ଦେଶ

ଚନ୍ଦ୍ରରେ ନିଦ୍ରା ଯାଇଛି ‘ରୋଭର୍‌ ପ୍ରଜ୍ଞାନ’; ୧୪ ଦିନ ପରେ ଉଠିବ ବୋଲି ‘ଇସ୍ରୋ’ର ଆଶା – Ibnodisha

[ad_1]

ନୂଆଦିଲ୍ଲୀ: ସଫଳତାର ସହିତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିଥିବା ‘ଚନ୍ଦ୍ରଯାନ-୩’ର ‘ରୋଭର୍‌ ପ୍ରଜ୍ଞାନ’କୁ ଚନ୍ଦ୍ରପୃଷ୍ଠରେ ନିରାପଦରେ ‘ପାର୍କିଙ୍ଗ୍‌’ କରାଇ ‘ସ୍ଲିପ୍‌ ମୋଡ୍‌’ରେ (ନିଷ୍କ୍ରିୟ ଅବସ୍ଥା) ରଖାଯାଇଥିବା କଥା ଶନିବାର ରାତିରେ ଭାରତୀୟ ମହାକାଶ ଏଜେନ୍‌ସି ‘ଇସ୍ରୋ’ କହିଛି।

‘ଇସ୍ରୋ’ ସୁନିଶ୍ଚିତ କରିଛି ଯେ, ‘ରୋଭର୍‌ ପ୍ରଜ୍ଞାନ’ର ‘ଏପିଏକ୍ସଏସ୍‌’ ଓ ‘ଏଲ୍‌ଆଇବିଏସ୍’ ‌ପ୍ଲେଲୋଡ୍‌ ଦୁଇଟିକୁ ମଧ୍ୟ ନିଷ୍କ୍ରିୟ କରିଦିଆଯାଇଛି।

୧୪ ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ପୁଣି ସୂର୍ଯ୍ୟୋଦୟ ହେଲେ ‘ରୋଭର୍‌ ପ୍ରଜ୍ଞାନ’ ନିଦରୁ ଉଠିବ ବା ସକ୍ରିୟ ହେବ ବୋଲି ‘ଇସ୍ରୋ’ ଆଶା କରୁଛି।

ଏ ସଂକ୍ରାନ୍ତରେ ‘ଏକ୍ସ୍‌’ (ଟୁଇଟ୍‌) କରି ‘ଇସ୍ରୋ’ ଲେଖିଛି: ଚନ୍ଦ୍ରଯାନ-୩ ମିସନ୍‌: ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ସମ୍ପନ୍ନ କରିଛି ‘ରୋଭର୍‌’। ଏବେ ଏହାକୁ ନିରାପଦରେ ‘ପାର୍କିଙ୍ଗ୍‌’ କରାଯାଇ ‘ସ୍ଲିପ୍‌ ମୋଡ୍‌’କୁ ନିଆଯାଇଛି। ‘ଏପିଏକ୍ସଏସ୍‌’ ଓ ‘ଏଲ୍‌ଆଇବିଏସ୍’ ପ୍ଲେଲୋଡ୍‌କୁ ‘ସୁଇଚ୍‌ ଅଫ୍‌’ କରିଦିଆଯାଇଛି। ‘ଲାଣ୍ଡର୍‌’ ଜରିଆରେ ଏହି ସବୁ ‘ପ୍ଲେଲୋଡ୍‌’ରୁ ‘ଡାଟା’ (ତଥ୍ୟାବଳି) ପୃଥିବୀକୁ ପ୍ରସାରିତ ହୁଏ।

ସମ୍ପ୍ରତି, ବ୍ୟାଟେରି ମଧ୍ୟ ସମ୍ପୂର୍ଣ୍ଣ ‘ଚାର୍ଜ’ ଅଛି। ସେପ୍ଟେମ୍ବର ୨୨ରେ ହେବାକୁ ଥିବା ପରବର୍ତ୍ତୀ ସୂର୍ଯ୍ୟୋଦୟ ସମୟରେ ଯେମିତି ଆଲୋକ (ଖରା) ଗ୍ରହଣ କରିପାରିବ, ସେମିତି ଭାବେ ‘ସୋଲାର୍‌ ପାନେଲ୍‌’କୁ ରଖାଯାଇଛି। ‘ରିସିଭର୍‌’ ଅନ୍‌ ରଖାଯାଇଛି।

ନ୍ୟସ୍ତ କରାଯାଇଥିବା ବାକି କାର୍ଯ୍ୟ କରିବା ଲାଗି (ରୋଭର୍‌) ଜାଗ୍ରତ ହେବାରେ ସଫଳ ହେବ ବୋଲି ଆଶା! ତା’ ନ ହେଲେ (ରୋଭର୍‌) ଭାରତର ‘ଲୁନାର୍‌ ଆମ୍ବାସାଡର୍‌’ (ଚନ୍ଦ୍ରଦୂତ) ହୋଇ ଚିରଦିନ ସେଠାରେ ରହିବ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button