆଧ୍ୟାତ୍ମିକ ପୂଜାପାଠର ଆୟୋଜନ କରିବା ମଧ୍ୟ ଆବଶ୍ୟକ । ଯେମିତି ଅନେକ ଲୋକ ଘରେ ସତ୍ୟନାରାୟଣ ପୂଜା କରାଇଥାନ୍ତି । ଏହି ପୂଜାର ମହତ୍ଵ ବହୁତ ଅଧିକ ରହିଥାଏ । ଯାହା ଦ୍ଵାରା ଏହି ପୂଜା ହେଉଥିବା ଘର ପବିତ୍ର ହୋଇଯାଏ । ଓ ତାଙ୍କ ଘରର ସବୁ ପ୍ରକାର ଅସୁବିଧା ମଧ୍ୟ ଦୂର ହେବାକୁ ଲାଗିଥାଏ ।

 

ତେବେ ଆସନ୍ତୁ ଜାଣିବା ସତ୍ଯନାରାୟଣ ପୂଜା ଆଗରୁ କ’ଣ କରିବା ଉଚିତ ଯାହା ଦ୍ଵାରା ଘରେ ସୁଖ ଶାନ୍ତି ଫେରି ଆସେ । ତେବେ ଆପଣ ଯଦି ନିଜ ଘରେ ସତ୍ୟନାରାୟଣ ପୂଜା କରିବାର ଯୋଜନା ରଖିଥାନ୍ତି । ତେବେ ଏହିସବୁ ନିୟମକୁ ଧ୍ୟାନରେ ରଖି ସତ୍ୟନାରାୟଣ ପୂଜା କରିଲେ ଅତ୍ୟଧିକ ଶୁଭଫଳ ପ୍ରାପ୍ତ ହୋଇଥାଏ ।

1- ଯେତେବେଳେ ମଧ୍ୟ ଘରେ କୌଣସି ପ୍ରକାର ପୂଜା କରିବାର ଆୟୋଜନ କରୁଥାନ୍ତି । ସର୍ବପ୍ରଥମେ ଆପଣଙ୍କ ଘରର ସ୍ବଚ୍ଛତା କଥା ଉପରେ ଆପଣଙ୍କୁ ଧ୍ୟାନ ରଖିବାର ଆବଶ୍ୟକତା ରହିଛି । କାରଣ ଘର ପରିବେଶର ବାତାବରଣ ଯେତେ ଶୁଦ୍ଧ ଓ ସ୍ବଚ୍ଛ ରହିବ । ଘରେ ସେତେ ଅଧିକ ସକାରାତ୍ମକ ଊର୍ଜାର ସଂଚାର ହୋଇଥାଏ । ତେଣୁ ଘରେ କୌଣସି ପୂଜା କରିବା ପୂର୍ବରୁ ଘରକୁ ଭଲ ଭାବେ ପରିଷ୍କାର କରିଦିଅନ୍ତୁ ।

 

2- ସତ୍ଯନାରାୟଣ ପୂଜା କରିବା ଆଗରୁ ଘର ସଫା ହେଲା ପରେ ସବୁ ଜାଗାରେ ଗଙ୍ଗାଜଳ ପକେଇ ସବୁ ଜାଗା ପବିତ୍ର କରନ୍ତୁ, ଗଙ୍ଗାଜଳ ପକେଇଲେ ଘରେ ଉପସ୍ଥିତ ନକରାତ୍ମକ ଊର୍ଜା ଘରୁ ଦୂରେଇ ଯାନ୍ତି ଏହା ପରେ ଘର ପବିତ୍ର ହୋଇଯାଏ । ଗଙ୍ଗାଜଳ ଲୋକଙ୍କ ମନ ଭିତରେ ରହୁଥିବା ଖରାପ ବିଚାର ମଧ୍ୟ ସମାପ୍ତ କରି ଥାଏ ।

3- ସମସ୍ତେ ଯେତେବେଳେ ସତ୍ଯନାରାୟଣ ପୂଜା ଘରେ କରିଥାନ୍ତି । ତେବେ ବାହାର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଥାନ୍ତି, ଏହା ଛଡା ପୂଜା କରିବା ପାଇଁ ପଣ୍ଡିତ ମଧ୍ୟ ଆସନ୍ତି । ଏମିତିରେ ସତ୍ୟନାରାୟଣ କଥା ସମାପ୍ତ ହେଲା ପରେ ଘରେ ଆସିଥିବା ଅତିଥିମାନଙ୍କ ଭଲ ଭାବରେ ଧ୍ୟାନ ରଖିବା ଉଚିତ ଅଟେ ।

 

ତେବେ ଏହି ସବୁ ନିୟମ ମାନି ଯଦି ଆପଣ ଘରେ ବା କର୍ମ କ୍ଷେତ୍ରରେ ସତ୍ୟନାରାୟଣ ପୂଜା କରୁଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button