ଦେଶ

୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ – Ibnodisha

[ad_1]

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନର ନିର୍ଦ୍ଧାରିତ ସମୟ ପୂର୍ବରୁ ସଂସଦ ଭଙ୍ଗ କରି ଆଗୁଆ ନିର୍ବାଚନ ହେବା ଲାଗି ରହିଥିବା ଚର୍ଚ୍ଚା ଆଜି ଆଉ ଟିକିଏ ଅଧିକ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ମାସ(ସେପ୍ଟେମ୍ବର) ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଛି । ଏନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଏହି ସ୍ବତନ୍ତ୍ର ଅଧିବେଶନ ୧୮ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ । ଏହି ୫ ଦିବସୀୟ ସ୍ବତନ୍ତ୍ର ଅଧିବେଶନରେ ଫଳପ୍ରଦ ଆଲୋଚନା ହେବା ନେଇ ଯୋଶୀ ଆଶାବ୍ୟକ୍ତ ମଧ୍ୟ କରଛନ୍ତି ।

ତେବେ ନିକଟରେ ସଂସଦ ମୌସୁମୀ ଅଧିବେଶନ ଶେଷ ହୋଇଥିବା ବେଳେ ଏବେ ସ୍ବତନ୍ତ୍ର ଅଧିବେଶନ ଆହୁତ କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ କରିବା କିମ୍ବା ସଂସଦ ଭଙ୍ଗ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ କରିବା ପାଇଁ ମୋଦି ନେତୃତ୍ବାଧୀନ ବିଜେପି ସରକାର ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନ୍ୟ କିଛି ପ୍ରମୁଖ ବିରୋଧୀ ନେତା ଏନେଇ ଏକାଧିକ ଥର ଦାବି କରି ସାରିଛନ୍ତି । ଭାରତୀୟ ଜନତା ପାର୍ଟି ସଂସଦ ଭଙ୍ଗ କରି ଆଗୁଆ ନିର୍ବାଚନ କରିବା ଯୋଜନାରେ ଥିବା ସେମାନେ ଦାବି କରି ଆସିଛନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button