ମନୋରଞ୍ଜନ

ସ୍ବାମୀ ଓ ଦୁଇପିଲାଙ୍କ ସହ ପୁଷ୍ପା-୨ ଦେଖିବାକୁ ଯାଇଥିବା ମହିଳାଙ୍କ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା-୨ ଭୁବନେଶ୍ୱର ଠାରୁ ଆରମ୍ଭ କରି ଦିଲ୍ଲୀ, ହାଇଦ୍ରାବାଦ ଓ ମୁମ୍ବାଇ ଆଦି ସହରମାନଙ୍କରେ ରିଲିଜ ହୋଇସାରିଛି। ପାଖାପାଖି ୩ବର୍ଷ ପରେ ଫେରିଥିବା ପୁ‌ଷ୍ପାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅଦ୍ଭୁତ ପ୍ରକାର କ୍ରେଜ ଦେଖିବାକୁ ମିଳିଛି। ଏଭଳି ଖୁସିର ସମୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ହାଇଦ୍ରାବାଦରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ସୋ’ରେ ପୁଷ୍ପା ଅର୍ଥାତ ଅଲ୍ଳୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ । ପ୍ରିୟର ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବା ପାଇଁ ଫ୍ୟାନ୍ସମାନଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା।

ଆରଟିସି କ୍ରସ୍ ରୋଡରେ ଥିବା ସନ୍ଧ୍ୟା ଥିଏଟର୍ ବାହାରେ ପ୍ରବଳ ଭିଡ଼ ହେତୁ ଦଳାଚକଟା ପରିସ୍ଥିତି ବି ଉପୁଜିଥିଲା । ଏହି ଦଳାଚକଟାରେ ଜଣେ ୩୯ ବର୍ଷ ବୟସର ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ନାମ ରେବତୀ ବୋଲି ଜଣାପଡ଼ିଛି।

ରେବତୀ ତାଙ୍କ ସ୍ବାମୀ ଦୁଇ ପିଲା ତେଜ ଓ ସାନ୍ବିକାଙ୍କ ସହିତ ପୁଷ୍ପା-୨ ସିନେମା ଦେଖିବା ପାଇଁ ସନ୍ଧ୍ୟା ଥିଏଚରରେ ପହଞ୍ଚିଥିଲେ। ଏହି ସମୟ‌ରେ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନାଙ୍କୁ ଦେଖିବା ପାଇଁ ଏତେ ଭିଡ଼ଲାଗିଥିଲା କି ଥିଏଟର ପର୍ଯ୍ୟନ୍ତ ପହଞ୍ଚିବା ସମୟରେ ରେବତୀ ଓ ତାଙ୍କ ୯ବର୍ଷର ପୁଅ ଭାରସାମ୍ୟ ରକ୍ଷା କରି ନପାରି ଭିଡ଼ ଭିତରେ ପଡ଼ି ଯାଇଥିଲେ। ଦୁଃଖର ବିଷୟ ଭିଡ଼‌ଭିତରେ ଥିବା ଲୋକଙ୍କ ଦଳାଚକଟାରେ ମା’ ରେବତୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ପୁଅଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button