IBN ଓଡ଼ିଶା ବ୍ୟୁରୋ

କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି 5 ଟି ନିୟମ, ପୂଣ୍ୟ ପ୍ରାପ୍ତି ହେବ, ମା’ ଲକ୍ଷ୍ମୀ ହେବେ ଖୁସି

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ତ ଜାଣିଥିବେ ଯେ, ହିନ୍ଦୁ ଧର୍ମ ରେ କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ ରହିଛି । କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚନ୍ଦ୍ର ମାସକୁ କାର୍ତ୍ତିକ ମାସ କୁହାଯାଏ । ପୌରାଣିକ ଆଖ୍ୟାନ ଅନୁସାରେ ପରମପିତା ବ୍ରହ୍ମା ଦେବର୍ଷି ନାରଦଙ୍କୁ କାର୍ତ୍ତିକ ମାସ ବିଷୟରେ କହିଛନ୍ତି – ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ, ତୀର୍ଥମାନଙ୍କ ମଧ୍ୟ ନାରାୟଣ ତୀର୍ଥ ବଦ୍ରିକା, ଏବଂ ମାସମାନଙ୍କ ମଧ୍ୟରେ କାର୍ତ୍ତିକ ଶ୍ରେଷ୍ଠ ।

“ନ କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ । ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥ ଗଙ୍ଗାୟ ସମଂ । ’” ଅର୍ଥାତ୍ କାର୍ତ୍ତିକ ମାସ ପରି ମାସ ନାହିଁ, ସତ୍ୟ ଯୁଗ ପରି ଯୁଗ ନାହିଁ । ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ । କାର୍ତ୍ତିକ ପୂର୍ଣ୍ଣମୀରେ ଭଗବାନ ବିଷ୍ଣୁ ମତ୍ସ୍ୟ ରୂପ ଧାରଣ କରି ପୃଥିବୀକୁ ରକ୍ଷା କରିଥିଲେ ବୋଲି ପୁରାଣରେ କୁହାଯାଇଛି । ତେବେ ଏହି ଧର୍ମୀୟ ମାସରେ କିଛି ନିୟମ ବା ଉପାୟ ରହିଛି ଯାହାକୁ ପାଳନ କରିବା ଦ୍ୱାରା ଆପଣ ଖୁବ ଭାଗ୍ୟଶାଳୀ ହୋଇ ପାରିବେ ଏବଂ ପୁଣ୍ୟ କମେଇ ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ଉପାୟ ଗୁଡିକ ସମ୍ବନ୍ଧରେ ।

୧- ଏହି ପବିତ୍ର କାର୍ତ୍ତିକ ମାସରେ ତୁଳସୀ ଗଛକୁ ପୂଜା କରିବା ଉଚିତ । ଶ୍ରୀହରି ବିଷ୍ଣୁ ଙ୍କ ର ତୁଳସୀ ଅତି ପ୍ରିୟ ହୋଇଥିବାରୁ ଏହି କାର୍ତ୍ତିକ ମାସ ରେ ତୁଳସୀ ପୂଜାକୁ ବହୁତ ମହତ୍ଵ ଦିଆଯାଇଛି । ତୁଳସୀ ଗଛକୁ ପୂଜା କରିବା ଦ୍ଵାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ତେଣୁ ତୁଳସୀ ଗଛକୁ ପୂଜା କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହି ମାସରେ ତୁଳସୀ ଗଛକୁ ପୂଜା କରିବା ଦ୍ଵାରା ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ ।

୨- କାର୍ତ୍ତିକ ମାସ ରେ ଦୀପ ଦାନ କରିବା ଦ୍ଵାରା ଆପଣ ପୂଣ୍ୟ ଅର୍ଜନ କରିଥାନ୍ତି । ଏହି ମାସ ରେ ଯଦି ଆପଣ କୌଣସି ପୋଖରୀ ରେ ଦୀପ ଦାନ କରୁଛନ୍ତି ତେବେ ଆପଣଙ୍କୁ ବହୁତ ପୂଣ୍ୟ ମିଳିଥାଏ । ଏହି ସୁବର୍ଣ୍ଣ ମାସ ରେ ନଦୀ ଓ ପୋଖରୀ ରେ ଦୀପ ଦାନ କରିବା ଉଚିତ । ଏହି ଦୀପ ଦାନ କରିବା ଦ୍ଵାରା ଘରୁ ସବୁ ପ୍ରକାର ର ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

୩- ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ବହୁତ ଆବଶ୍ୟକ । ଏହି ମାସରେ ଭୂମିରେ ଶୋଇବା ଦ୍ଵାରା ବ୍ୟକ୍ତି ର ମନ ଭଲ ରହିଥାଏ ଏବଂ ଏହା କରିବା ଦ୍ଵାରା ଶରୀର ର ରକ୍ତ ସଂଚାଳନ ମଧ୍ୟ ଭଲ ହୋଇଥାଏ । ଏହା ସହିତ ଏହି ମାସରେ ତେଲ ଲଗାଇବା ଅନୁଚିତ ଅଟେ । ଏହି ମାସରେ କେବଳ ଚତୁର୍ଥୀ ଦିନ ଶରୀରରେ ତେଲ ଲଗାଇ ପାରିବେ ।

୪- ଏହି ମାସରେ ମୁଗ,ଚଣା, ଏବଂ ମଟର ଆଦିର ସେବନ କରିବା ଅନୁଚିତ ଅଟେ । ଏହା ଛଡା ବ୍ୟକ୍ତିଙ୍କୁ ମଦ ଓ ମାଂସ ଠାରୁ ଦୂରେଇ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଯେଉଁମାନେ ଏହି ମାସରେ ବ୍ରତ ରଖିଥାନ୍ତି ସେମାନେ ତପସ୍ଵୀ ମାନଙ୍କ ପରି ଜୀବନ ଅତିବାହିତ କରିବା ଜରୁରୀ ହୋଇଥାଏ । ଏହାଛଡା କମ କଥା କହିବା ଓ ଝଗଡା ନ କରିବା ଆଦି ବହୁତ ଭଲ ହୋଇଥାଏ । ଏହି ସମୟରେ ବ୍ୟକ୍ତି ନିଜକୁ ନିୟନ୍ତ୍ରଣ ରେ ରଖିବା ବହୁତ ଜାରୁରୀ ଅଟେ ।

୫- ଏହି ମାସରେ ବ୍ରହ୍ମାଚର୍ଯ୍ୟା ନିୟମ ପାଳିବା ବହୁତ ଜରୁରୀ ଅଟେ । ଏହି ସମୟରେ ଭଗବାନ ବିଷ୍ଣୁଙ୍କ ନାମ ଜାପ କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଏହା ଦ୍ଵାରା ମନ କୁ ଶାନ୍ତି ମିଳିବା ସହ ଘରକୁ ଧନ ମଧ୍ୟ ଆସିଥାଏ ଏବଂ ଘରେ ସର୍ବଦା ଖୁସି ର ବାତାବରଣ ରହିଥାଏ । ତେବେ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button