ଗୋଟିଏ ଥରରେ ହିଁ ଥଣ୍ଡା, କାଶ, ଛାତିରେ ଜମିଥିବା କଫ ସବୁ ଭଲ ହୋଇଯିବ
ବନ୍ଧୁଗଣ ନମସ୍କାର, ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ଆପଣ କେବଳ ଥରେ ବ୍ୟବହାର କରି କାଶମ କଫ, ଗଳା କଷ୍ଟ ଓ ଜ୍ଵର ଭଳି ସମସ୍ଯା କୁ ବହୁତ ସହଜରେ ଦୂର କରି ପାରିବେ । ତେବେ ଏହି ଉପଚାରକୁ ଛୋଟ ପିଲା ଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରିପାରିବେ । ଆଜିର ଏହି ଉପଚାରଟି ବହୁତ ସହଜ ଅଟେ । ଯାହା ଆପଣଙ୍କ ର କାଶ ଜନିତ ସମସ୍ଯାକୁ ସବୁଦିନ ପାଇଁ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ସମ୍ବନ୍ଧରେ ।
ତେବେ ଏହି ଘରୋଇ ଉପଚାର ନିମନ୍ତେ ଆପଣ ସର୍ବ ପ୍ରଥମେ ଏକ ପାତ୍ର ଗ୍ୟାସ ରେ ବସାନ୍ତୁ ଏବଂ ସେଥିରେ ଦୁଇ ରୁ ତିନି ଗ୍ଲାସ ପାଣି ନିଅନ୍ତୁ ଏବଂ ଏହାକୁ ଗରମ ହେବା ପାଇଁ ଛାଡ ଦିଅନ୍ତୁ । ଏହାପରେ ଆପଣଙ୍କୁ ଯେଉଁ ସାମଗ୍ରୀ ର ଆବଶ୍ୟକ ପଡ଼ିବ ତାହା ହେଉଛି ଗୋଲମରିଚ ଏବଂ ଜିରା । ଆପଣ ଅଧ ଚାମଚ ଗୋଲମରିଚ ଏବଂ ଅଧ ଚାମଚ ଜିରା କୁ ନିଅନ୍ତୁ ।
ଏହାପରେ ଆପଣ ଏକ ଛୋଟ ଖଣ୍ଡ ଅଦା କୁ ନିଅନ୍ତୁ । ଏହାପରେ ଆପଣ ଏହି ତିନୋଟି ସାମଗ୍ରୀ କୁ ଭଲ ଭାବରେ ହେମଦସ୍ତା ସାହାଯ୍ୟ ରେ ଛେଚି ଦିଅନ୍ତୁ । ଆପଣ ଏହି ମିଶ୍ରଣ କୁ ଗରମ ହେଉଥିବା ପାଣି ରେ ପକାନ୍ତୁ ଏବଂ ଭଲ ଭାବରେ ପାଣି ଫୁଟିବା ପରେ ଏହାକୁ ଏକ ପାତ୍ର ରେ କାଢ଼ି ଦିଅନ୍ତୁ ଏବଂ ଏକ ଗ୍ଲାସ ରେ ଭଲ ଭାବରେ ଛାଣି ରଖନ୍ତୁ । ବର୍ତ୍ତମାନ ଆପଣ ଏଥିରେ ଆଉ ଏକ ସାମଗ୍ରୀ କୁ ମିଶାନ୍ତୁ । ତାହା ହେଉଛି ଲେମ୍ବୁ ।
ଆପଣ ଫାଳେ ଲେମ୍ବୁ ଏଥିରେ ଚିପୁଡ଼ି ପକାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହାକୁ ଖାଦ୍ୟ ଖାଇବା ର ଅଧ ଘଣ୍ଟା ପୂର୍ବରୁ ଏବଂ ପରେ ସେବନ କରନ୍ତୁ । ଏହାକୁ ଆପଣ କିଛି ଦିନ ସେବନ କରିବା ପରେ ଏହାର ଚମତ୍କାରୀ ଫାଇଦା ସମ୍ବନ୍ଧରେ ଆପଣ ନିଶ୍ଚିତ ଭାବରେ ଜାଣି ପାରିବେ ।
ଥଣ୍ଡା ଓ କାଶ କୁ ଦୁର କରିବାର ଅନ୍ୟ ଏକ ଉପଚାର ରେ ଆପଣଙ୍କୁ ତିନୋଟି ସାମଗ୍ରୀ ର ଆବଶ୍ୟକତା ରହିଛି । ଆପଣ ପ୍ରଥମେ ଏକ ପାତ୍ର ରେ ଅଧ ଚାମଚ ମହୁ କୁ ପକାନ୍ତୁ । ଏହାପରେ ଏଥିରେ ଫାଳେ ଲେମ୍ବୁ କୁ ଭଲ ଭାବରେ ଚିପୁଡ଼ି ଦିଅନ୍ତୁ । ଏହାପରେ ଆପଣ ଅଧ ଚାମଚ ଡାଲଚିନି ଗୁଣ୍ଡ ଏଥିରେ ମିଶାନ୍ତୁ ।
ଥଣ୍ଡା ଏବଂ କାଶ କୁ ଦୂର କରିବା ପାଇଁ ହେଲେ ଆପଣଙ୍କୁ ଏବଂ ଉପଚାର କୁ ପ୍ରସ୍ତୁତ କରି ସେବନ କରିବାକୁ ପଡ଼ିବ । ଏହା ବ୍ୟତୀତ ଆପଣ ଯଦି ପ୍ରତିଦିନ ଏକ ରସୁଣ କୋଲା ର ଚୋପା ଛଡ଼ାଇ ପାଟି କଡ଼ ରେ ଜାକି ରଖିବେ ତେବେ ଆପଣଙ୍କ ଥଣ୍ଡା, କଫ ଏବଂ କାଶ ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ ।