ଦେଶ

ପାକିସ୍ତାନର ସବୁଠୁ ବଡ ପରମାଣୁ କାରଖାନା ନିକଟରେ ବିସ୍ଫୋରଣ – Ibnodisha

[ad_1]

ନୂଆଦିଲ୍ଲୀ: ପାକିସ୍ତାନର ଡେରା ଗାଜି ଖାନରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ପାକିସ୍ତାନର ସବୁଠୁ ବଡ ପରମାଣୁ କାରଖାନା ନିକଟରେ ଘଟିଛି । କୁହାଯାଉଛି ଯେ, ଏହି ବିସ୍ଫୋରଣ ପଛରେ ଡ୍ରୋନ୍ ଆକ୍ରମଣର ସମ୍ଭାବନା ରହିଛି । ଘଟଣା ସ୍ଥଳକୁ ବହୁ ସଂଖ୍ୟକ ସୁରକ୍ଷା ବାହିନୀ, ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି । ଏହି ବିସ୍ଫୋରଣ ଏଭଳି ସମୟରେ ଘଟିଛି, ଯେତେବେଳେ କି ଏହି ପରମାଣୁ କାରଖାନା ଉପରେ ଆକ୍ରମଣ କରିବାକୁ ତାଲିବାନ ଅନେକ ଧମକ ଦେଇଥିଲା । ଯେଉଁଠାରେ ବିସ୍ଫୋରଣ ଘଟିଛି ସେଠାରେ ଏକ ୟୁରାନିୟମ୍ ପ୍ଲାଣ୍ଟ ମଧ୍ୟ ରହିଛି । ଏହି କାରଣରୁ ପାକିସ୍ତାନ ସେନା ସମଗ୍ର ଅଞ୍ଚଳରେ କଡା ସୁରକ୍ଷା ନିୟୋଜିତ କରିଛି ।
ସୂଚନା ଅନୁସାରେ ଏହି ବିସ୍ଫୋରଣ ପାକିସ୍ତାନର ପଞ୍ଜାବ ପ୍ରଦେଶର ଦକ୍ଷିଣ ଅଞ୍ଚଳରେ ଅବସ୍ଥିତ ଡେରା ଗାଜି ଖାନ ଜିଲ୍ଲାରେ ଘଟିଛି । ପାକିସ୍ତାନର ପରମାଣୁ କାରଖାନା ଏଠାରେ ଅବସ୍ଥିତ । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣର ପ୍ରଭାବ ଘଟଣା ସ୍ଥଳଠାରୁ କିଛି କିଲୋମିଟର ଦୂର ପର‌୍ୟ୍ୟନ୍ତ ଖେଳିଯାଇଥିଲା । ବର୍ତ୍ତମାନ ଏହି ବିସ୍ଫୋରଣର କାରଣ ଜଣା ପଡିନାହିଁ, କିନ୍ତୁ ତେହେରିକ-ଇ-ତାଲିବାନ ଆତଙ୍କବାଦୀମାନେ କ୍ରମାଗତ ଭାବରେ ଏହି ପରମାଣୁ କାରଖାନାକୁ ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ଦେଇଛନ୍ତି । ସେବେଠାରୁ ଏହି ପରମାଣୁ ଭିତ୍ତିଭୂମିକୁ କଡା ସୁରକ୍ଷା ଯୋଗାଇ ଦେଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button