ମନୋରଞ୍ଜନ

ସବୁ ସୀମା ଡେଇଁ ଗଲେ ଉର୍ଫି ଜାଭେଦ: ଏପରି ସମାଲୋଚନା କଲେ ଟ୍ରୋଲର୍ସ – Ibnodisha

[ad_1]

ମୁମ୍ବାଇ: ଉର୍ଫି ଜାଭେଦ୍ ପ୍ରତ୍ୟେକ ଥର ତାଙ୍କ ନୂଆ ଶୈଳୀ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ତାଙ୍କ ଭିନ୍ନ ଅବତାରରେ ତାଙ୍କୁ ଦେଖି ଚକିତ ହୋଇଛନ୍ତି। ହେଲେ ନିକଟରେ ଉର୍ଫି ସୀମା ପାର୍‌ କରିବା ପରି ଏକ ଅବତାରରେ ଦେଖିବାକୁ ମିଳିଛନ୍ତି।

ନିକଟରେ ଉର୍ଫି ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ସେମି ନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଛି। ଆଜ୍ଞା ହଁ, ଉର୍ଫି ଜାଭେଦ୍ ନିକଟରେ ପୋଷ୍ଟ୍‌ କରିଥିବା ଭିଡିଓରେ ତାଙ୍କୁ ସମ୍ପୂର୍ଣ୍ଣ ଅନନ୍ୟ ଲୁକରେ ଦେଖିବାକୁ ମିଳିଛି। ସେ ପ୍ରଥମେ ନିଜ ହାତ ଦେଖାଇଛନ୍ତି, ଯେଉଁଥିରେ ସେ ନିଜେ ‘ଓକେ ଟେଷ୍ଟେଡ୍‌’ ଷ୍ଟାମ୍ପ୍ ମାରିଛନ୍ତି।  ତା’ପରେ ସେ ତାଙ୍କର ପୂରା ଭିଡିଓ ଦେଖାଇଛନ୍ତି, ଯେଉଁଥିରେ ସେ ସମ୍ପୂର୍ଣ୍ଣ ନଗ୍ନ ଥିଲେ। କେବଳ ତାଙ୍କ ଶରୀର ଯାକ ସେହି ଷ୍ଟାମ୍ପ୍‌ ଦେଖିବାକୁ ମିଳିିଛି।  ସେ ତାଙ୍କ ପୋଷ୍ଟର କ୍ୟାପସନ୍ ବି ଲେଖିଛନ୍ତି, ‘ଓକେ ଟେଷ୍ଟେଡ୍‌’।

 

ଉର୍ଫିଙ୍କୁ ପୂର୍ବରୁ ବି ଅନେକ ଥର ଗାଳି ଶୁଣିବାକୁ ମିଳିଛି। ମାତ୍ର ତାଙ୍କର ଏହି ଭିଡିଓରେ ଲୋକ ତାଙ୍କୁ ଟିକେ ଅଧିକ ସମାଲୋଚନା କରିଛନ୍ତି। ନିଜ ବୋଲ୍‌ଡ ଅନ୍ଦାଜରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଉର୍ଫି ଜାଭେଦ୍ ନିକଟରେ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌’ରେ ଭାଗ ନେବାକୁ ପହଞ୍ଚିଥିଲେ।

ତେବେ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌’ରେ ଭାଗ ନେବା ବେଳେ ଉର୍ଫି ‘ବ୍ଲାକ୍‌ ବଡିକନ୍‌’ ପୋଷାକ ପିନ୍ଧିଥିଲେ। ଏହି ପୋଷାକ ସାମ୍ନାରେ ଏକ ଆବରଣ ଥିଲ। ଫଳରେ ତାଙ୍କ ଚେହେରା ଦିଶୁନଥିଲା। ଉର୍ଫି ସେହି ଆବରଣକୁ ତଳକୁ କରି ନିଜ ‌ଚେହେରା ଦେଖାଇଥିଲେ। ମଞ୍ଚ ଉପରକୁ ଆସି ତାହାକୁ ତଳକୁ କରି ନିଜ ଚେହେରା ଦେଖାଇଥିଲେ ଉର୍ଫି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button