ରାଜ୍ୟ

ଲୋକସଭା ଲଢ଼ିବେ ଧର୍ମେନ୍ଦ୍ର – Ibnodisha

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୨୪  ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଲୋକସଭାରୁ ଲଢ଼ିବା ନେଇ ଇଛା କରିଥିବା ପିଟିଆଇର ସୂଚନା । ଓଡିଶାରୁ ଲୋକସଭା ଲଢ଼ିବାକୁ ଧର୍ମେନ୍ଦ୍ର ଇଛା କରିଥିବା ସୂଚନା । ଏନେଇ ସୁଯୋଗ ଦେବାକୁ ସେ ଦଳକୁ ଜଣାଇଥିବା ସୂଚନା । ଧର୍ମେନ୍ଦ୍ର ଲୋକସଭାରୁ ନିର୍ବାଚନ ଲଢ଼ିବା ନେଇ ଇଛା ପ୍ରକାଶ କରିଥିବା ପିଟିଆଇ ସ୍ପଷ୍ଟି କରିଛି । ଜାତୀୟ ଗଣମାଧ୍ୟମ ପିଟିଆଇକୁ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥର ପ୍ରତ୍ୟକ୍ଷ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର। ଓଡ଼ିଶାରୁ ସେ ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ନିର୍ବାଚନ ଲଢିବେ। ଜାତୀୟ ଗଣମାଧ୍ୟମ ପିଟିଆଇକୁ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥର ପ୍ରତ୍ୟକ୍ଷ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର। ଓଡ଼ିଶାରୁ ସେ ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। ଏ ବାବଦରେ ସେ ଦଳକୁ ଅବଗତ କରାଇଛନ୍ତି। ପାର୍ଟି ସୁଯୋଗ ଦେଲେ ସେ ନିଶ୍ଚିତ ଭାବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି। କିଛି ଦିନ ହେଲା ସେ ଲୋକସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବିଧିବଦ୍ଧ ଭାବେ ସେ ଜାତୀୟ ଗଣମାଧ୍ୟମରେ ଏହାକୁ ସ୍ବୀକାର କରିଛନ୍ତି।
ଅର୍ଥାତ ଏଥର ସିଧା ଫାଇଟ୍। ୧୫ ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନକୁ ଫେରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଲୋକସଭା ନିର୍ବାଚନ ଲଢିବା ପାଇଁ ସୂଚନା ଦେବା ପରେ ଏବେ ଚର୍ଚ୍ଚା ବଢିଛି କେଉଁ ଆସନରୁ ଲଢିବେ ଧର୍ମେନ୍ଦ୍ର। ଢେଙ୍କାନାଳ ନା ସମ୍ବଲପୁର ।
ଧର୍ମେନ୍ଦ୍ର ନିୟମିତି ସମ୍ବଲପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଗସ୍ତ କରୁଛନ୍ତି। ଏ ଅଂଚଳର ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗ ଦେଉଛନ୍ତି। ବର୍ତ୍ତମାନ ଢେଙ୍କାଳାନ ଲୋକସଭା ଆସନ ସହ ଏହା ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନ ବିଜେଡି ଦଖଲରେ ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button