୨୦୨୩ ରେ ଇତିହାସ ରଚିଥିଲେ ମହିଳା ମାନେ – Ibnodisha

[ad_1]

କଥାରେ ଅଛି ନାରୀ ର ଉନ୍ନତି ରେ ରାଷ୍ଟ୍ରର ଉନ୍ନତି …
ଗୋଟିଏ ନାରୀ ହିଁ ବଦଳାଇ ପାରେ ଦୁନିଆକୁ …
୨୦୨୩ ରେ ଭାରତ ରେ ଅନେକ ଉତଥାନ ପତନ ଆସିଛି l ଏବଂ ଏହି ୨୦୨୩ ରେ ହିଁ ଭାରତ ଅଲମ୍ପିକ ର ବିଜୟ ସହିତ ଆରମ୍ଭ କରିଥିଲା ଓ ବିଶ୍ୱକପ କ୍ରିକେଟ ର ପରାଜୟ ରେ ସମାପ୍ତ ହୋଇଥିଲା l
୨୦୨୩ ରେ ଇତିହାସ ରଚିଥିଲେ ଭାରତୀୟ ନାରୀ ଓ ଭାରତ ର ନାମ ପ୍ରଜ୍ବଳିତ କରିଥିଲେ l ଏହି ବର୍ଷର ଶେଷ ପର୍ଯ୍ୟାୟରେ ଆମେ ଏଭଳି କିଛି ମହିଳାଙ୍କ ବିଷୟରେ ଜାଣିବା ଜରୁରୀ ଯେଉଁମାନେ ଆସନ୍ତା ସମୟ ପାଇଁ ଇତିହାସ ରଚିଛନ୍ତି l
– ୨୦୨୩ ରେ ଭାରତର ସବୁଠୁ ବଡ଼ ଉପଲବ୍ଧି ହେଲା ଚନ୍ଦ୍ରଜାନ ୩,ଯାହାର ସଫଳତାକୁ ସାରା ବିଶ୍ୱ ଅନୁଭବ କରିଥିଲା l ଏହି ଚନ୍ଦ୍ରଜାନ ୩ ର ଲାଣ୍ଡିଙ୍ଗ ର ଦାୟିତ୍ୱ ନେଇଥିଲେ ବରିଷ୍ଠ ମହିଳା ବୈଜ୍ଞାନିକ ଡକ୍ଟର ରିତୁ କରିଧାଲ ଶ୍ରୀବାସ୍ତବ l ଏହି କାରଣରୁ ରିତୁ ରକେଟ ଓ଼ମେନ ଭାବରେ ପିଚିତ ହୋଇଥିଲେ l ସେ ଇସ୍ରୋର ଜଣେ ସିନିଅର ସାଇଣ୍ଟିଷ୍ଟ ଅଟନ୍ତି l
– ୨୦୨୩ ଉପଲବ୍ଧି ରେ ଭାରତର ଉତର ପୂର୍ବ ରାଜ୍ୟ ନାଗଲ୍ୟାଣ୍ଡ ମଧ୍ୟ ଶାମିଲ ରହିଛି l ନାଗଲ୍ୟାଣ୍ଡ ରାଜ୍ୟସଭା ରେ ଏସ. ଫାଙ୍ଗନୋନ କୋନ୍ୟକ ଙ୍କୁ ପ୍ରଥମ ମହିଳା ସଦସ୍ୟ ଭାବରେ ବଛା ଯାଇଥିଲା l
– ଭାରତୀୟ ବାୟୁସେନା ମଧ୍ୟ ୨୦୨୩ ଉପଲବ୍ଧି ଠାରୁ ଦୂରରେ ରହି ନଥିଲା l ମଣିଷ ପାଢ଼ୀ ଙ୍କୁ ଭାରତୀୟ ସଶସ୍ତ୍ର ବଳ ରେ ଭାରତର ପ୍ରଥମ ADC ଭାବରେ ବଛା ଯାଇଥିଲା l ଏହି ପଦବୀ କୁ ହାସଲ କରି ମନୀଷା ପାଢ଼ୀ ଆଉଥରେ ମହିଳା ସଶକ୍ତି କରଣ ର ପରିଚୟ ଦେଇଥିଲେ l ମନୀଷା ପାଢ଼ୀ ଓଡିଶା ଗଂଜାମ ଜିଲାର ବ୍ରହ୍ମପୁର ରେ ଜୁଲାଇ ୨୪, ୧୯୯୬ ରେ ଜନ୍ମିତ l ସେ ଭୁବନେଶ୍ୱର ସ୍ଥିତ ସି.ଭି. ରମଣ କଲେଜ ଅଫ ଇଂଜିନିୟରିଂ ରେ ଶିକ୍ଷା ଗ୍ରହଣ କରିଛନ୍ତି l କେବଳ ଭାରତ ନୁହେଁ ଓଡ଼ିଶାର ପ୍ରତ୍ୟେକ ମହିଳା ଓ ନୂଆ ଯୁବପିଢ଼ି ଙ୍କ ପାଇଁ ସେ ଉଦାହରଣ l
[ad_2]